ଫ୍ରିଜରେ ରହିଥିବା ତରଭୁଜ ରୋଗର ଗନ୍ତାଘର

ଗ୍ରୀଷ୍ମ ଆସିଗଲେ ଆମେ ଭାବିଥାଉ ସବୁ ଫଳ ପନିପରିବା ଫ୍ରିଜରେ ରଖିଦେଲେ ଏହା ବହୁ ସମୟ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ତାଜା ରହିଥାଏ। ହେଲେ ସବୁ କ୍ଷେତ୍ରରେ ଏହା ଠିକ ନୁହେଁ। ବିଶେଷ କରି ଫଳକୁ ଫ୍ରିଜରେ ରଖି ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି କୁହାଯାଏ। ଏବେ ଖରାଦିନ ଥିବାରୁ ଅନେକେ ତରଭୁଜ ଖାଇବାକୁ ପସନ୍ଦ କରିଥାଆନ୍ତି। କାରଣ ଏହା ଶରୀରର ଜଳିୟ ଅଂଶକୁ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ। କେବେକେବେ ଆମେ ତରଭୁଜକୁ ଫ୍ରିଜରେ ରଖି ଖାଇଥାଏ। ହେଲେ ଏହା ସ୍ବାସ୍ଥ୍ୟପାଇଁ ଆଦୌ ଠିକ ନୁହେଁ। ତେଣୁ ଭୁଲରେ ବି ତରଭୁଜକୁ ଫ୍ରିଜରେ ରଖି ଖାଆନ୍ତୁ ନାହିଁ।
କୁହାଯାଏ ଫ୍ରିଜରେ ତରଭୁଜକୁ ରଖିଲେ ଏହାର ପୌଷ୍ଟିକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ତରଭୁଜକୁ କାଟିକରି ଫ୍ରିଜରେ ରଖିଲେ ଏହାଦ୍ୱାରା ଫୁଡ ପଏଜନିଂ ହେବାର ସମ୍ଭାବନା ଅଧିକ ଥାଏ। କାରଣ କଟା ତରଭୁଜରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଯାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ସେଥିପାଇଁ ତରଭୁଜକୁ ଭୁଲରେ ବି ଫ୍ରିଜରେ ରଖନ୍ତୁ ନାହିଁ।
ଖରାଦିନେ ତରଭୁଜ ଶରୀରକୁ ଡିହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ। ଖରାଦିନେ ଏହା ଶରୀରରେ ପାଣିର ଆବଶ୍ୟକତାକୁ ପୂରଣ କରିଥାଏ।
ଓଜନ କମ କରିବାକୁ ଚାହୁଁଥିବା ଲୋକେ ପ୍ରଚୁର ପରିମାଣରେ ତରଭୁଜ ଖାଇବା ଭଲ। କାରଣ ଏହାକୁ ଖାଇଲେ ଭୋକ କମ ଲାଗିଥାଏ ଓ ଏଥିରେ ଫାଇବର ଅଧିକ ପରିମାଣରେ ଥାଏ। ଏହା ହଜମ କରିବାରେ ସାହାଯ୍ୟ କରିଥାଏ।
ହୃଦରୋଗ ପାଇଁ ଏହା ଭଲ କାମ କରିଥାଏ। ଏଥିରେ ପୋଟାସିୟମ ଅଧିକ ପରିମାଣରେ ଥାଏ। ଏହା ହାଇ ପ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ।
ତରଭୁଜ ଶରୀରରେ ଅନ୍ତନଳୀ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ସି ଓ ବି କମ୍ପେଲକ୍ସ ଅଧିକ ପରିମାଣରେ ଥାଏ।