ଡାକ୍ତରଙ୍କ ଗୋଟିଏ ଭୁଲ ପାଇଁ ଖରାପ ହୋଇଯାଇଥିଲା ଚେହେରା: ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବେ ଜଣେ ଇଣ୍ଟରନାଶନାଲ ଷ୍ଟାର। କେବଳ ନିଜ ଦେଶ ବା ବଲିଉଡରେ ନୁହେଁ ଏବେ ହଲିଉଡରେ ବି ପ୍ରିୟଙ୍କା ଜଣେ ଆଗଧାଡିର କଳାକାର। ଏବେ ସେ ତାଙ୍କ ଓ୍ବେବ ସିରିଜ ‘ସିଡାଟେଲ’ର ଖୁବ ପ୍ରମୋଶନ କରିବା ପରେ ଅଭିନେତ୍ରୀ ତାଙ୍କ ଅପକମିଂ ମୁଭି ‘ଲଭ ଏଗେନ’ର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ କ୍ୟାରିୟରର ଟପରେ ପହଞ୍ଚିଛନ୍ତି କହିଲେ ଭୁଲ ହେବ ନାହିଁ। ଏହାରି ଭିତରେ ଅଭିନେତ୍ରୀ କହିଛନ୍ତି, ଏମିତି ସମୟ ଥିଲା ଯେତେବେଳେ ସେ ତାଙ୍କର ନାକର ସର୍ଜରୀ ପାଇଁ ଡିପ୍ରେସନକୁ ଚାଲିଯାଇଥିଲେ।

ନିକଟରେ ପ୍ରିୟଙ୍କା ଚୋପ୍ରା ଗଣମାଧ୍ୟମ ସହ କଥା ହେଉଥିବା ବେଳେ ପୁରୁଣା ଦିନକୁ ମନେ ପକାଇ କହିଛନ୍ତି, ସେ ତାଙ୍କ ନାକର ସର୍ଜରୀ ପରେ ‘ଡିପ ଡିପ୍ରେଶନ’କୁ ଚାଲିଯାଇଥିଲେ। ସେ କହିଥିଲେ ଡାକ୍ତର ଏକ ପଲିପ(Tissue Growth) ପାଇଥିଲେ। ଆଉ ତାଙ୍କ ନାକରୁ ଏହାକୁ ହଟାଇବାକୁ ସର୍ଜରୀ ପାଇଁ କହିଥିଲେ। ପିସି କହିଥିଲେ କି ଡାକ୍ତର ଭୁଲରେ ତାଙ୍କ ନାକର ପୁଲକୁ କାଟି ଦେଇଥିଲେ। ଫଳରେ ତାଙ୍କ ଚେହେରା ବଦଳି ଯାଇଥିଲା। ଏଇଥିପାଇଁ ତାଙ୍କୁ ୩ଟି ଫିଲ୍ମରୁ ବାହାର କରି ଦିଆଯାଇଥିଲା। ସେତେବେଳେ ସେ ଡରି ଯାଇଥିଲେ କି ତାଙ୍କ ଆକ୍ଟିଂ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହୁଏତ ଶେଷ ହୋଇଯିବ।
ହେଲେ ଏହି ସମୟରେ ତାଙ୍କୁ ବଡ ସପୋର୍ଟ ଦେଇଥିଲେ ତାଙ୍କ ପିତା ସ୍ବର୍ଗତ ଅଶୋକ ଚୋପ୍ରା। ସେ ଭାରତୀୟ ସେନାରେ ଜଣେ ଡାକ୍ତର ଥିଲେ। ଅଶୋକ ହିଁ ଝିଅ ପ୍ରିୟଙ୍କାକୁ କରେକଟିଭ ସର୍ଜରୀ ପାଇଁ କହିଥିଲେ। ଏହାପରେ ସେ ଠିକ ହୋଇଯାଇଥିଲେ। ଆଉ ଆଜି ପ୍ରିୟଙ୍କା କେବଳ ବଲିଉଡ ନୁହେଁ ହଲିଉଡରେ ବି ବେଶ ପରିଚିତ କଳାକାର ପାଲଟି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?