Categories: ଜାତୀୟ

ମୋଦିଙ୍କୁ ଖର୍ଗେଙ୍କ ଅପିଲ, ‘ବାର୍ତ୍ତାବାହକଙ୍କୁ ରୋକା ନ ଯାଉ’

ନୂଆଦିଲ୍ଲୀ,୧୫ ।୧: ଉତ୍ତରାଖଣ୍ଡର ଜୋଷୀମଠରେ ଭୂମି ଧସିବା ଘଟଣା ଏବେ ସେଠାକାର ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏପଟେ ଏବେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ । ଶାସକ ଓ ବିରୋଧି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଶନିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି ଜୋଷୀମଠ ସହ ଜଡିତ ଯେ କୌଣସି ସୂଚନା ଦେବା ଉପରେ ରୋକ ଲଗାଯାଇଛି । ଫଳରେ ଲୋକଙ୍କୁ ସଠିକ ସୂଚନା ମିଳିପାରୁ ନାହିଁ । ସୂଚନାଯୋଗ୍ୟ, ଏନଡିଏମଏ ସରକାରୀ ଏଜେନ୍ସି ଉପରେ ଜୋଷୀମଠକୁ ନେଇ କୌଣସି ତଥ୍ୟ ଦେବା ଉପରେ ରୋକ ଲଗାଇଦେଇଛନ୍ତି । ଏହାପରେ ଶାସକ ଓ ବିରୋଧିଙ୍କ ମଧ୍ୟରେ ତୁତୁମେମେ ଆରମ୍ଭ ହୋଇଯାଇଛି ।
ଜୋଷୀମଠ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ଖର୍ଗେ ଏକ ଟୁଇଟରେ କହିଛନ୍ତି ଏଭଳି ପରିସ୍ଥିତିର ସାମ୍ନା କରିବା ଓ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସରକାରୀ ଏଜେନ୍ସି, ଇସ୍ରୋ ଓ ମିଡିଆର କଥାବାର୍ତ୍ତା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ନରେନ୍ଦ୍ର ମୋଦି ଜୀ, ଡୋଣ୍ଟ ଶୁଟ ଦ ମେସେଞ୍ଜର । ଅର୍ଥାତ୍ ଖର୍ଗେ ସଫା ସଫା କହିଛନ୍ତି, ମୋଦି ଜୀ ସମ୍ବାଦବାହକଙ୍କ ଉପରେ ରୋକ ଲଗାନ୍ତୁ ନାହିଁ ।

Share