Posted inଖେଳ

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କରନ୍ତୁ ଏହି ଯୋଗାସନ

ଯୋଗ ଦ୍ୱାରା ଶରୀରର ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ। ଯୋଗର ବିଭିନ୍ନ ଅଲଗା ଅଲଗା ଆସନ ରହିଛି। ଯାହା ଦ୍ୱାରା ରୋଗ ଦୂର ହେବାର ସମ୍ଭାବନା ରହିଥାଏ। ଏଥି ମଧ୍ୟରୁ ହଳାସନ ଅନ୍ୟତମ। ଏହା କାନ୍ଧ ଓ କହୁଣୀ ସମେତ ଅନ୍ୟାନ୍ୟ ଜୋଡ଼ ସ୍ଥାନ ମାନଙ୍କର ସମସ୍ୟାକୁୁ ଦୂର କରିବାରେ ସହାୟକ ହୋଇଥାଏ। ଯେଉଁ ଲୋକମାନଙ୍କର ଦୀର୍ଘଦିନରୁ କାନ୍ଧରେ ଯନ୍ତ୍ରଣା କିମ୍ବା ଅଙ୍ଗ ପ୍ରତ୍ୟଙ୍ଗରେ ଅସୁବିଧା ଥିବ। ସେମାନେ ଏହି ଆସନ କରିବା ଉଚିତ୍‌।
କେମିତି କରିବେ ଏହି ଯୋଗ
ପ୍ରଥମେ ଭୂମିରେ ଶୁଅନ୍ତୁ ଓ ପାଦକୁ ଯୋଡ଼ି ଦିଅନ୍ତୁ। ଶରୀରକୁ ସିଧା ରଖନ୍ତୁ ଓ ହାତକୁ ଭୂମିରେ ସ୍ପର୍ଶ କରି ରଖନ୍ତୁ।
ଏବେ ହାତକୁ ଭୂମିରେ ଆପଣଙ୍କ ଅଣ୍ଟା ପାଖରେ ଲଗେଇ ରଖନ୍ତୁ। ମୁହଁ ଉପରକୁ କରନ୍ତୁ।
ଏବେ ଦୁଇ ପାଦକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ। ଏହି ପ୍ରକ୍ରିୟା କରିବା ବେଳେ ପେଟକୁ ସଂକୁଚିତ କରନ୍ତୁ ଓ ନିଶ୍ୱାସକୁ ଭିତରକୁ ନିଅନ୍ତୁ।
ଦୁଇ ପାଦକୁ ମୁଣ୍ଡର ପଛ ପାଖକୁ ଲଗେଇବାକୁ ଚେଷ୍ଟା କରନ୍ତୁ।
ହଳାସନର ପୁରା ସ୍ଥିତକୁ ଆସିବା ପରେ ୧୦ରୁ ୧୨ ସେକେଣ୍ଡ ପର୍ଯ୍ୟନ୍ତ ଏହି ଏକା ସ୍ଥିତିରେ ରୁହନ୍ତୁ ନିଶ୍ୱାସ ସ୍ବାଭାବିକ ଭାବରେ ନିଅନ୍ତୁ।
ପୁଣି ପୂର୍ବାବସ୍ଥାକୁ ଆସିବା ପାଇଁ ହେଲେ ଆଣ୍ଠୁକୁ ବିନା ମୋଡ଼ି ବେକ ଓ କାନ୍ଧରେ ଜୋର ଦେଇ ଧୀରେ ଧୀରେ ପୁନଃ ନିଜ ସ୍ଥିତିକୁ ଆସନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri