ମଧୁମେହକୁ ନେଇ ମନରେ ଅଛି କି ଏସବୁ ଭ୍ରାନ୍ତ ଧାରଣା….

ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କୁ ମଧ୍ୟ କବଳିତ କରୁଛି। ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକେ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଏ ନେଇ ଖାଦ୍ୟପେୟ ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିଥାଏ। ତେବେ ମଧୁମେହକୁ ନେଇ ଅନେକ ଭୁଲ୍‌ ତଥ୍ୟ ମଧ୍ୟ ଦେଇଥାଆନ୍ତି, ଯାହାକୁ ଲୋକେ ସତ୍ୟ ମାନି ନେଇଥାନ୍ତି।

ଜାଣନ୍ତୁ ମଧୁମେହକୁ ନେଇ କିଛି ଭୁଲ ତଥ୍ୟ
ଯାହାକୁ ଲୋକେ ଭାବନ୍ତି ସତ୍ୟ

ଆପଣ ଜାଣିଥିବେ ମଧୁମେହ ରୋଗୀଙ୍କୁ ମିଠା ଖାଇବା ବାରଣ କରାଯାଇଥାଏ । ମାତ୍ର ଏହା ଭୁଲ । ମଧୁମେହ ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟ ଆବଶ୍ୟକ। ଏହି ସନ୍ତୁଳିତ ଖାଦ୍ୟରେ ମିଠା ମଧ୍ୟ ସାମିଲ ହୋଇପାରିବ, କିନ୍ତୁ ତାହା ସୁଗାର ଫ୍ରି ହେବା ଜରୁରୀ। ମଧୁମେହ ରୋଗୀଙ୍କ ଲାଗି ବଜାରରେ ଅଲଗା ସୁଗାର ମଧ୍ୟ ମିଳିଥାଏ। ଅନ୍ୟପକ୍ଷେ ମଧୁମେହ ରୋଗୀ ମିଠା ଖାଇବା ଫଳରେ ରକ୍ତଶର୍କରା ଅନିୟନ୍ତ୍ରିତ ହୋଇଥାଏ। ସେଥିପାଇଁ ଏହାକୁ ଖାଇବା ସମୟରେ ସନ୍ତୁଳନ ରଖିବା ଜରୁରୀ।

ଏହା ମଧ୍ୟ କୁହାଯାଇଥାଏ ମଧୁମେହ ଆନୁବଂଶିକ କାରଣରୁ ହୋଇଥାଏ। ମାତ୍ର ଖାଦ୍ୟପେୟରେ ଅନିୟମିତତା ରହିଲେ ଏହି ରୋଗ କାହାକୁ ବି ହୋଇପାରେ।

ଅନେକ ସମୟରେ ଲୋକେ ଭାବିଥାନ୍ତି ମଧୁମେହ ରୋଗୀ ଫଳ ଖାଇବା ଭଲ। ଏହା ଯେକୌଣସି ଫଳ ହେଇଥାଉନା କାହିଁକି। ମାତ୍ର ଏହା ଠିକ୍‌ ନୁହେଁ । ଫଳରେ ପ୍ରାକୃତିକ ଉପାୟରେ ଶର୍କରା ରହିଥାଏ । ତେବେ ଯେଉଁ ଫଳରେ ଶର୍କରା ମାତ୍ରା କମ୍‌ ଥାଏ, ତାହା ଖାଇବା ଉଚିତ।

ଆହୁରି ମଧ୍ୟ ଶୁଣାଯାଏ, ଏହା କେବଳ ମୋଟା ଲୋକଙ୍କୁ ହୋଇଥାଏ। ମାତ୍ର ଏହା ସତ୍ୟ ନୁହେଁ। ଜୀବନଶୈଳୀ ପରିବର୍ତ୍ତନ ଚିନ୍ତା କାରଣରୁ ଏହା ଯେ କୌଣସି ଲୋକଙ୍କୁ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri