ଗୋଟିଏ ପରମାଣୁ ବୋମାର ଦାମ୍‌ କେତେ ଜାଣନ୍ତି କି? ଖର୍ଚ୍ଚ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୬: ପରମାଣୁ ବୋମା, ଯାହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଧ୍ୱଂସାତ୍ମକ ଅସ୍ତ୍ର, ତା’ର ନିର୍ମାଣ ଖର୍ଚ୍ଚ ସମ୍ପର୍କରେ ଅନେକଙ୍କ ମନରେ କୌତୂହଳ ରହିଛି। ଏକ ରିପୋର୍ଟ ଅନୁଯାୟୀ, ଏକ ପରମାଣୁ ବୋମା ତିଆରି ପାଇଁ କେତେ ଖର୍ଚ୍ଚ ହୁଏ ଜାଣନ୍ତି କି? ଯାହା ସାଧାରଣ ଲୋକଙ୍କ କଳ୍ପନାଠାରୁ ବାହାରେ।

ମଧ୍ୟପ୍ରାଚ୍ୟରେ ତୀବ୍ର ହେବାରେ ଲାଗିଛି ଉତ୍ତେଜନା । ମଝିରେ ମଝିରେ ଦେଶଗୁଡିକୁ ଉସକାଇବାରେ ଲାଗିଛି ଆମେରିକା । ଏଭଳି ସ୍ଥିତିରେ ଆଗକୁ ବିଶ୍ବ ଦେଖିପାରେ ବଡ଼ ଯୁଦ୍ଧ । ବିଶେଷ କରି ପରମାଣୁ ଯୁଦ୍ଧ ହେବାର ଆଶଙ୍କା ବି ଦେଖାଗଲା। ତେବେ କଥା କଥାରେ ପରମାଣୁ ସମ୍ପନ୍ନ ଦେଶମାନେ ପରମାଣୁ ଆଟାକ୍‌ କରିବାକୁ କାହିଁକି ଦେଉଛନ୍ତି ଧମକ? ପରମାଣୁ ବୋମା କଣ? ଗୋଟିଏ ପରମାଣୁ ବୋମା ତିଆରି କରିବାକୁ କେତେ ଟଙ୍କା ଖର୍ଚ୍ଚ ହୁଏ?

ନ୍ୟୁକ୍ଲିଅର ବୋମା ର୍ନିମାଣରେ ବ୍ୟବହୃତ ହେଉଥିବା ଉପକରଣ ଯେପରିକି ଉରାନିୟମ-୨୩୫ କିମ୍ବା ପ୍ଲୁଟୋନିୟମ-୨୩୯ ଅତ୍ୟନ୍ତ ଦୁର୍ଲଭ ଏବଂ ମହଙ୍ଗା। ଏହା ସହିତ, ଏହି ଉପକରଣଗୁ ଶୁଦ୍ଧ କରିବା (ଇନରିଚମେଣ୍ଟ) ଏବଂ ବୋମା ତିଆରି ପାଇଁ ଆବଶ୍ୟକ ଉନ୍ନତ ଟେକ୍ନୋଲୋଜି ମଧ୍ୟ ଖର୍ଚ୍ଚକୁ ବୃଦ୍ଧି କରିଥାଏ। ଏକ ଆକଳନ ଅନୁସାରେ, ଏକ ମୌଳିକ ପରମାଣୁ ବୋମା ତିଆରି ପାଇଁ ଖର୍ଚ୍ଚ 1500-2500 କୋଟି ଟଙ୍କାରୁ ଅଧିକ ହୋଇପାରେ। ଗୋଟିଏ ପରମାଣୁ ବୋମାର ଖର୍ଚ୍ଚ ବୋମାର ଆକୃତି ଏବଂ ଶକ୍ତି ଉପରେ ନିର୍ଭର କରିଥାଏ । ଗୋଟିଏ ପରମାଣୁ ବୋମା ତିଆରି କରିବା ପାଇଁ ୧୫୩୦ କୋଟିରୁ ୪୫୧୬ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ ।

ତେବେ, ଏହି ଖର୍ଚ୍ଚ କେବଳ ବୋମା ନିର୍ମାଣ ପାଇଁ ନୁହେଁ। ପରମାଣୁ ବୋମା ପ୍ରୋଗ୍ରାମ ପାଇଁ ଆବଶ୍ୟକ ଗବେଷଣା, ପରୀକ୍ଷଣ, ସୁରକ୍ଷା ବ୍ୟବସ୍ଥା, ଏବଂ ପରିଚାଳନା ଖର୍ଚ୍ଚ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଉଦାହରଣ ସୱରୂପ, ଆମେରିକାର ମାନହାଟନ ପ୍ରୋଜେକ୍ଟ, ଯେଉଁଥିରେ ପ୍ରଥମ ପରମାଣୁ ବୋମା ତିଆରି ହୋଇଥିଲା, ତା’ର ଖର୍ଚ୍ଚ ଆଜିର ମୂଲ୍ୟରେ ପ୍ରାୟ ୨୩ ବିଲିୟନ ଡଲାର (ପ୍ରାୟ ୧୯୦,୦୦୦ କୋଟି ଟଙ୍କା) ଥିଲା।

ତେବେ ପରମାଣୁ ବୋମାର ଚାବି କାଠି କାହା ପାଖରେ ରହିଥାଏ? କାହାର ଆଦେଶ ପାଇବା ପରେ ପରମାଣୁ ଆକ୍ରମଣ ଆରମ୍ଭ ହୁଏ? କୌଣସି ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ସିଧାସଳଖ ପରମାଣୁ ଆକ୍ରମଣ କରିବାକୁ ଆଦେଶ ଦେଇପାରିବେ ନାହିଁ । ବୋମା ପକାଇବା ପାଇଁ ଏମିତି ସ୍ମାର୍ଟ କୋଡ୍‌ ରହିଥାଏ ଯାହା ବିନା ପରମାଣୁ ବମ୍ ପକାଯାଇପାରିବ ନାହିଁ । ପରମାଣୁ ଆକ୍ରମଣ ନିଷ୍ପତ୍ତି ସୁରକ୍ଷା ମାମଲାର କ୍ୟାବିନେଟ୍‌ କମିଟି, ଏନ୍‌ଏସ୍‌ଏ, ସେନା ମୁଖ୍ୟଙ୍କ ଭଳି ବ୍ୟକ୍ତିତ୍ବ ନେଇଥାନ୍ତି । ଆଉ ଏଭଳି ନିଷ୍ପତ୍ତି ନିଆଯିବା ପରେ ପ୍ରଧାନମନ୍ତ୍ରୀ ଶେଷରେ ନିର୍ଣ୍ଣୟ ନେଇଥାନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ନିକଟରେ ପରମାଣୁ ଫୁଟବଲ ଓ ଋଷ ରାଷ୍ଟ୍ରପତିଙ୍କ ପାଖରେ ସ୍ବତନ୍ତ୍ର ପରମାଣୁ ବ୍ରିଫକେସ୍‌ ଥାଏ । ଭାରତ ପାଖରେ ଅଗ୍ନି, ପ୍ରଳୟ ଏବଂ ବ୍ରହ୍ମୋସ୍ ଭଳି ମିସାଇଲ ରହିଛି । ଯାହାକି ପରମାଣୁ ଆକ୍ରମଣ କରିବାକୁ ସକ୍ଷମ । ଭାରତ ପାଖରେ ସମୁଦ୍ର, ବାୟୁ ଏବଂ ସ୍ଥଳ ତିନିଟି ଯାକ ସ୍ଥାନରେ ପରମାଣୁ ଆକ୍ରମଣ କରିବାକୁ କ୍ଷମତା ରହିଛି । ଅବଶ୍ୟ ଭାରତ କେବେ ପ୍ରଥମେ ପରମାଣୁ ଆକ୍ରମଣ କରିବ ନାହିଁ ବୋଲି କହିଛି । କିନ୍ତୁ ଆକ୍ରମଣ ହେଲେ ଜବାବ ବି ସେମିତି ଦେବାକୁ ଚେତାବନୀ ଦେଇଛି ।

ଅନ୍ୟ ପକ୍ଷରେ, କିଛି ଅଣ-ପରମାଣବିକ ଦେଶ ଅବୈଧ ବଜାରରୁ ଉପକରଣ ଓ ଟେକ୍ନୋଲୋଜି ସଂଗ୍ରହ କରି ଖର୍ଚ୍ଚ କମାଇବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ, ଏହା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ ଏବଂ ଜଟିଳ ପ୍ରକ୍ରିୟା। ଏହା ସହିତ, ନ୍ୟୁକ୍ଲିଅର ଅସ୍ତ୍ର ରଖିବା ଏବଂ ତା’ର ସୁରକ୍ଷା ପାଇଁ ମଧ୍ୟ ବାର୍ଷିକ ଖର୍ଚ୍ଚ ଆବଶ୍ୟକ ହୋଇଥାଏ। ଇତିହାସରୁ ଜଣାଯାଏ ଯେ, ୧୯୪୫ ମସିହାରେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପକାଇଥିବା ନ୍ୟୁକ୍ଲିଅର ବୋମାର ଧ୍ୱଂସକାରୀ ଶକ୍ତି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା। ତେଣୁ, ନ୍ୟୁକ୍ଲିଅର ଅସ୍ତ୍ରର ନୈତିକ ଓ ମାନବୀୟ ପ୍ରଭାବ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri