Categories: ଖେଳ

ଆଜି ଭାରତ ପାଇଁ ‘କର ବା ମର’ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଦୁବାଇ,୩୧।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ବିରୋଧରେ ରବିବାର ‘କର ବା ମର’ ମୁକାବିଲା ଖେଳିବେ। ସୁପର -୧୨ ପର୍ଯ୍ୟାୟରେ ଉଭୟ ଦଳ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ହେବ। ଗ୍ରୁପ ୧ରେ ଏହି ଦୁଇ ଦଳ ନିଜର ପ୍ରଥମ ମ୍ୟାଚ୍‌ ହାରିଯାଇଛନ୍ତି। ତେଣୁ ସେମିଫାଇନାଲ୍‌ ରେସ୍‌ରେ ରହିବାକୁ ହେଲେ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଜିତିବା ନିହାତି ଆବଶ୍ୟକ।

-ଭାରତ ଏବଂ ନ୍ୟୁଜିଲାଣ୍ଡ ଟି -୨୦ ବିଶ୍ୱକପ ୨୦୨୧ ମ୍ୟାଚ କେବେ ଖେଳାଯିବ?
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି -୨୦ ବିଶ୍ୱକପ ୨୦୨୧ ମ୍ୟାଚ ୩୧ ଅକ୍ଟୋବର ଅର୍ଥାତ୍‌ ଆଜି ଖେଳାଯିବ।
-କେଉଁଠାରେ ଖେଳାଯିବ?
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
-କେଉଁ ସମୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଟି -୨୦ ବିଶ୍ୱକପ ମ୍ୟାଚ ଆରମ୍ଭ ହେବ?
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଭାରତୀୟ ସମୟ ସା ୭.୩୦ରେ ଆରମ୍ଭ ହେବ। ଟସ୍‌ ୭ଟାରେ ହେବ।
-କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ?
ଭାରତ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସ ୧/୧ ଏଚ୍‌ଡି, ଷ୍ଟାର୍‌ ସ୍ପୋର୍ଟସ ୧ ହିନ୍ଦୀ / ୧ ଏଚ୍‌ଡି ହିନ୍ଦୀ, ଷ୍ଟାର୍‌ ସ୍ପୋର୍ଟସ ୩, ଷ୍ଟାର୍‌ ସ୍ପୋର୍ଟସ ୧ ତାମିଲ, ୧ ତେଲୁଗୁ ଏବଂ ୧ କନ୍ନଡରେ ସିଧା ପ୍ରସାରଣ ହେବ।

ଅନଲାଇନରେ ଲାଇଭ ଷ୍ଟ୍ରିମିଂ?
ଭାରତ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚ ଡିଜ୍‌ନି ପ୍ଲସ ହଟଷ୍ଟାର୍‌ ଆପରେ ଲାଇଭ ଷ୍ଟ୍ରିମିଂ ହେବ।

Share