କର୍କଟରେ ଆକ୍ରାନ୍ତ ଶିଶୁ ଲାଗି ରଙ୍ଗିନ ପୋଷାକ ପିନ୍ଧି ନାଚିଲେ ଡାକ୍ତର: ଭିଡିଓ ଭାଇରାଲ

କର୍କଟ ଏକ ଗମ୍ଭୀର ରୋଗ। ଏହି ରୋଗରେ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ସହ ତାଙ୍କୁ ଖୁସି ରଖିବା ନିତାନ୍ତ ଜରୁରୀ। ତେବେ ଏହି କଥାକୁ ବୁଝିଛନ୍ତି, ୟୁକେର ୱର୍କେଷ୍ଟେରେଶର୍‌ ରୟାଲ ହସ୍ପିଟାଲର ଡାକ୍ତରମାନେ। ଇସୋବେଲ୍‌ ଫ୍ଲେକ୍‌ଚର ନାମକ ପାଞ୍ଚ ବର୍ଷର ଜଣେ ଝିଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଖୁସି କରିବା ପାଇଁ ଡାକ୍ତରମାନେ ସ୍ବତନ୍ତ୍ର ଡ୍ୟାନ୍ସ ପରିବେଷଣ କରିଛନ୍ତି। ଏହା ଦେଖି ଇସୋବେଲ୍‌ ବହୁତ ଖୁସି ହେଉଛନ୍ତି।
ଇସୋବେଲଙ୍କ ରୁମ୍‌ରେ ଡାକ୍ତର ବିୟୋନ୍ସ କମଲରାଜନ ଏବଂ ଏମା ମାଣ୍ଡେର୍‌ ରଙ୍ଗିନ ପୋଷାକ ପିନ୍ଧି ବାଲାଟ ଡ୍ୟାନ୍ସ କରିଥିଲେ। ଦ୍ୱିତୀୟ ଥର ପାଇଁ ଇସାବେଲ ଚିକିତ୍ସିତ ହେଉଥିବା ବେଳେ ଏହି ଡ୍ୟାନ୍ସ ଦେଖି ଖୁସି ହୋଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଇସୋବେଲ ଖୁସିରେ ହସୁଥିବା ମଧ୍ୟ ଦେଖିବାକୁ ମିଳୁଛି। କାରଣ ଡାକ୍ତରମାନେ ତାଙ୍କ ପାଇଁ ହିଁ ନାଚୁଛନ୍ତି। ଏହି ଡ୍ୟାନ୍ସ ଭିଡିଓକୁ ହସ୍ପିଟାଲ ପକ୍ଷରୁ ଶେୟାର କରି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।
ସୂଚନାନୁଯାୟୀ, ଇସୋବେଲ ଲିମ୍ଫୋବ୍ଲାଷ୍ଟିକ ଲ୍ୟୁକେମିଆ ଲାଗି କେମୋଥେରାପି ଚିକିତ୍ସା ହେଉଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଆମେ ଭାବୁଥିଲୁ ଏହା ଖୁସି ହେବା ପାଇଁ ଏକ ଭଲ ଉପାୟ । ପରେ ଏହା ମଧ୍ୟ ସଫଳ ହୋଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ରିଭର ଅଫ୍‌ ଫାଇଭ୍‌ କଲର୍ସ

ପ୍ରକୃତି ତା’ କୋଳରେ ସଜାଇ ରଖିଛି ଅନେକ ସୁନ୍ଦର ସ୍ଥାନ। ପୃଥିବୀ ପୃଷ୍ଠରେ ଏଭଳି ମଧ୍ୟ ସ୍ଥାନ ରହିଛି ଯାହା ଦେଖିବାକୁ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ...

୫୨୩୦ଲୋକଙ୍କ ମୃତ୍ୟୁର ଅପରାଧୀ ହେଉଛନ୍ତି ୯୩ ବର୍ଷୀୟ ବୃଦ୍ଧ

୯୩ ବର୍ଷୀୟ ଜଣେ ନାଜି ଗାର୍ଡଙ୍କୁ ଜର୍ମାନ କୋର୍ଟ ୫୨୩୦ ଜଣଙ୍କ ହତ୍ୟା ଘଟଣାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବ୍ରୁନୋ ଦେ। ବ୍ରୁନୋ...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ...

ବସ୍‌ରେ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୪୬ ଯାତ୍ରୀ

ସୋଫିଆ,୨୩।୧୧:ବୁଲଗେରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତର ମାସିଡୋନିଆର ଏକ ବସରେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ ୪୬ ଜଣ ଜିଅନ୍ତା ଦଗ୍ଧ ହୋଇଯାଇଛନ୍ତି। ସ୍ଥାନୀୟ ସମୟ...

ସ୍ୟାଣ୍ଡଓ୍ବିଚ୍‌ ଚୋରି କରି ୯ କୋଟି ଟଙ୍କା ରୋଜଗାର କରୁଥିବା ଯୁବକଙ୍କ ଚାକିରି ଗଲା

ସ୍ୟାଣ୍ଡ୍‌ଓ୍ବିଚ୍‌ ଚୋରି କରି ଚାକିରି ହରାଇଛନ୍ତି ଜଣେ ଯୁବକ। ୩୧ ବର୍ଷୀୟ ପାରସ୍‌ ଶାହ ନାମକ ଏହି ଯୁବକ ଜଣେ ମିଲେନିୟର ଟ୍ରେଡର୍‌। ଆଫ୍ରିକା ଏବଂ...

ମାସକୁ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ବର୍ଷକର ଶିଶୁ

ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ମାତ୍ର ବର୍ଷକର ଶିଶୁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କୁନି ଶିଶୁ ସାରା...

ଉତ୍ତର-ପଶ୍ଚିମ ପାକିସ୍ତାନରେ ଭୂସ୍ଖଳନ, ୨ ଆଫଗାନ ନାଗରିକ ମୃତ, ଫସି ରହିଛି ୨୦ରୁ ଅଧିକ ଟ୍ରକ

ଇସଲାମାବାଦ,୧୮।୪: ଉତ୍ତର-ପଶ୍ଚିମ ପାକିସ୍ତାନର ତୋରଖମ ସୀମାବର୍ତ୍ତି ସହର ନିକଟରେ ଭୂସ୍ଖଳନ ହୋଇଛି। ଏଥିରେ ଅତିକମରେ ୨ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

୮୫ ବର୍ଷ ପରେ ମିଳିଲା ଟାସ୍‌ମାନିଆ ବାଘ ଅବଶେଷ

କାନବେରା: ଅଷ୍ଟ୍ରେଲିଆର ଏକ ସଂଗ୍ରହାଳୟରୁ ଟାସ୍‌ମାନିଆର ଶେଷ ବାଘ ଥାଇଲାସିନର ଅବଶେଷ ମିଳିଛି। ଦୀର୍ଘ ୮୫ ବର୍ଷ ପରେ ଏହା ମିଳିଥିବା ଟାସ୍‌ମାନିଆ ମ୍ୟୁଜିୟମ୍‌ ଆଣ୍ଡ୍‌...

Advertisement
Archives

Model This Week