ବିନା ମାସ୍କରେ ବିକ୍‌ନୀ ଗର୍ଲଙ୍କ ସହ ପାର୍ଟି କରୁଥିଲେ ଡାକ୍ତର, ଫଟୋ ଭାଇରାଲ ପରେ…

ଓ୍ବାଶିଂଟନ,୨୬ା୧୧: କରୋନା ଭାଇରସ ରୋକିବା ପାଇଁ ଲୋକଙ୍କୁ ନିୟମ ବୁଝାଉଥିବା ଡାକ୍ତର ନିଜେ ନିୟମ ଭାଙ୍ଗି ଆଜି ଚର୍ଚ୍ଚାରେ। ଜଣେ ଯୁବ ଡାକ୍ତର ବିନା ମାସ୍କ ଏବଂ ବିକ୍‌ନୀ ପିନ୍ଧିଥିବା ୧୨ରୁ ଅଧିକ ଯୁବତୀଙ୍କ ସହ ପାର୍ଟି କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଯୁବ ଡାକ୍ତରଙ୍କ ନାମ ମାଇକ୍‌। ସେ ଖୁବ୍‌ ପରିଚିତ। ତାଙ୍କର ଇନ୍‌ଷ୍ଟାଗ୍ରାମରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।


ଆମେରିକାର ନ୍ୟୁୟର୍କରେ ରହୁଥିବା ଡା. ମାଇକ ଜଣେ ହୃଦରୋଗ ବିଶେଷଜ୍ଞ। ଖାଲି ଏତିକି ନୁହେଁ ତାଙ୍କୁ ସବୁଠୁ ସେକ୍ସି ଡାକ୍ତର ମଧ୍ୟ କୁହାଯାଏ। ଜନ୍ମଦିନ ପାର୍ଟି କରିବାକୁ ମାଇକ୍‌ ନ୍ୟୁୟର୍କର ମିୟାମୀ ଯାଇଥଲେ। ସେ ବିନା ମାସ୍କରେ ଯୁବତୀମାନଙ୍କ ସହ ପାର୍ଟି କରୁଥିବାରୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ରାଗି ଯାଇଛନ୍ତି। କିଛି ୟୁଜର କହିଛନ୍ତି, ଅନ୍ୟକୁ ପରାମର୍ଶ ଦେଉଥିବା ଡାକ୍ତର ନିଜେ ସଚେତନ ନୁହନ୍ତି।

Share