ନିମ୍ନମାନ କାମ କରି ଠିକାଦାର ଫେରାର

ଯାଜପୁର,୭ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଗଠନ ହେବା ପରେ ଲୋକଙ୍କ ଜୀବନଧାରଣ ମାନରେ ଆଶାନୁରୂପ ଉନ୍ନତି ଆସିନାହିଁ। ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ଼ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାର ରାଜନୀତି ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଆର ଆଣ୍ଡ ବି(ପୂର୍ତ୍ତ) ବିଭାଗର ଅର୍ଥ ଠିକ ଭାବେ ବିନିଯୋଗ ହେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି। କଟକ ଜିଲା ଅଧୀନରେ ଥିବା ଚାରବାଟିଆ ପୂର୍ତ୍ତ ଡିଭିଜନ ଜରିଆରେ ଯାଜପୁର ଜିଲାରେ ହେଉଥିବା ରାସ୍ତା କାର୍ଯ୍ୟଗୁଡିକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ଏଠାରେ ବନ୍ଦାଳୋ-ଏଣ୍ଡରପଦା ୫ କିମି ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ଖୋଦ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସୁଚିନ୍ତିତ ଅବା ଯୋଜନାବଦ୍ଧ ଭାବେ ନ କରି ହାଫାଜର୍ଡ ମେନର(ଆବୁରୁ ଜାବୁରୁ) ରାସ୍ତା କାର୍ଯ୍ୟ ସମ୍ପନ୍ନ ହୋଇଥିବା ସ୍ବୀକାର କରିଛନ୍ତି। ଏପରି କି ସମୁଦାୟ ବ୍ୟୟ ଅଟକଳ ୪ କୋଟି ୨ ଲକ୍ଷ ୪୫ ହଜାର ୯୬୧ ଟଙ୍କା ମଧ୍ୟରୁ ସଂପୃକ୍ତ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ରାଜୀବଲୋଚନ ସାହୁ ଏଭଳି କାମ କରି ୧ କୋଟି ୧୫ ଲକ୍ଷ ୫୪ ହଜାର ୯୪୯ ଟଙ୍କା ଉଠାଇ ନେଇଥିବା ଜଣାପଡିଛି। ଠିକାଦାର ସାହୁ ବିଭାଗୀୟ ଅଧିକାରୀଙ୍କ କୌଣସି କାରଣ ଦର୍ଶାଅ ନୋଟିସ କିମ୍ବା ଉପସ୍ଥିତ ରହିବାକୁ ହେଉଥିବା ନିର୍ଦ୍ଦେଶକୁ ଭ୍ରୂକ୍ଷେପ କରୁ ନାହାନ୍ତି। ଏଥିରୁ ଠିକାଦାରଙ୍କ ସହ ଉପର ମହଲାରେ ବହୁ ହାତ ଥିବା ସନ୍ଦେହ କରାଯାଉଛି। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୨୦ ହଜାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।
ପଡୋଶୀ କଟକ ଜିଲାର ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ବଡ଼ଚଣା ଓ ବରୀ ବ୍ଲକର ୧୨ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ରହିଛି। ଏହିସବୁ ରାସ୍ତା ଉପରେ ଜିଲା ପ୍ରଶାସନର ସେତେଟା କର୍ତ୍ତୃତ୍ୱ ରହୁ ନ ଥିବାରୁ ମନମୁଖି ନିର୍ମାଣ ସହ ହରିଲୁଟ ଯୋଗୁ ଅଧିକାଂଶ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଚାରବାଟିଆ ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳୋଠାରୁ ଏଣ୍ଡରପଦା ୫କିମି ରାସ୍ତା ନିର୍ମାଣ ୧ା୧୨ା୨୦୧୮ରୁ ଆରମ୍ଭ ହୋଇ ୩୧ା୮ା୨୦୧୯ରେ ଶେଷ ହେବା କଥା। କିନ୍ତୁ ଏହାର ୪ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ବିଡ଼ମ୍ବନା ଯେ, ଠିକାଦାରଙ୍କ ଉପରେ କେବଳ ବିଭାଗୀୟ କାରଣ ଦର୍ଶାଅ ନୋଟିସ କରି ଅଯାଚିତ ଅନୁକମ୍ପା ପ୍ରଦର୍ଶନ ହେଉଥିବା ଜଣାପଡିଛି। ଅଧୀକ୍ଷଣ ଯନ୍ତ୍ରୀଙ୍କ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ରାସ୍ତାର ମନ୍ଥର ଅଗ୍ରଗତି ଏବଂ ଅସମ୍ପୂର୍ଣ୍ଣକୁ ନେଇ ଠିକାଦାରଙ୍କୁ ଏକାଧିକ ଥର ଜବାବ ତଲବ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫ କିମି ରାସ୍ତା ମଧ୍ୟରୁ ମାତ୍ର ୧୨୭୭.୭୩ ମିଟର ପିଚୁ ଶେଷ ହୋଇଥିବାବେଳେ ୩୭୬୦ ମିଟର ଜିଏସ୍‌ବି(ପିଚୁ ତଳସ୍ତର) ଏବଂ ୨୧୫୬.୬୫ ମିଟର ଡବ୍ଲୁଏମ୍‌ଏମ୍‌(ମେଟାଲ, ଆଶ୍‌ଗୁଣ୍ଡ ଇତ୍ୟାଦି) ପର୍ଯ୍ୟନ୍ତ ହାଫାଜର୍ଡ ମେନର(ଆବୁରୁ ଜାବୁରୁ) ଭାବେ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏନେଇ ଠିକାଦାର ସାହୁଙ୍କୁ ଏକାଧିକ ଥର ନୋଟିସ ଦେବା ପରେ ସେ ବିଭାଗୀୟ ଚିଫ୍‌ ଇଞ୍ଜିନିୟରଙ୍କୁ ଭେଟି ୩୦ା୧୨ା୨୦୨୨ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚିଫ୍‌ ଇଞ୍ଜିନିୟରଙ୍କ ନିର୍ଦ୍ଦେଶରେ ବାକି କାମ କରିବାକୁ ଠିକାଦାରଙ୍କୁ ଅନୁମତି ଦେଇ ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। କିଛିଟା କାମ କରି ଠିକାଦାର ଜଣକ ପୁଣି ଅଦୃଶ୍ୟ ହୋଇଯାଇଛନ୍ତି। ଚାରବାଟିଆ ପୂର୍ତ୍ତ ବିଭାଗ ପକ୍ଷରୁ ଗତ ୩ ତାରିଖରେ ଠିକାଦାରଙ୍କୁ ଉପସ୍ଥିତ ରହି ଚୂଡାନ୍ତ ମାପଚୁପ କରିବାକୁ ନୋଟିସ ହୋଇଥିଲା। ହେଲେ ଠିକାଦାର ଜଣକ ଉକ୍ତ ନୋଟିସକୁ ଅଣଦେଖା କରି ଉପସ୍ଥିତ ରହି ନ ଥିଲେ। ଏହାପରେ ଚାରବାଟିଆ ଅଧୀକ୍ଷଣ ଯନ୍ତ୍ରୀ ୩ା୭ା୨୦୨୩ରେ ଅସହାୟତା ପ୍ରକାଶ କରି ଚିଫ୍‌ ଇଞ୍ଜିନିୟରଙ୍କୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଏଥିରୁ ଠିକାଦାର ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଥିବା ସନ୍ଦେହ କରାଯାଉଛି। ଏଥିରେ ସଂପୃକ୍ତ ଅଞ୍ଚଳବାସୀ ଉପଯୁକ୍ତ ଗମନାଗମନ ସୁବିଧା ନ ପାଇ ପେଷି ହେଉଥିବାବେଳେ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri