Categories: ଫୁରସତ

ହଜାରେକୁ କାହିଁକି ଲେଖାଯାଏ ଇଂରାଜୀ ‘k’, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଲେଖା

ମାନବ ସଭ୍ୟତାର ଆରମ୍ଭରୁ, ମଣିଷମାନେ ପ୍ରତିଦିନ କିଛି ନୂଆ ନୂଆ କଥା ଶିଖନ୍ତି। ଏହି ନୂତନ ଶିକ୍ଷଣରେ, ଚାରିପାଖରେ ଥିବା ଜିନିଷ ଦ୍ୱାରା ପ୍ରଭାବିତ ହୁଅନ୍ତି। ମଣିଷମାନେ ଅନ୍ୟମାନଙ୍କଠାରୁ ବହୁତ କିଛି ଶିଖନ୍ତି। ବେଳେବେଳେ ଏମିତି କିଛି ଥାଏ, ଯାହାକୁ ଆମେ ବ୍ୟବହାର କରୁ କିନ୍ତୁ ତାହା ବିଷୟରେ ଜାଣି ନ ଥାଉ। ପୂର୍ବରୁ ଲୋକମାନେ ୧ ହଜାର କିମ୍ବା ୨ ହଜାର ବ୍ୟବହାର କରୁଥିଲେ। ମାତ୍ର ଏବେ ଲୋକେ ହଜାରେ ବଦଳରେ ବଦଳରେ ‘K’ବ୍ୟବହାର ଆରମ୍ଭ କରିଛନ୍ତି, ଯେପରିକି 1K କିମ୍ବା 2K।

ବିଶେଷକରି ସୋସିଆଲ ମିଡିଆ ବ୍ୟବହାରୀମାନେ ନିଶ୍ଚତ ଜାଣିଥିବେ ଭିୟୁକୁ 1k, 2k ଇତ୍ୟାଦି ଲେଖାଯାଏ। ଲାଇକ୍‌ଗୁଡ଼ିକ ମଧ୍ୟ ‘k’ ବ୍ୟହବାର କରାଯାଉଛି। ଅନେକ ଲୋକ ଏହାକୁ ବ୍ୟବହାର କରୁଛନ୍ତି। କିନ୍ତୁ ଏହା କାହିଁକି ବ୍ୟବହାର କରାଯାଉଛି ସେ ବିଷୟରେ ଜାଣି ନ ଥିବେ। ଏହି ‘K’କ’ଣ, ହଜାରେ ସହିତ ଏହାର ସମ୍ପର୍କ କ’ଣ ଏବଂ ଏହା କିପରି ଆରମ୍ଭ ହେଲା ଇତ୍ୟାଦି ଇତ୍ୟାଦି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

‘k’ ପ୍ରଥମେ ଗ୍ରୀକ୍‌ ଭାଷାରେ ବ୍ୟବହୃତ ହୋଇଥିଲା। ଗ୍ରୀକ୍‌ ଶବ୍ଦ ‘CHILLOI’ର ଅର୍ଥ ହେଉଛି ହଜାରେ। ସେଠାରୁ ‘K’ଶବ୍ଦ ଆସିଛି। ଗ୍ରୀକ୍‌ ଭାଷାରେ ବ୍ୟବହୃତ ହେଉଥିବାବେଳେ ଏହା ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ବ୍ୟବହୃତ ହେଉଛି। ଏହା ବ୍ୟତୀତ ବାଇବେଲରେ ‘K’ ଶବ୍ଦ ମଧ୍ୟ ବ୍ୟବହୃତ ହୋଇଛି। ବାଇବେଲରେ ଯେଉଁଠାରେ ହଜାରେ ବ୍ୟବହାର କରାଯାଉଥିଲା, ସେଠାରେ ‘K’ ଲେଖା ଅଛି। ଏହି କାରଣରୁ ଧୀରେ ଧୀରେ ଲୋକମାନେ ହଜାରେ ବଦଳରେ ‘K’ ବ୍ୟବହାର ଆରମ୍ଭ କଲେ।

କିଲୋଗ୍ରାମରେ ମଧ୍ୟ ‘k’ବ୍ୟବହୃତ ହୁଏ। ଯେତେବେଳେ CHILLOI, ଯାହା ଏକ ଗ୍ରୀକ୍‌ ଶବ୍ଦ, ଫ୍ରେଞ୍ଚ ଭାଷାରେ ବ୍ୟବହୃତ ହୁଏ, ଏହାର ଅର୍ଥ ବଦଳିଯାଏ। ଫରାସୀ ଭାଷାରେ ଏହାର ଅର୍ଥ ହଜାରେରୁ କିଲୋଗ୍ରାମକୁ ପରିବର୍ତ୍ତନ ହେଲା। ତାହା ହେଉଛି ୧ ହଜାର ଗ୍ରାମ ଯଥା 1 ‘k’ କେବଳ କିଲୋଗ୍ରାମ ବଦଳରେ K ବ୍ୟବହାର କରାଯାଇଥିଲା। ଏହା ପଛରେ ଆଉ ଏକ ଯୁକ୍ତି ଅଛି। ଯେତେବେଳେ ଆମେ ଇଂରାଜୀରେ କିଲୋଗ୍ରାମ ଲେଖିବା, ଏହା ‘k’ରୁ ଆରମ୍ଭ ହୁଏ। ଏଥିପାଇଁ ମଧ୍ୟ ବର୍ତ୍ତମାନ ‘K’ କୁ ହଜାରେ ବଦଳରେ ବ୍ୟବହାର କରାଯାଉଛି।

Share