ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।

ଓକିଲ ସଂଘ ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ କରାଯାଇଥିବା ବିରଳ ଏବଂ ସଫଳ ଅସ୍ତ୍ରୋପଚାର ପରେ ବିଭାଗୀୟ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜ୍ଞାପନ ସ୍ବରୂପ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ସଭାପତି ହୃଦୟ ରଞ୍ଜନ ମେକାପ, ପ୍ରାକ୍ତନ ସଭାପତି ଚନ୍ଦ୍ରଧଜ ସିଂହ, ପ୍ରାକ୍ତନ ସମ୍ପାଦକ ପ୍ରଦୀପ କୁମାର ନାୟକ, ସୀମାଞ୍ଚଳ ପ୍ରଧାନ, ବିଜୟ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିବା ବେଳେ ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ତଥା ଆସୋସିଏଟ୍‌ ପ୍ରଫେସର ଡା.ରବିନାରାୟଣ ପଣ୍ଡା, ଆସିଷ୍ଟାଣ୍ଟ ପ୍ରଫେସର ଡା.ଦେବଦତ୍ତ ସେନାପତି, ଡା.ତୁଷାର କାନ୍ତ ରଥ, ଡା.ଦେବଶ୍ରୀ ମହାରଣା ଏବଂ ଡା. ପି.ହରି ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

Share