ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପଶି ଡାକ୍ତରଙ୍କୁ ଦୁର୍ବ୍ୟବହାର, ସୁରକ୍ଷାକର୍ମୀଙ୍କୁ ମାଡ଼

ଛତ୍ରପୁର,୧୫ା୧୧(ଦିଲ୍ଲୀପ ସାମଲ ): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣଙ୍କୁ ଉଠାଇ ନେଲା ଛତ୍ରପୁର ଥାନା ପୋଲିସ । ଆଜି ଅପରାହ୍ନରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସତ୍ୟଜିତ ପଣ୍ଡା ନିଜେ ପ୍ରକୋଷ୍ଠରେ ରୋଗୀ ଚିକିତ୍ସା କରିଥିବା ବେଳେ ଜଣେ ବ୍ୟକ୍ତି ଅଚାନକ ସେଠାରେ ପହଂଚି ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର ଏବଂ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ ।

ସେହିପରି ଜଣେ ମହିଳା ସୁରକ୍ଷାକର୍ମୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷ ଛତ୍ରପୁର ଥାନାକୁ ଜଣାଇଥିଲେ । ପରେ ଛତ୍ରପୁର ଥାନା ପୋଲିସ ଅଭିଯୁକ୍ତକୁ ଥାନାକୁ ଉଠାଇ ନେଇଛି । ଏପରି ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Share