୧୦ ଟଙ୍କିଆ ଏହି ପୁରୁଣା ନୋଟ ଥିଲେ ହୋଇଯିବେ ମାଲାମାଲ୍‌: ଜାଣନ୍ତୁ ଏହା ବଦଳରେ ପାଇବେ ଏତିକି ଟଙ୍କା

ଲୋକମାନେ ଏବେ ଆଉ ହାତରେ ଟଙ୍କା କାରବାର କରିବାକୁ ପସନ୍ଦ କରୁ ନାହାନ୍ତି। ଡିଜିଟାଲ ଯୁଗରେ ଅନ୍‌ଲାଇନ୍‌ ଟଙ୍କା କାରବାର କରିବାକୁ ସମସ୍ତେ ଭଲ ପାଉଛନ୍ତି। ହେଲେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ପୁରୁଣା ଟଙ୍କାକୁ ନିଜ ପାଖରେ ସାଇତି ରଖିବାକୁ ଭଲ ପାଆନ୍ତି। ଏହି ପୁରୁଣା ଟଙ୍କା ଦ୍ୱାରା ଏବେ ସେମାନେ ମାଲାମାଲ ହୋଇପାରିବେ।


ବ୍ରିଟିସ ଇଣ୍ଡିଆ ସମୟରେ ଏମିତି ଅନେକ ନୋଟ ଥିଲା, ଯାହା ବିଷୟରେ ଏବେର ଲୋକମାନେ ସେତେଟା ଜାଣି ନ ଥିବେ। ହେଲେ ସେହି ନୋଟର ସ୍ଥାନ ଏବେ ନୂଆ ନୋଟ ନେଇସାରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ୧୦ ଟଙ୍କିଆ ନୋଟ। ଏହି ପୁରୁଣା ନୋଟର ଗୋଟିଏ ପଟେ ଅଶୋକ ସ୍ତମ୍ବ ରହିଛି। ଅନ୍ୟପଟେ ଗୋଟିଏ ବାଘର ୩ ମୁହଁ। ଏଥିରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡାଆର ଗଭର୍ଣ୍ଣର ସି ଡି ଦେଶମୁଖଙ୍କ ହସ୍ତାକ୍ଷର ମଧ୍ୟ ରହିଛି। ଏହି ସ୍ବତନ୍ତ୍ର ୧୦ ଟଙ୍କିଆ ନୋଟ ପଛରେ ଏକ ଡଙ୍ଗାର ଚିତ୍ର ରହିଛି। ଏଥିସହ ଉଭୟ ପାର୍ଶ୍ୱରେ ଇଂରାଜୀରେ ୧୦ ଟଙ୍କା ବୋଲି ଲେଖାଯାଇଛି। ଏବେ ଯଦି ଆପଣଙ୍କ ପାଖରେ ଏହି ୧୦ ଟଙ୍କିଆ ନୋଟ ଥାଏ, ତେବେ ଆପଣ ମାଲାମାଲ ହୋଇପାରିବେ। ଗୋଟିଏ ୧୦ ଟଙ୍କିଆ ନୋଟ ବଦଳରେ ଆପଣ ୨୦ରୁ ୨୫ ହଜାର ଟଙ୍କା ପାଇପାରିବେ। ଏହାକୁ ବିକିବା ପାଇଁ ଆପଣଙ୍କୁ କୁଆଡେ ଯିବାକୁ ମଧ୍ୟ ପଡ଼ିବ ନାହିଁ। ଘରେ ଅନ୍‌ଲାଇନ୍‌ରେ ଏହାକୁ ବିକ୍ରି କରିପାରିବେ। ଇଣ୍ଡିଆ ମାର୍ଟ, ଶପ୍‌କ୍ଲୁଜ୍‌ ଏବଂ ମରୁଧର ଓ୍ବେବ୍‌ସାଇଟ୍‌ରେ ଏହି ନୋଟକୁ ବିକ୍ରି କରିପାରିବେ। କଏନ ବଜାର ଡଟ୍‌ କମ୍‌ରେ ଗୋଟିଏ ୧୦ ଟଙ୍କିଆ ନୋଟ ପରିବର୍ତ୍ତେ ୨୫ ହଜାର ଟଙ୍କା ପାଇପାରିବେ। ଏହାର ମୂଲ୍ୟ ନୋଟର ଅବସ୍ଥା ଉପରେନିର୍ଭର କରୁଛି। ଯଦି ଏହି ନୋଟ ଭଲ ଅବସ୍ଥାରେ ଥିବ, ଚିରି ନ ଥିବ ତେବେ ଏହାର ମୂଲ୍ୟ ଅଧିକ ହେବ।

ସେହିପରି ଏହି କଳା ରଙ୍ଗର ପୁରୁଣା ୧୦ ଟଙ୍କିଆ ନୋଟ ଦେଇ ୧୩ରୁ ୧୪ ହଜାର ଟଙ୍କା ପାଇପାରିବେ। ଅନ୍‌ଲାଇନ୍‌ ଏହି ନୋଟର ବହୁତ ଚାହିଦା ରହିଛି।

Share