ସାମ୍ପ୍ରତିକ ସ୍ଥିତିରେ ଶ୍ରୀମନ୍ଦିର ନ ଖୋଲୁ

ପୁରୀ ଅଫିସ, ୧୦ । ୧୦: ମହାମାରୀ କରୋନା ପାଇଁ ବନ୍ଦ ଥିବା ରାଜ୍ୟର ବିଭିନ୍ନ ଧାର୍ମିିକସ୍ଥଳ ଖୋଲିବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ସଂକ୍ରାନ୍ତରେ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି। ଏ ନେଇ ସେମାନଙ୍କ ମତ ସଂଗ୍ରହ ସହ ବିଚାର ବିମର୍ଷ କରାଯାଇଛି। କୋଭିଡ୍‌ କଟକଣା ପାଇଁ ଶୁକ୍ରବାର ୪ଟି (ପ୍ରତିହାରୀ, ପୂଜାପଣ୍ଡା, ସୁଆର ମହାସୁଆର ଏବଂ ଖୁଣ୍ଟିଆ) ସେବାୟତ ନିଯୋଗ ଏବଂ ପରିଚାଳନା କମିଟିରେ ଥିବା ସେବାୟତ ପ୍ରତିନିଧିଙ୍କ ସହ ଭର୍ଚୁଆଲ ମିଟିଂ ମାଧ୍ୟମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି। ତେବେ ସାମ୍ପ୍ରତିକ ସ୍ଥିତିରେ ଶ୍ରୀମନ୍ଦିର ଖୋଲା ନ ଯାଉ ବୋଲି ସେବାୟତମାନେ ଜଣାଇଛନ୍ତି। କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରଖାଯିବାକୁ ଅନେକେ ମତ ରଖିଛନ୍ତି। ଏହି ଆଲୋଚନା ପୁଣି ଆସନ୍ତା ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଅନ୍ୟ ସେବାୟତ ନିଯୋଗର ମତାମତ ସଂଗ୍ରହ କରାଯିବ।
ଶୁକ୍ରବାର ଆଲୋଚନା ବେଳେ ପ୍ରାୟ ସମସ୍ତ ସେବାୟତ କରୋନା ଭ୍ୟାକ୍‌ସିନ ନ ବାହାରିବା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହୁ ବୋଲି କହିଛନ୍ତି। ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଲେ ସଂକ୍ରମଣ ବୃଦ୍ଧି ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା ବ୍ୟାହତ ହେବ ବୋଲି ସେବାୟତମାନେ ମୁଖ୍ୟ ପ୍ରଶାସକଙ୍କୁ ଜଣାଇଛନ୍ତି। ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ଯେଉଁଭଳି ସହଯୋଗ କରିଥିଲେ ଓ ଶାନ୍ତିପୂର୍ଣ୍ଣ ଭାବେ ଏହା ଶେଷ ହୋଇଥିଲା ସେହିଭଳି ଆଉ କିଛିଦିନ ସହଯୋଗ କରିବା ଲାଗି ନିବେଦନ କରିଛନ୍ତି ସେବାୟତ। କରୋନା ପଜିଟିଭ ଚିହ୍ନଟ ହେଉଥିବା ସେବାୟତଙ୍କୁ ସ୍ବତନ୍ତ୍ର ଚିକିତ୍ସା ସେବା ଯୋଗାଇଦେବାକୁ ଦାବି କରାଯାଇଛି। କରୋନା ବେଳେ ସେବାୟତଙ୍କୁ ଦିଆଯାଉଥିବା ସ୍ବତନ୍ତ୍ର ଅନୁଦାନ ବୃଦ୍ଧି କରିବାକୁ ମଧ୍ୟ ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରାଯାଇଛି। ଆସନ୍ତା କାର୍ତ୍ତିିକ ମାସ ଶେଷ ତଥା ନାଗାର୍ଜୁନ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରଖିବାକୁ ସେବାୟତମାନେ ପରାମର୍ଶ ଦେଇଛନ୍ତି।
ବୈଠକ ପରେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ସେବାୟତ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ପୂର୍ବରୁ ଯେଉଁ ସେବାୟତ ମାସେ ଦେଢ ମାସ ବ୍ୟବଧାନରେ ପାଳି ଖଟୁଥିଲେ ବର୍ତ୍ତମାନ ସେ ୮/୧୦ ଦିନ ଲଗାତର ପାଳି ଖଟୁଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲାଗଲେ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ପ୍ରଥମେ ଜୀବନ ଓ ପରେ ଜୀବିକା। ତେଣୁ ରାଜ୍ୟ ସରକାର ଅନ୍ୟ ମନ୍ଦିର ଖୋଲିଦିଅନ୍ତୁ, ଶ୍ରୀମନ୍ଦିରକୁ କାର୍ତ୍ତିିକ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରଖନ୍ତୁ ବୋଲି ଦାସମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ସବୁ ସେବାୟତ ନିଯୋଗଠାରୁ ମତାମତ ସଂଗ୍ରହ ପରେ ପରିଚାଳନା କମିଟି ବୈଠକରେ ତାହାକୁ ଉପସ୍ଥାପନ କରାଯିବ। ଏହାପରେ ମନ୍ଦିର ଖୋଲିବା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri