‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ’, ହମାସ ଏବଂ ଇରାନ୍କୁ ଏକା ସାଥେ ଧମକ ଦେଲେ ବେଞ୍ଜାମିନ ନେତାନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ସାଙ୍ଗରେ ଇରାନ ଏବଂ ହମାସକୁ ଧମକ ଦେଇଛନ୍ତି। ନେତାନ୍ୟାହୁ ଏହି ଦୁଇ ଦେଶକୁ କହିଛନ୍ତି ଯେ, ‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ।’ ଏକ ସମ୍ବୋଧନରେ ସେ କହିଥିଲେ କି ହମାସକୁ ମାଟିରେ ମିଶାଇବା ପାଇଁ ପୁରା ଦୁନିଆକୁ ଏକଜୁଟ ହେବାର ଆବଶ୍ୟକତା ରହିଛି। ହମାସର ତୁଳନା ନାଜି ମାନଙ୍କ ସହିତ କରି ନେତାନ୍ୟାହୁ କହିଥିଲେ ଏହି ଯୁଦ୍ଧ ଆପଣମାନଙ୍କର ମଧ୍ୟ ଯୁଦ୍ଧ ଅଟେ।

ଏହାରି ମଧ୍ୟରେ ଗାଜାରୁ ଲକ୍ଷାଧିକ ଲୋକେ ବିସ୍ଥାପିତ ହୋଇଛନ୍ତି। ପାଲେଷ୍ଟାଇନକୁ ଏବେ ଖାଦ୍ୟ, ପାଣି ଏବଂ ଔଷଧ ଯୋଗାଣ ବନ୍ଦ ହୋଇଯାଇଛି। ଏପରି ସ୍ଥିତିରେ ସମସ୍ତଙ୍କ ନଜର ଗାଜା ଏବଂ ଇଜିପ୍ଟ ମଧ୍ୟରେ ଥିବା ରା଼ଫା ଫ୍ରାନ୍ସିସ ଉପରେ ରହିଛି, ଯେଉଁଠାରେ ସହାୟତା ନେଇଯାଉଥିବା ଟ୍ରକ ଅନେକ ଦିନରୁ ଅଟକି ରହିଛି।

ଖବର ଆସୁଛି ଯେ, ଅନେକ ମଧ୍ୟସ୍ଥି ଇସ୍ରାଏଲ ଏବଂ ହାମସ ମଧ୍ୟରେ ଯୁଦ୍ଧକୁ ଶେଷ କରିବା ପାଇଁ ଚାପ ପକାଉଛନ୍ତି, ଏହାରି ମଧ୍ୟରେ ବିଦେଶୀ ମାନଙ୍କୁ ସୁଯୋଗ ମିଳିବ। ତେବେ ଦୁଇ ପକ୍ଷ ମଧ୍ୟରେ ୧୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୪,୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି।

Share