ତୁଳସୀ ଚଉଁରା ନିକଟରେ ରଖନ୍ତୁ ନାହିଁ ଲିଭି ଯାଇଥିବା ଦୀପ, ଜାଣନ୍ତୁ…

ତୁଳସୀ ଏକ ପବିତ୍ର ଗଛ। ହିନ୍ଦୁ ଧର୍ମରେ ଏହାର ମାହାତ୍ମ୍ୟ ବେଶ୍‌ ଉଚ୍ଚରେ ରହିଛି। ସେଥିପାଇଁ ପ୍ରତ୍ୟେକ ହିନ୍ଦୁଙ୍କ ଘରେ ତୁଳସୀ ଚଉଁରାଟିଏ ଦେଖିବାକୁ ମିଳିଥାଏ। କୁହାଯାଏ, ହଠାତ୍‌ ତୁଳସୀ ଗଛ ଶୁଖିଗଲେ କିମ୍ବା ଝାଉଁଳିଗଲେ, ଏହାର ଏକ କାରଣ ଅଶୁଦ୍ଧତା ମଧ୍ୟ ହୋଇଥାଏ। ତେଣୁ ପ୍ରତିଦିନ ତୁଳସୀ ଗଛ ଥିବା ସ୍ଥାନକୁ ପରିଷ୍କାର କରିବା ଦରକାର। ଆଜି ବି କିଛି ସ୍ଥାନରେ ମହିଳାମାନେ ପ୍ରତ୍ୟହ ତୁଳସୀ ଚଉଁରା ପାଖ ସ୍ଥାନକୁ ଗୋବର ଓ ମାଟିରେ ଲିପାପୋଛା କରି ପରିଷ୍କାର ରଖୁଥିବା ଦେଖିବାକୁ ମିଳେ। କୁହାଯାଏ, ଗୋବର ପାଣିରେ ଲିପାପୋଛା କଲେ ସ୍ଥାନ ପବିତ୍ର ହୋଇଯାଏ। ତୁଳସୀ ଗଛ ଲାଗିଥିବା କୁଡ଼ୁଆରେ ଅନ୍ୟ କୌଣସି ଗଛ ଲଗାଇବା ଉଚିତ ନୁହେଁ। କାରଣ ଏହାଦ୍ୱାରା ତୁଳସୀ ଗଛ ବଢିବାରେ ବାଧା ସୃଷ୍ଟି ହେବା ସହିତ ଐଶ୍ୱର୍ଯ୍ୟ ହାନି ହୋଇଥାଏ। ଜଳ ସହିତ କ୍ଷୀର ମିଶାଇ ତୁଳସୀ ଚଉଁରାରେ ଦେଲେ ତୁଳସୀ ଗଛ ଭଲ ବଢିବା ସହ ସବୁଜ ଶ୍ୟାମଳା ହୋଇଥାଏ। ତୁଳସୀ ଚଉଁରା ନିକଟରେ କେବେବି ଲିଭି ଯାଇଥିବା ଦୀପ ରଖିବେ ନାହିଁ, କାରଣ ଏହା ନକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ। କେଶକୁ ବାନ୍ଧି ଓ ମଥାରେ ସିନ୍ଦୂର ଲଗାଇ ଚଉଁରାରେ ଜଳ ଦେବା ଶୁଭ। ଖୋଲା କେଶରେ କିମ୍ବା ଓଦା କେଶରେ ଜଳ ପ୍ରଦାନ କଲେ ହୁଏତ କେଶ ଛିଡିକି କିମ୍ବା କେଶରୁ ବୋହୁଥିବା ଜଳ ଚଉଁରା ଉପରେ ପଡିଯାଇପାରେ; ଯାହା କି ଆଦୌ ଶୁଭ ନୁହେଁ।