ସ୍ତ୍ରୀ ହତ୍ୟା ଅଭିଯୋଗରେ ଡାକ୍ତର ଗିରଫ

ଗୋପାଳପୁର,୩।୭: ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶନିବାର କେଲୁଆପୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଛତ୍ରପୁର ନିକଟସ୍ଥ ମାଧପୁରା ଗ୍ରାମର ଏମ୍‌.ସତ୍ୟଜିତ ସୁବୁଦ୍ଧି(୩୩)।

୨୦୧୭ ଜାନୁୟାରୀରେ ଜି.ଉଦୟଗିରିର ଏସ୍‌.ଦେବସ୍ମିତା ପାତ୍ରଙ୍କ ସହିତ ସତ୍ୟଜିତଙ୍କ ବିବାହ ହୋଇଥିଲା। ପୂର୍ବଭଳି ଶୁକ୍ରବାର ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସତ୍ୟଜିତ କୌଣସି କାମରେ ବଜାରକୁ ଯାଇଥିବା ବେଳେ ଦେବସ୍ମିତା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସେ ଗୋଳନ୍ଥରା ଥାନାରେ ଜଣାଇଥିଲେ। ଅନ୍ୟପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ଦେବସ୍ମିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା କ୍ରମେ ଏକ ମାମଲା(ନଂ. ୧୭୮/୨୧) ରୁଜୁ କରି ସତ୍ୟଜିତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା।