ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡ଼ିଲେ ଏହି ଡାକ୍ତର, ଜାଣନ୍ତୁ କାହିଁକି

କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱରେ ମାସ୍କ ବ୍ୟବହାର ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି। ମାତ୍ର କିଛି ଲୋକ ମାସ୍କ ପିନ୍ଧିବାକୁ ବିରୋଧ କରୁଛନ୍ତି। ଏହିପରି ସ୍ଥିତିରେ ବ୍ରିଟେନର ଜଣେ ଡାକ୍ତର ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡ଼ିଛନ୍ତି। ଏହି ସମୟରେ, ସେ ଏକ ଡିଭାଇସ ମାଧ୍ୟମରେ ନିଜର ଅମ୍ଳଜାନସ୍ତର ଯାଞ୍ଚ ମଧ୍ୟ କରିଥିଲେ।


ଆଇସିୟୁରେ କାର୍ଯ୍ୟ କରୁଥିବା ଡାକ୍ତର ଟମ୍‌ ଲଟନ କହିଛନ୍ତି, ମାସ୍କ ପିନ୍ଧି ଦୌଡ଼ିବା ସତ୍ତ୍ୱେ ଅମ୍ଳଜାନର ମାତ୍ରା କମି ନ ଥିଲା। ସେ କହିଛନ୍ତି , ଏହି ଦୌଡ଼ରେ ତାଙ୍କର ଅମ୍ଳଜାନସ୍ତର ୯୮ ପ୍ରତିଶତ ପର୍ଯ୍ୟନ୍ତ ଥିଲା। ଟମ୍‌ କୁହନ୍ତି ସେ ଏପରି ଦୌଡ଼ିବାର କାରଣ ହେଲା ଲୋକଙ୍କୁ ସଚେତନ କରାଇବା। ଲୋକମାନେ ବୁଝନ୍ତୁ ଯେ, ମାସ୍କ ସୁରକ୍ଷିତ ଏବଂ କରୋନା ଭାଇରସ୍‌କୁ ଏହା ରୋକିପାରିବ।

ତେବେ ଅନେକ ଦେଶରେ ମାସ୍କ ବ୍ୟବହାର ବାଧ୍ୟତାମୂଳକକୁ ଘୋର ବିରୋଧ କରୁଛନ୍ତି ଏବଂ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିବା ନୀତି କାର୍ଯ୍ୟକାରୀ କରିବାରେ ସରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥି ସହିତ ଡାକ୍ତର ଟମ୍‌ କହିଛନ୍ତି , ସେ ମାସ୍କ ପିନ୍ଧିଥିବା ଏବଂ ଡେସ୍କରେ ବସିଥିବା ଲୋକଙ୍କ ଫଟୋ ଦେଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଅମ୍ଳଜାନସ୍ତର ହ୍ରାସ ପାଇଛି। ଏହି ଦୌଡ଼ରେ ସେ ତିନି ସ୍ତରର କପଡ଼ା ମାସ୍କ ବ୍ୟବହାର କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, କେବଳ ମାସ୍କ ଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ, ସାମାଜିକ ଦୂରତା ଏବଂ ସଙ୍ଗରୋଧ ମଧ୍ୟ ନିହାତି ଆବଶ୍ୟକ।

Share