ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ଏହି ୪ କଥା; ସୁଖରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି କାହାକୁ ବି କହିବା ଉଚିତ୍‌ ନୁହେଁ। ଆସନ୍ତୁ ଜାଣିବା ସେହି ବିଷୟରେ …

-ଆଚାର୍ଯ୍ୟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଖରାପ ଅଛି। ସେ ବ୍ୟବସାୟରେ କ୍ଷତି ସହୁଛନ୍ତି। ତାଙ୍କର ଆର୍ଥିକ କ୍ଷତି ଘଟିଛି, ତେବେ ତାଙ୍କୁ ଏ ବିଷୟରେ କାହାରିକୁ କହିବା ଉଚିତ୍‌ ନୁହେଁ। ବ୍ୟକ୍ତିର ଆର୍ଥିକ ପରିସ୍ଥିତି ବିଷୟରେ ଜାଣିବା ପରେ ଲୋକମାନେ ସାହାଯ୍ୟ କରିବାକୁ ଭୟ କରନ୍ତି। କେବଳ ଏତିକି ନୁହେଁ, ଯଦି ଲୋକମାନେ ଜାଣନ୍ତି ଯେ ଜଣେ ବ୍ୟକ୍ତି ଆର୍ଥିକ ସଙ୍କଟରେ ଅଛନ୍ତି ତେବେ ସେମାନେ ସେହି ବ୍ୟକ୍ତିଙ୍କଠାରୁ ଦୂରେଇ ଯିବା ଆରମ୍ଭ କରନ୍ତି। ଏହି କାରଣରୁ ଏହିପରି ଜିନିଷଗୁଡିକ ଗୁପ୍ତ ରଖିବା ଉଚିତ ବୋଲି ସେ କହିଛନ୍ତି।

-ଚାଣକ୍ୟ କୁହନ୍ତି, ଜଣେ ବ୍ୟକ୍ତି ନିଜର ଦୁଃଖକୁ ଗୁପ୍ତ ରଖିବା ଉଚିତ୍‌। ଏହି କଥା କହିବା ପରେ ଦୁଃଖିଲୋକଙ୍କୁ ଅନ୍ୟମାନେ ପରିହାସ କରନ୍ତି। ଏହାଦ୍ୱାରା ଅଧିକ ବିବ୍ରତ ହୋଇପାରନ୍ତି। ତେଣୁ, ତୁମର ମନର ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରିବା ଠାରୁ ଦୂରେଇ ରହିବା ଉଚିତ।

-ଏକ ପଦରେ ଚାଣକ୍ୟ ମହିଳାଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ପତ୍ନୀଙ୍କ ଅଭ୍ୟାସ ବିଷୟରେ ଅନ୍ୟ ବ୍ୟକ୍ତିଙ୍କୁ କହି ନ ଥାଏ। ସ୍ବାମୀ-ସ୍ତ୍ରୀଙ୍କ କଥା କାହାକୁ କହିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅସୁବିଧାରେ ପଡ଼ିପାରନ୍ତି।

– ଏହାଛଡ଼ା ଚାଣକ୍ୟ କୁହନ୍ତି, ଯଦି କେହି ଆପଣଙ୍କୁ ଅପମାନ କରିଛି ତେବେ ସେ ବିଷୟରେ କାହାକୁ କହିବା ଉଚିତ ନୁହେଁ। ଯଦି କୌଣସି ସମୟରେ କିମ୍ବା ସ୍ଥାନରେ ଅପମାନଜନକ କଥାର ସମ୍ମୁଖୀନ ହେଉଛନ୍ତି, ତେବେ ଏହା ବିଷୟରେ କାହାକୁ କୁହନ୍ତୁ ନାହିଁ । ଏହାଦ୍ୱରା ଅନ୍ୟମାନଙ୍କ ଆଗରେ ନିଜ ସମ୍ମାନ ହ୍ରାସ ପାଇଯାଏ।