ଡାକ୍ତର ମଗାଇଥିଲେ ଲାପ୍‌ଟପ୍‌, ଆସିଲା ମାର୍ବଲ

ସମ୍ବଲପୁର,୧୫ା୨(ପ୍ରମୋଦ ବହିଦାର):ଅନ୍‌ଲାଇନ୍‌ରେ ଏକ ଲାପ୍‌ଟପ୍‌ କ୍ରୟ କରି ସମ୍ବଲପୁରର ଦନ୍ତରୋଗ ବିଶେଷଜ୍ଞ ଡା. ଚୌବର୍ଗ ନାଏକ ଠକେଇର ଶିକାର ହୋଇଛନ୍ତି। ଟାଉନଥାନାରେ ଅଭିଯୋଗ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ଡା. ନାଏକଙ୍କୁ ଥାନାକୁ ଡ଼କାଇ ପଚରାଉଚରା କରୁଛନ୍ତି। ସେ ଅନ୍‌ଲାଇନ୍‌ରେ ଏକ ଲାପ୍‌ଟପ୍‌ କ୍ରୟ କରିଥିଲେ। ମାତ୍ର ତାଙ୍କୁ ସିଲ୍‌ ପ୍ୟାକେଟ୍‌ରେ ଏକ ମାର୍ବଲ୍‌ ପଥରଖଣ୍ଡ ମିଳିଥିଲା। ଏନେଇ ସେ ସମ୍ବଲପୁର ଟାଉନ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲା ଆଧାରରେ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ କରୁଛି।
ଠକେଇର ଶିକାର ହୋଇଥିବା ଦରରୋଗ ବିଶେଷଜ୍ଞ ଡା. ନାଏକ ପୂର୍ବରୁ ଭିମ୍‌ସାର ଦନ୍ତରୋଗ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଟାଉନଥାନା ଅନ୍ତର୍ଗତ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ନିଜର ଘରୋଇ କ୍ଲିନିକରେ ରୋଗୀଙ୍କୁ ସେବା ଯୋଗାଉଛନ୍ତି।
ଡା. ନାଏକଙ୍କ କହିବା ଅନୁସାରେ ସେ ଗତ ଫେବୃଆରୀ ୪ରେ ଆମେଜନ ଭଳି ଏକ ନିର୍ଭରଶୀଳ ଅନଲାଇନ୍‌ ସଂସ୍ଥାରୁ ଅଗ୍ରୀମ ଟଙ୍କା ପ୍ରଦାନ କରି ଏକ ଲାପଟପ୍‌ କ୍ରୟ କରିଥିଲେ। ସେ ଏଚ୍‌ପି କମ୍ପାନୀର ୨୪୦ ଜି୯(୨୦୨୪) ଇଣ୍ଟେଲ କୋର୍‌ ଆଇ-୭ ଲାପ୍‌ଟପ୍‌ ପାଇଁ ଅର୍ଡର ଦେଇ ୬୦,୭୯୯ ଟଙ୍କା ବ୍ୟାଙ୍କ ମାଧ୍ୟମରେ ପଇଠ ମଧ୍ୟ କରିଥିଲେ। ତାଙ୍କ ଅର୍ଡର ଅନୁଯାଇ ଉକ୍ତ ସଂସ୍ଥା ପକ୍ଷରୁ ଗତ ଫେବୃଆରୀ ୧୧ରେ ସମ୍ବଲପୁରସ୍ଥିତ ତାଙ୍କ ଘରୋଇ କ୍ଲନିକ୍‌ରେ ସିଲ୍‌ ହୋଇଥିବା ଏକ ପାକେଟ୍‌ରେ ଲାପ୍‌ଟପ୍‌କୁ ଡେଲିଭେରୀ ଦିଆଯାଇଥିଲା। ସେ ସିଲ୍‌ ନ ଖୋଲି ସେହିପରି ଭାବେ ଏହାକୁ କ୍ଲନିକ୍‌ରେ ଛାଡ଼ି ଘରକୁ ଚାଲିଯାଇଥିଲେ। ପରଦିନ ଅର୍ଥାତ ୧୨ ତାରିଖରେ ଲାପ୍‌ଟପ୍‌ରେ ସଫ୍ଟୱେୟାର ଇନଷ୍ଟଲେସନ କରିବାକୁ କମ୍ପ୍ୟୁଟର ଇଞ୍ଜିନିୟରଙ୍କୁ ଡକାଇ ଏହାର ସିଲ୍‌କୁ ଖୋଲିଥିଲେ। ମାତ୍ର ସିଲ୍‌ ଖୋଲିଲା ବେଳକୁ ସେଥିରେ ଲାପ୍‌ଟପ୍‌ ବଦଳରେ ଲାପଟପ୍‌ ଆକାରର ଏକ ମାର୍ବଲ ପଥରଖଣ୍ଡ ବାହାରିଥିଲା। ଯାହାର ସମ୍ପୂର୍ଣ୍ଣ ଭିଡିଓଚିତ୍ର ତାଙ୍କ କ୍ଲନିକ୍‌ରେ ଥିବା ସିସି କ୍ୟାମେରାରେ ଉତ୍ତୋଳନ ହୋଇଛି। ସେ ସଙ୍ଗେ ସଙ୍ଗେ ସମ୍ବଲପୁରରେ ଥିବା ଆମେଜନ କାର୍ଯ୍ୟାଳୟକୁ ଜଣାଇଥିଲେ। ମାତ୍ର ଉକ୍ତ କାର୍ଯ୍ୟାଳୟର ପକ୍ଷରୁ ତାଙ୍କୁ ସିଧାସଳଖ ଆମେଜନ୍‌ କମ୍ପାନୀ ସହିତ ଯୋଗାଯୋଗ କରାଯିବାକୁ କୁହାଯାଇଥିଲା। ସେ ସିଧାସଳଖ ଯୋଗାଯୋଗ କରିବାରୁ ଏହାର ସମାଧାନ ପାଇଁ ଠିକ୍‌ ଭାବେ କିଛି ଉତ୍ତର ନ ଦେଇ କିଛି ଦିନ ସମୟ ମାଗିଥିଲେ। ଆମେଜନ୍‌ କମ୍ପାନୀର ଫେରସ୍ତ ସୁବିଧା ଥିଲେ ହେଁ ଉକ୍ତ ସାମଗ୍ରୀକୁ ଫେରସ୍ତ ପାଇଁ କମ୍ପାନୀ ୱେବସାଟ୍‌ରେ କୌଣସି ସୁବିଧା ବା ଅପ୍‌ସନ ଦୃଶ୍ୟମାନ ହୋଇ ନ ଥିଲା। ଏହାପରଦିନ ପୁଣି ଏନେଇ ଲିଖିତ ଭାବେ ଅଭିଯୋଗ କରିବା ପରେ ଆମେଜନ କମ୍ପନୀ ପକ୍ଷରୁ ଏକ ମେଲ୍‌ ଜରିଆରେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେତେଦିନ ମଧ୍ୟରେ ସମାଧାନ କରାଯିବ ସେ ସମ୍ପର୍କରେ କିଛି ଜଣାଇ ନ ଥିଲେ। ତେଣୁ ସେ ବାଧ୍ୟହୋଇ ଫେବୃଆରୀ ୧୩ରେ ଟାଉନଥାନାରେ ଏତଲା ଦେଇଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri