Categories: ଫୁରସତ

ଜାଣନ୍ତି କି ଏସି ବଗି କାହିଁକି ଟ୍ରେନ୍‌ର ମଧ୍ୟ ଭାଗରେ ରହିଥାଏ

ଭାରତରେ ରେଳ ନେଟଓ୍ବାର୍କ ବହୁ ବ୍ୟାପକ। କହିବାକୁ ଗଲେ ଏହା ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବ୍ୟାପିଛି। ଫଳରେ ଦୂରଯାତ୍ରା ସହଜ ହୋଇଥାଏ। ଟ୍ରେନ ରୁଟ୍‌ ଲୋକମାନଙ୍କୁ କମ୍‌ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳକୁ ନେଇଥାଏ। ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନେ ଟ୍ରେନ୍‌ରେ ଆରାମରେ ଶୋଇ ଯାତ୍ରା କରିଥାନ୍ତି। ତେବେ ଏହି ଟ୍ରେନ୍‌ରେ ଏସି ବଗିଗୁଡ଼ିକ କାହିଁକି ମଝିରେ ଥାଏ କେବେ ଧ୍ୟାନ ଦେଇଛନ୍ତି କି ? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ….

ଟେନ୍‌ରେ ଏସି ବଗିଗୁଡ଼ିକ ଟ୍ରେନରେ ପଛ କିମ୍ବା ଆଗରେ କେବେ ବି ଫିଟ୍‌ ହୋଇ ନ ଥାଏ। ସବୁବେଳେ ମଝିରେ ହିଁ ରହିଥାଏ। ଇଞ୍ଜିନ ପ୍ରଥମେ ଆସେ। ତା’ପରେ ସାଧାରଣ ବଗି ରହିଥାଏ। ତା’ପରେ କିଛି ଶୋଇବା ବଗି ଏବଂ ଏହା ପରେ ଏସି ବଗି ରହିଥାଏ।

ଯଦିଓ ଭାରତୀୟ ରେଳ ବିଭାଗ ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରିନାହିଁ, କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି, ଏହାର କାରଣ ହେଉଛି ଏସି ବଗିଗୁଡ଼ିକରେ ଯାତ୍ରୀମାନଙ୍କ ସୁବିଧା ପାଇଁ, ଏହା ମଝିରେ ଲାଗିଥାଏ। କେବଳ ଉପର ଶ୍ରେଣୀର ବଗି ନୁହେଁ ଲେଡିଜ କମ୍ପାର୍ଟମେଣ୍ଟ ମଧ୍ୟ ମଝିରେ ରଖାଯାଇଛି। ଲଗେଜ ଏସ୍‌ଗୁଡ଼ିକ ଇଞ୍ଜିନ ନିକଟରେ ଅବସ୍ଥିତ। ଏହା ପରେ ଟ୍ରେନର କୋଣରେ ଶୋଇବା ଏବଂ ସାଧାରଣ ବଗି ଲାଗିଥାଏ। ମଝିରେ ଯାଉଥିବା ଯାତ୍ରୀମାନେ କମ ଭିଡ଼ରେ ଯାତାୟାତ କରିଥାନ୍ତି। ତେଣୁ ଏସି କୋଚ୍‌ ମଝିରେ ରଖାଯାଇଥାଏ।

ଏହା ବ୍ୟତୀତ ଆପଣ ଲକ୍ଷ୍ୟ ରଖିଥିବେ ଷ୍ଟେଶନରୁ ବାହାରିବା ସମୟରେ ଏସି ବଗି ଷ୍ଟେଶନ ମଝିରେ ଅଟକିଥାଏ। ଏସି କୋଚ୍‌ ମଝିରେ ଥିବାରୁ ଟ୍ରେନ ଅଟକିବା ବେଳେ ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଥମେ ଓହ୍ଲାଇ ଚାଲିଯାଆନ୍ତି। ବାକି ଯାତ୍ରୀମାନେ ପହଞ୍ଚିବା ପୂର୍ବରୁ ସେମାନେ ପ୍ରସ୍ଥାନ କରିସାରିଥାନ୍ତି। ଟ୍ରେନ୍‌ରେ ସହଜ ଏବଂ ଶାନ୍ତିରେ ଯାତ୍ରା କରିବା ପାଇଁ ଏସି ବଗିଗଡ଼ିକ ଟ୍ରେନ୍‌ର ମଝି ଭାଗରେ ଲାଗିଥାଏ।

Share