ଚାଇନାରେ କରୋନା ହାହାକାର, ଡାକ୍ତରଙ୍କ ଦାବି ୧୦ କୋଟି ଲୋକ ହେବେ ସଂକ୍ରମିତ, ୧୦ ଲକ୍ଷରୁ ଅଧିକଙ୍କର ହୋଇପାରେ ମୃତ୍ୟୁ

ବେଜିଂ,୨୫ ।୧୨: ଚାଇନାରେ କରୋନା ସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକେ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଫଳରେ ହସ୍ପିଟାଲରେ ବେଡ ସଂଖ୍ୟା କମ ପଡିବା ସହ ଔଷଧ ବି କମ ହୋଇଯାଇଥିବା ସୂଚନା ରହିଛି । ଇତିମଧ୍ୟରେ ଡାକ୍ତରମାନେ ଦାବି କରିଛନ୍ତି, ଚାଇନାରେ ୧୦ କୋଟି(୧୦୦ମିଲିୟନ) ଲୋକ ସଂକ୍ରମିତ ହେବା ସହ ୧୦ ଲକ୍ଷ ବା ୧ ମଲିୟନ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି ।
ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପଲମୋନାରୀ ମେଡିସିନର ଏଚଓଡି ଡା. ନିରଜ କୁମାର ଗୁପ୍ତା କହିଛନ୍ତି, ଚାଇନାରେ ପ୍ରାୟ ୧୦ କୋଟି ଲୋକ ଏଥର ଆସିଥିବା କରୋନା ଲହରରେ ସଂକ୍ରମିତ ହେବା ସହ ୫ ଲକ୍ଷ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି । ଏପଟେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ବି ହୋଇପାରେ । ଚାଇନାରେ ଲୋକେ ଏବେ ଏଭଳି ଷ୍ଟେଜରେ ରହିଛନ୍ତି ଯାହା ପୂର୍ବରୁ ଭାରତୀୟମାନେ ଥିଲେ । ଭାରତରେ ଏବେ ଲୋକେ କରୋନା ସହ ଲଢିବାରେ ବେଶ ଅନୁଭୁତି ଏକାଠି କରିପାରିଛନ୍ତି ।

Share