ଭୁଲରେ ବି କାହାକୁ କୁହନ୍ତୁ ନାହିଁ ନିଜ ବିଷୟରେ ଏସବୁ କଥା, ନଚେତ ପଡ଼ିବେ ଅସୁବିଧାରେ

ଆଚାର୍ଯ୍ୟ ଚାଣକ୍ୟ ନିଜ ‘ନୀତି ଶାସ୍ତ୍ର’ରେ ମନୁଷ୍ୟ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ଶ୍ଲୋକରେ ଆଚାର୍ଯ୍ୟ ସେ କହିଛନ୍ତି, ଜଣେ ଜ୍ଞାନୀ ବ୍ୟକ୍ତି ନିଜ ବିଷୟରେ କିଛି କଥା କାହାକୁ କହିବା ଉଚିତ ନୁହେଁ। କାରଣ ଅନ୍ୟକୁ ବ୍ୟକ୍ତିଗତ କଥା କହିଲେ ଅପମାନର ସାମ୍ନା କରିବାକୁ ପଡିପାରେ। ନିଜର ଖରାପ ସମୟରେ ଲୋକଙ୍କ ସମର୍ଥନ ମିଳେନାହିଁ। ଜାଣନ୍ତି ସେ ସବୁ…

> ଔଷଧ ବିଷୟରେ- ଚାଣକ୍ୟଙ୍କ ଅନୁଯାୟୀ, ନିଜର ଔଷଧ ବିଷୟରେ କାହାକୁ କହିବା ଉଚିତ ନୁହେଁ। କେଉଁ ରୋଗ ହୋଇଛି ଏବଂ ଏଥିପାଇଁ କେଉଁ ଔଷଧ ସେବନ କରୁଛ ସେ ନେଇ କାହାକୁ କହିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ ।

> ଘରର କଥା – ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘର ସହ ଜଡ଼ିତ କଥା କାହାକୁ କହିିବା ଉଚିତ ନୁହେଁ। ଯେତେ ବିରକ୍ତ ହୁଅନା କାହିଁକି, ନିଜ ଘରର ଦୋଷ କାହାକୁ କୁହ ନାହିଁ। କାରଣ ଏହାଦ୍ୱାରା ଶତ୍ରୁମାନେ ଏହାର ଲାଭ ଉଠାଇବେ।

> ପରିବାରର ସଦସ୍ୟଙ୍କ ସମ୍ପର୍କରେ କୁଚର୍ଚ୍ଚା – ପରିବାର ସଦସ୍ୟଙ୍କ ପ୍ରତି କଦାପି ମନ୍ଦ ଚର୍ଚ୍ଚା କରିବା ଉଚିତ ନୁହେଁ। ଯଦି ଜଣେ ସଦସ୍ୟଙ୍କ ପାଖରେ କିଛି ଅଭାବ ରହିଛି ତେବେ ସେନେଇ କାହାକୁ କୁହନ୍ତୁ ନାହିଁ। କାରଣ ପରିବାର ବିଷୟରେ କୁଚର୍ଚ୍ଚା କରିବା ଦ୍ୱାରା ପରିବାରର ଉପହାସ ହୁଏ। ଏହାଦ୍ୱାରା ନିଜ ସମ୍ମାନ ହାନି ହୁଏ।

> ସମ୍ଭୋଗ କିମ୍ବା ନିଜ ପ୍ରେମସମ୍ପର୍କ ବିଷୟରେ- ସ୍ବାମୀସ୍ତ୍ରୀ ସେମାନଙ୍କର ବୈବାହିକ ଜୀବନ କିମ୍ବା ସମ୍ପର୍କ ବିଷୟରେ କାହାକୁ କହିବା ଉଚିତ ନୁହେଁ। ସମ୍ଭୋଗ ସମୟରେ ଯଦି କୌଣସି ଭୁଲ ହୋଇଥାଏ, ତେବେ ସେ ବିଷୟରେ ଅନ୍ୟ କାହାକୁ କହିବା ଉଚିତ ନୁହେଁ ।

> ଟଙ୍କା ଏବଂ ମନ୍ତ୍ର – ତୁମର ଧନ ବିଷୟରେ କାହାକୁ କୁହ ନାହିଁ । ଯଦି ତୁମେ କିଛି ମନ୍ତ୍ର ଜପ କର, ଏହାକୁ ତୁମ ମନରେ ରଖିବା ଦ୍ୱାରା ଅଧିକ ପ୍ରଭାବ ପଡ଼ିଥାଏ। ଏହା ବ୍ୟତିତ ମନ୍ଦ ଏବଂ ଅପମାନଜନକ କଥାକୁ ନିଜ ମନରେ ରଖିବା ଭଲ। ଏହି କାରଣରୁ ସମାଜରେ ସମ୍ମାନ ବଜାୟ ରହିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri