Categories: ଖେଳ

ଏଣିକି ଡ. ସୁରେଶ ରାଇନା

ନୂଆଦିଲ୍ଲୀ,୫।୮: ‘ଡକ୍ଟରେଟ୍‌’ ଉପାଧି ପାଇଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ଓ୍ବେଲ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ଷ୍ଟଡିଜ୍‌(ଭିଇଏଲ୍‌ଏସ୍‌) ପକ୍ଷରୁ ରାଇନାଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯାଇଛି। ଏହି ବିଶେଷ ମୂହୁର୍ତ୍ତରେ କ୍ରିକେଟରଙ୍କ ପୁରା ପରିବାର ଉପସ୍ଥିତ ଥିଲେ।

ରାଇନା ନିଜର ସୋସିଆଲ ପୃଷ୍ଠାରେ ସମାରୋହର ଫଟୋ ଶେୟାର କରି ଲେଖିଛନ୍ତି, ଓ୍ବେଲ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ଷ୍ଟଡିଜ୍‌ ପକ୍ଷରୁ ଏହି ସମ୍ମାନ ପାଇଁ ମୁଁ ବେଶ ଆନନ୍ଦିତ ଓ କୃତଜ୍ଞ। ଚେନ୍ନାଇ ମୋ ଘର ଏବଂ ଏହା ମୋ’ ପାଇଁ ବହୁତ ସ୍ବତନ୍ତ୍ର ସ୍ଥାନ ରହିଆସିଛି।

Share