କରୋନାରୁ ସୁସ୍ଥ ହେବା ପରେ କରନ୍ତୁ ଯୋଗ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ସୁସ୍ଥ ହୋଇଥିବା ଆକ୍ରାନ୍ତ ଘରକୁ ଫେରି ପ୍ରତିଦିନ ଯୋଗାଭ୍ୟାସ କରିବା ଆବଶ୍ୟକ। ଏହା ସହିତ ପ୍ରାଣାୟମ ଏବଂ ଧ୍ୟାନ କରିବା ଆବଶ୍ୟକ। ସେହିପରି ପ୍ରତିଦିନ ଓ୍ବାର୍କିଂ କରିବା ଜରୁରୀ ବୋଲି ମାର୍ଗଦର୍ଶିକାରେ ଦର୍ଶାଯାଇଛି। ବ୍ୟକ୍ତି ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବା ସହିତ ସାମାଜିକ ଦୂରତା ବଜାୟ ରଖିବା, ଉଷୁମ ପାଣି ପିଇବା, ମାସ୍କ ପିନ୍ଧିବା ଏବଂ ହ୍ୟାଣ୍ଡ ସାନିଟାଇଜର ଆଦି ବ୍ୟବହାର ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ମଦ୍ୟପାନ ଏବଂ ସିଗାରେଟଠାରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

Share