Posted inଫୁରସତ

ଦୁଇ ଯୁବକଙ୍କୁ ଗର୍ଭ ପରୀକ୍ଷା ପାଇଁ ପରାମର୍ଶ ଦେଲେ ଡାକ୍ତର, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋଗରେ ପଡ଼ିଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ। ଡାକ୍ତର ଔଷଧ ଦେଲେ ଲୋକେ ସୁସ୍ଥ ହୋଇଥା’ନ୍ତି। କିନ୍ତୁ ଯଦି ଡାକ୍ତର ଭୁଲ ପ୍ରେସ୍‌କ୍ରିପ୍‌ସନ୍‌ ଲେଖନ୍ତି ତେବେ ରୋଗୀର ଅବସ୍ଥା ସଂଗୀନ ହୋଇପଡ଼େ। ସେହିପରି ଏକ ଘଟଣା ଘଟିଛି ଦୁଇ ଯୁବକଙ୍କ କ୍ଷେତ୍ରରେ। ଦୁଇ ଯୁବକଙ୍କ ପେଟ ଦରଜ ହେବାରୁ ସେମାନେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ସେମାନଙ୍କ ଗର୍ଭ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ରାଜ୍ୟ ସିମରିଆର ଚୋରବୋରା ଗାଁର ଯୁବକ ଗୋପାଳ ଗଂଝୁ ଏବଂ କାମେଶ୍ୱର ଗଂଝୁଙ୍କ କ୍ଷେତ୍ରରେ। ଏହି ଦୁଇ ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସିମରିଆ ରେଫରାଲ ହସ୍ପିଟାଲ ଯାଇଥିଲେ। ଡାକ୍ତର ମୁକେଶ ଗର୍ଭ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତର ଲେଖିଥିବା ପ୍ରେସ୍‌କ୍ରିପ୍‌ସନ୍‌ରେ ଏଏନ୍‌ସି ଅର୍ଥାତ୍‌ ଆଣ୍ଟି ନେଟାଲ ଚେକ୍‌ଅପ୍‌ ପାଇଁ ପରାମର୍ଶ ଦିଆଯାଇଛି। ଦୁଇ ଯୁବକଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ନଂ ୧୭୦୨୮ ଏବଂ ୧୭୦୩୨। ଖାଲି ଏତିକି ନୁହେଁ, ଏଥିରେ ଏଚ୍‌ଆଇଭି, ଏଚ୍‌ବିଏ, ଏଚ୍‌ସିବି, ଏଚ୍‌ଏଚ୍‌-୨ ଏବଂ ଏଏନ୍‌ସି ଚେକ୍‌ଅପ୍‌ ପାଇଁ ଲେଖାଯାଇଛି। ଦୁଇ ଯୁବକଙ୍କୁ ଡାକ୍ତର ଏକାପ୍ରକାର ଔଷଧ ବି ଲେଖିଛନ୍ତି। ପ୍ରେସ୍‌କ୍ରିପ୍‌ସନ୍‌ ନେଇ ଦୁଇଜଣ ଏକ ପାଥୋଲାବକୁ ଯାଇଥିଲେ। ଲ୍ୟାବ୍‌ରେ କିଛି ପରୀକ୍ଷା ମଧ୍ୟ କରାଯାଇଥିଲା କିନ୍ତୁ ଗର୍ଭ ପରୀକ୍ଷା ପାଇଁ ମନା କରାଯାଇଥିଲା। ପରେ ଦୁଇ ଯୁବକ ସିଭିଲ ସର୍ଜନ ଡାକ୍ତର ଅରୁଣ କୁମାର ପାଶ୍‌ଓ୍ବାନ୍‌ଙ୍କ ନିକଟକୁ ଯାଇଥିଲେ। ଏହା ପରେ ଡାକ୍ତର ଅରୁଣ ପ୍ରଭାରୀଙ୍କୁ ଯାଞ୍ଚ କରି ଦୁଇଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ଦ୍ୱିତୀୟ ଥର ଡାକ୍ତର ମୁକେଶ ଅଲଗା ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଥିଲେ। ମୁକେଶଙ୍କୁ ପଚାରିବାରୁ ପ୍ରେସ୍‌କ୍ରିପ୍‌ସନ୍‌ରେ ଓଭର ରାଇଟିଂ କରାଯାଇଛି। ତାଙ୍କୁ ବଦ୍‌ନାମ କରିବାକୁ ଏପରି କେହି କରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri