Posted inଜାତୀୟ

ସ୍ତ୍ରୀଙ୍କୁ ହତ୍ୟାକରି ଡାକ୍ତର ଗିରଫ

ଲଖିମପୁର ଖେରି: ୧୫।୧୨: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଭିଷେକ ଅବସ୍ତି ନାମକ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଅଭିଷେକଙ୍କ ସ୍ତ୍ରୀ ବନ୍ଦନା (୨୮) ପେସାରେ ଡାକ୍ତର। ନଭେମ୍ବର ୨୬ରେ ଅଭିଷେକ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ନିଜ ଘରଠାରୁ ୪୦୦ କି.ମି. ଦୂର ଗଡ଼ମୁକ୍ତେଶ୍ୱରରେ ନେଇ ତାଙ୍କ ଅନ୍ତିମ ସଂସ୍କାର କରିଥିଲେ। କୌଣସି କଥାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଭିଷେକ ରାଗିଯାଇ ବନ୍ଦନାଙ୍କ ମୁଣ୍ଡକୁ ଏକ ଭାରି ଜିନିଷରେ ପ୍ରହାର କରିଥିଲେ, ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଅଭିଷେକଙ୍କୁ ଏଥିରେ ତାଙ୍କ ବାପା ଗୌରୀ ଶଙ୍କର ଅବସ୍ତି ସହଯୋଗ କରିଥିବା ପୋଲିସ କହିଛି। ସ୍ତ୍ରୀଙ୍କୁ ହତ୍ୟା ପରେ ଅଭିଷେକ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ।

ମୃତଦେହକୁ ଅଭିଷେକ ଏକ ସୁଟ୍‌କେସ୍‌ରେ ଭର୍ତ୍ତି କରି ଆମ୍ବୁଲାନ୍ସ ଯୋଗେ ଗଡ଼ମୁକ୍ତେଶ୍ୱର ନେଇ ସେଠାରେ ପୋଡ଼ି ଦେଇଥିଲେ। ବନ୍ଦନାଙ୍କ ନିଖୋଜ ମାମଲାର ଯାଞ୍ଚ କରୁଥିବା ପୋଲିସର ସନ୍ଦେହ ଅଭିଷେକଙ୍କ ଉପରେ ହୋଇଥିଲା। ଏ ସଂକ୍ରାନ୍ତରେ ପୋଲିସ ପଚରାଉଚରା ଜାରି ରଖିଥିବାବେଳେ ଅଭିଷେକ ସତ ମାନିଯାଇଥିବା ପୋଲିସ କହିଛି। ତେବେ ଘଟଣାରେ ସମ୍ପୃକ୍ତ ଗୌରୀ ଶଙ୍କରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ପୋଲିସ ଘଟଣା ସମ୍ପର୍କରେ ଅଧିକ ଯାଞ୍ଚ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେବା ପାଇଁ ପଡୁଛି ଚାପ: ଚାଞ୍ଚଲ୍ୟକର ଖୁଲାସା କଲେ ସଞ୍ଜୟ ରାଉତ

ପୁଣେ,୮।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ସେପଟେ ଉଦ୍ଧବ ଠାକ୍‌ରେ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି, ଭାଜପାରେ...

ଭାରତକୁ ମହାନ ଶକ୍ତି କହିଲେ ପୁଟିନ; ଚାଇନା-ପାକିସ୍ତାନକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ, ୮।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଶଂସା କରି ଭାରତକୁ ଏକ ମହାନ ଶକ୍ତି ବୋଲି କହିଛନ୍ତି। ଭାରତର ଅର୍ଥବ୍ୟବସ୍ଥା, ସଂସ୍କୃତି ଏବଂ...

ଅବସର ପରେ ଚନ୍ଦ୍ରଚୂଡଙ୍କୁ କ’ଣ ମିଳିବ ସୁବିଧା: ଜାଣନ୍ତୁ ନିୟମ ବିଷୟରେ…

ନୂଆଦିଲ୍ଲୀ,୮।୧୧: ଭାରତରେ ସୁପ୍ରିମକୋର୍ଟର ମୁଖ୍ୟ ଅର୍ଥାତ୍‌ ପ୍ରଧାନ ବିଚାରପତି (ସିଜେଆଇ) ହେଉଛି ଭାରତୀୟ ନ୍ୟାୟପାଳିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ। ଏହା କେବଳ ଏକ ସମ୍ମାନଜନକ ପଦବୀ...

‘ମହା ବିକାଶ ଅଘାଡ଼ି’ ଗାଡିର ଡ୍ରାଇଭର ସିଟ୍ ପାଇଁ ଝଗଡ଼ା: ମହାରାଷ୍ଟ୍ରରେ ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ

ମୁମ୍ବାଇ, ୮।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ମାସରୁ କମ୍ ସମୟ ଥିବା ବେଳେ ସରକାରୀ ଓ ବିରୋଧୀ ଜୋରଦାର ପ୍ରଚାର କରୁଛନ୍ତି। ଉଭୟଙ୍କ...

କାର୍ଯ୍ୟକାଳର ଶେଷ ଦିନରେ ଭାବୁକ ହେଲେ ଚନ୍ଦ୍ରଚୂଡ, କହିଲେ କ୍ଷମା କରିବେ…

ନୂଆଦିଲ୍ଲୀ,୮।୧୧: ଆଜି ଅବସର ନେଉଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଶେଷ ଦିନରେ ସେ କିଛି ବିଶେଷ ବାର୍ତ୍ତା ଦେଇଛନ୍ତି। ନିଜ କାର୍ଯ୍ୟକାଳର...

ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତି ହେଉଛନ୍ତି ଭାରତର ସବୁଠୁ ବଡ଼ ଦାନବୀର

ନୂଆଦିଲ୍ଲୀ,୮।୧୧: ଭାରତରେ ଶିଳ୍ପପତିମାନେ ବହୁ ଅର୍ଥ ଉପାର୍ଜନ କରନ୍ତି। ସେମାନେ ନିଜ ଅର୍ଜିତ ଅର୍ଥକୁ ଦାନ କରନ୍ତି। ବେଳେବେଳେ ମନରେ ପ୍ରଶ୍ନ ଆସେ, ଭାରତର ସବୁଠାରୁ...

କେବେ ନେବେ ରାଜନୀତିରୁ ସନ୍ୟାସ, ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ମହାରାଷ୍ଟ୍ର,୮।୧୧: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଗରମ ରହିଛି। ଏହି ସମୟରେ ଏନସିପି-ଏସପି ମୁଖ୍ୟ ଶରଦ ପାୱାରଙ୍କ ଏକ ବଡ...

ପିଏମ ବିଦ୍ୟା ଲକ୍ଷ୍ମୀ ଯୋଜନା ପାଇଁ କେଉଁ କେଉଁ ଛାତ୍ର କରିପାରିବେ ଆବେଦନ, ଜାଣନ୍ତୁ ସବୁ କିଛି…

ନୂଆଦିଲ୍ଲୀ,୮।୧୧: ଛାତ୍ରମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ ପିଏମ-ବିଦ୍ୟା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭାରତର ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri