Categories: ଫୁରସତ

ଜାଣନ୍ତି କି ମୋବାଇଲରେ କାହିଁକି ରହିଥାଏ ଏତେ ଛିଦ୍ର

ଆଜିର ସମୟରେ ମୋବାଇଲ ଯେମିତି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଛି। ଧନୀଠାରୁ ଆରମ୍ଭ କରି ମଧ୍ୟବିତ୍ତ, ଗରିବ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ଏବେ ସ୍ମାର୍ଟଫୋନର କ୍ରେଜ ବଢ଼ିବା ସହିତ ଟେକ୍ନୋଲୋଜି ମଧ୍ୟ ବଦଳୁଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫୋନ୍‌ରେ କିଛି ଅସାଧାରଣ କରୁଛନ୍ତି। ସମସ୍ତେ ଫୋନ୍‌ ବ୍ୟବହାର କରୁଛନ୍ତି ସତ ମାତ୍ର ଏଥିରେ କାହିଁକି ଅନେକ ଛିଦ୍ର ରହିଛି ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଛିଦ୍ର ଗୁଡ଼ିକ ବ୍ୟାକ୍‌ କ୍ୟାମେରା ଏବଂ ମୋବାଇଲର ଫ୍ଲାସ ଲାଇଟ୍‌ ଚାରିପାଖରେ ରହିଛି। ଏହା ଫ୍ଲାସର କାମ ନୁହେଁ, କିମ୍ବା ଫଟୋ ଉଠାଏ ନାହିଁ କିମ୍ବା ଏହାର କୌଣସି ପ୍ରକାରର ବଟନ ନାହିଁ। ତେବେ ଏହାକୁ ତିଆରି କରିବାର ଉଦ୍ଦେଶ୍ୟ କ’ଣ?

ଏହି ଛିଦ୍ର ହେଉଛି ଏକ ନଏଜ ବା କୋଳାହଳ କ୍ୟାନସେଲ୍‌ ମାଇକ୍ରୋଫୋନ। ଏହି ମାଇକ୍ରୋଫୋନ୍‌ ଆପଣଙ୍କ ସାଉଣ୍ଡକୁ କମ୍‌ କରିଥାଏ। ଫୋନ ସାମ୍ନାରେ ନିର୍ମିତ ମାଇକ୍ରୋଫୋନ କେବଳ ଶବ୍ଦ ଶୁଣିବା ପାଇଁ, କିନ୍ତୁ ଏହାର କାମ ହେଉଛି ଶବ୍ଦ ହ୍ରାସ କରିବା। ଯଦି ଆପଣ କେବେ ଧ୍ୟାନ ଦେଇଛନ୍ତି, ଫୋନ୍‌ର ତଳ ଭାଗରେ ଏକ ଛୋଟ ଛିଦ୍ର ଅଛି, ଅର୍ଥାତ୍‌ ଚାର୍ଜିଂ ପଏଣ୍ଟ କିମ୍ବା ଇୟରଫୋନ ରଖିବା ପାଇଁ ରହିଛି। ଏହି ହୋଲ୍‌ ମଧ୍ୟ ସାଉଣ୍ଡ କ୍ୟାନସେଲ୍‌ ପାଇଁ ରହିଛି।

ଏହା ବ୍ୟତୀତ ମୋବାଇଲ ସହିତ ଅନେକ କଥା ଜଡ଼ିତ ରହିଛି। ପ୍ରଥମ କଲ୍‌ ୩ ଏପ୍ରିଲ ୧୯୭୩ରେ କରାଯାଇଥିଲା। କେବଳ ଏତିକି ନୁହେଁ, ଆଜିକାଲି ଆମେ ବିଭିନ୍ନ କମ୍ପାନୀର ସ୍ମାର୍ଟଫୋନ୍‌ ବ୍ୟବହାର କରୁଛୁ। କିନ୍ତୁ ଆମେ ଜାଣୁ ନାହିଁ ପ୍ରଥମ ସ୍ମାର୍ଟଫୋନ ପ୍ରାୟ ୨୭ ବର୍ଷ ପୂର୍ବେ ତିଆରି ହୋଇଥିଲା। ଯାହା ଆଇବିଏମ୍‌ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା। ଏହା ପ୍ରଥମ ଫିଙ୍ଗର ଟଚ୍‌ ଫୋନ୍‌ ଯାହା ବ୍ୟବସାୟିକ ଭାବରେ ଉପଲବ୍ଧ ଥିଲା। ଜାପାନର ପ୍ରାୟ ୯୦ ପ୍ରତିଶତ ମୋବାଇଲ ଓ୍ବାଟରପ୍ରୁଫ୍‌।

Share