ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା । ଏଥିରେ ଓମିକ୍ରନ୍ ଭାରିଏଣ୍ଟର ସିକ୍ୟୁଏନସିଂ ପରେ ଏହା ୩୫ ଥର ମ୍ୟୁଟେଶନ ଅର୍ଥାତ୍ ଭିନ୍ନ ଭିନ୍ନ ପରିବର୍ତ୍ତନ ହୋଇଥିଲା । ମେଡିକାଲ ଜର୍ନାଲ ମେଡରେକ୍ସିଭରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଦେଶରେ ପ୍ରଥମଥର ଡାକ୍ତରମାନେ କୈନୋପର ପ୍ରାଦ୍ୟୋଗିକିର ବ୍ୟବହାର କରି ଅନୁକ୍ରମଣ ରସାୟନ ଶାସ୍ତ୍ର ଉପରେ କାମ କରିଛନ୍ତି । ଏହାରି ମାଧ୍ୟମରେ ଓମିକ୍ରନ୍ ଭାରିଏଣ୍ଟର ପ୍ରତ୍ୟେକ ମ୍ୟୁଟେଶନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଏହା କେଉଁଭଳି ରୋଗୀଙ୍କ ଶରୀରରେ ପ୍ରଭାବ ପକାଉଛି ସେ ସମ୍ପର୍କରେ ବି ଜାଣି ପାରିଛନ୍ତି । ଏହାସହ ଦିଲ୍ଲୀରେ କେତେଜଣଙ୍କ ମଧ୍ୟରେ ଓମିକ୍ରନ ସହ ଡେଲ୍ଟା ଭାରିଏଣ୍ଟ ସଂକ୍ରମଣ ଥିବା ଜଣାପଡିଛି । ଯାହା ଖୁବ୍ ଚିନ୍ତାଜନକ ବିଷୟ । ଗୋଟିଏ ପଟେ ଡେଲ୍ଟା ଭାରିଏଣ୍ଟ ବହୁ ବିପଜ୍ଜନକ ହୋଇଥିବା ବେଳେ ଅନ୍ୟପଟେ ଓମିକ୍ରନ୍‌ର ଦ୍ରୁତ ସଂକ୍ରମଣ । ଏହା ଆଗାମୀ ଦିନରେ ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ଡାକ୍ତାମାନେ ଚେତାବନୀ ଦେଇଛନ୍ତି । ତେଣୁ ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ଭୁଲ ହେବ ବୋଲି ସେମାନେ ମତ ରଖିଛନ୍ତି ।

Share