କାର୍ଯ୍ୟ ରହିଛି; ଯାହାକୁ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ପ୍ରଭୁକୃପା ଲାଭ ହୋଇଥାଏ। ତା’ସହିତ ଜୀବନରେ ଅନେକ ସଫଳତା ମିଳେ ବୋଲି ବିଶ୍ୱାସ କରାଯାଏ…
* ଯେଉଁ ବ୍ୟକ୍ତି ବୁଲା କୁକୁରଙ୍କୁ ନିୟମିତ ରୁଟି ଖାଇବାକୁ ଦେଇଥାନ୍ତି, ଶତ୍ରୁମାନେ ତାଙ୍କର କିଛି ବି କ୍ଷତି କରିପାରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।
*ଯିଏ ପକ୍ଷୀମାନଙ୍କୁ ଦାନା ଦେଇଥାନ୍ତି, ସମାଜରେ ସେମାନଙ୍କର ଯଶକୀର୍ତ୍ତି ବଢିବା ସହ ସମସ୍ତେ ତାଙ୍କୁ ଆଦର କରିଥାନ୍ତି।
* ଅସୁସ୍ଥ ଗରିବ ଲୋକଙ୍କୁ ଔଷଧ ଦାନ କଲେ ପ୍ରଭୁ କୃପା ମିଳେ ବୋଲି ବିଶ୍ୱାସ ରହିଛି।
* ଯିଏ ଅନ୍ୟର ଦୁଃଖରେ କାନ୍ଦେ, ଈଶ୍ୱର ତାଙ୍କ ପାଖକୁ ବିନା ଡାକରାରେ ଦୌଡ଼ି ଆସନ୍ତି ବୋଲି ସାଧୁସନ୍ଥମାନେ ମତ ଦେଇଥାନ୍ତି।
* ଯିଏ ନିଜ କର୍ମ ସମୟ ଅନୁସାରେ କରିଥାନ୍ତି, ସମୟ ତାଙ୍କୁ ଉଚିତ୍ ଫଳ ଦେଇଥାଏ।
* ଦୁଆର ମୁହଁକୁ ଆସିଥିବା ଭିକାରୀକୁ ଖାଲି ହାତରେ ଫେରାଇବା ଠିକ୍ ନୁହେଁ। ତାଙ୍କ ମନରେ କଷ୍ଟ ହେଲେ ତା’ ପ୍ରଭାବରେ ଘରକୁ ଦାରିଦ୍ର୍ୟତାକୁ ଆସିଥାଏ ବୋଲି ବିଶ୍ୱାସ କରାଯାଏ।
* ଘରକୁ କୌଣସି ଅତିଥି ଆସିଲେ ମୁହଁରେ ବିରକ୍ତି ଭାବ ପ୍ରକାଶ ନ କରି ବରଂ ଖୁସିରେ ନିଜ ସାଧ୍ୟମତେ ଅତିଥି ସତ୍କାର କଲେ ଘରେ ସୁଖଶାନ୍ତି ବଢ଼େ ବୋଲି ବିଶ୍ୱାସ ରହିଛି।