ସ୍ନୋ ପାଉଡର ଲଗାଅ ନାହିଁ

ଧନର ଦେବୀ ଲକ୍ଷ୍ମୀ। ତାଙ୍କର ଅନ୍ୟନାମ ଚଞ୍ଚଳା। ଅର୍ଥାତ୍‌ ସେ ଗୋଟିଏ ଜାଗାରେ ରହିପାରନ୍ତି ନାହିଁ। ଯଦି ଲୋକଙ୍କ ପାଖରେ ଧନ ଅଛି ତେବେ ତାହାକୁ ଅନ୍ୟ ଲୋକ ପାଇଲେ କ୍ଷତି କ’ଣ। ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ଏବେ ଅଳ୍ପ କିଛି ମୁଷ୍ଟିମେୟ ଲୋକ ଧନୀ ହୋଇଯାଉଛନ୍ତି। ସେମାନଙ୍କ ଧନ ଗରିବଙ୍କ ପାଖକୁ ଆସିଲେ ଅସୁବିଧା କ’ଣ। ଦେଶରେ ୧୪୦ କୋଟି ଲୋକଙ୍କ ମଧ୍ୟରୁ ୮୦ କୋଟି ଲୋକଙ୍କୁ ସରକାର ଯେଉଁ ମାଗଣା ରାଶନ ବାଣ୍ଟୁଛନ୍ତି ସେମାନେ ତ ଭିକାରି। ତେଣୁ ଇନ୍ଦୋରରେ ଲୋକେ ଗରିବ ଭିକାରିଙ୍କୁ ଦାନ ଅର୍ଥାତ୍‌ ଟଙ୍କା ଦେଲେ ଯେଉଁ କାର୍ଯ୍ୟାନୁଷ୍ଠାନ ହେବା କଥା କୁହାଯାଉଛି, ପ୍ରଥମେ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଉପରଠାଉରିଆ ଭାବେ ସ୍ନୋ ପାଉଡର ଲଗାଅ ନାହିଁ। ଏହାଦ୍ୱାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ। ମନେପଡ଼େ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପ୍ରଥମ ପାଳିରେ ଭାରତ ଗସ୍ତରେ ଆସିଥିବା ସମୟରେ ବିଭିନ୍ନ ସ୍ଥାନରେ ପଲିଥିନ ଜରି ପକାଇ ବସ୍ତିଗୁଡ଼ିକୁ ଘୋଡ଼ାଇ ଦିଆଯାଇଥିଲା। ଏସବୁ ଏକପ୍ରକାର ନକାରାତ୍ମକ କାର୍ଯ୍ୟ। ତେଣୁ ପୂର୍ବରୁ ଆମେ ଶୁଣିଥିଲୁ ଯେ, ଲୋକଙ୍କ ହାତରେ ଛଉ ହେଉଥିଲେ ସେତେବେଳେ ଡାକ୍ତରଙ୍କୁ ଦେଖାଇବା ବଦଳରେ ଲମ୍ବା ହାତବାଲା ପାଇଜାମା ପିନ୍ଧି ତାହାକୁ ଘୋଡ଼ାଇ ଦେଉଥିଲେ। ପରବର୍ତ୍ତୀ ସମୟରେ ତାହା କୁଷ୍ଠ ରୋଗ ବୋଲି ଜଣାପଡ଼ିଲାବେଳକୁ ଡେରି ହୋଇ ଯାଉଥିଲା। ସେହିଭଳି ଗରିବଙ୍କୁ ଲୁଚାଇବାକୁ ଉଦ୍ୟମ କରିବା ପରିବର୍ତ୍ତେ ଅର୍ଥନୀତିର ସୁବଣ୍ଟନ କରାଯିବା ଦରକାର। ତାହା ହେଲେ ଏହି ୮୦ କୋଟିଙ୍କ ସଂଖ୍ୟା ହ୍ରାସ ପାଇପାରିବ। ନଚେତ୍‌ ଦାରିଦ୍ର୍ୟ କୁଷ୍ଠ ରୋଗ ଭଳି ଆମ ସମାଜକୁ ଗ୍ରାସ କରିବାରେ ଲାଗିବ।
ମଧ୍ୟପ୍ରଦେଶର ଇନ୍ଦୋର ସହରକୁ ଭିକାରି ମୁକ୍ତ କରିବା ସକାଶେ ଜିଲା ପ୍ରଶାସନ ଏକ ଅଭିନବ ଉପାୟ ଆପଣାଇଛି। ଯେଉଁମାନେ ଭିକାରିଙ୍କୁ ଭିକ ଦେବେ ସେମାନଙ୍କ ବିରୋଧରେ ଜାନୁଆରୀ ୧ରୁ ଏତଲା ଦାୟର ହେବ ବୋଲି ଜିଲାପାଳ ଆଶିଷ ସିଂ କହିଛନ୍ତି। ଉଲ୍ଲେଖନୀୟ ଯେ, ଜାନୁଆରୀ ୨୦୨୪ରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଦେଶରେ ଅଯୋଧ୍ୟା, ଉଜ୍ଜୟିନୀ, ଥିରୁଭାନନ୍ଥପୁରମ, ଉଦୟପୁର, ଅମୃତସର, ଶିମଲା, ପୁଡୁଚେରୀ, ଇନ୍ଦୋର ଓ ମଦୁରାଇ ସମେତ ୩୦ଟି ପ୍ରମୁଖ ସହରକୁ ୨୦୨୬ ସୁଦ୍ଧା ଭିକାରି ମୁକ୍ତ କରିବାର ଯୋଜନା କରିଥିଲା। ଏହାକୁ ସାକାର କରିବା ପାଇଁ ଇନ୍ଦୋର ଏଭଳି ପଦକ୍ଷେପ ନେଇଛି। ଡିସେମ୍ବର ଶେଷ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଯିବା ସହ କୌଣସି ଲୋକ ଭିକାରିଙ୍କୁ ଭିକ ଦେଇ ପାପରେ ଭାଗୀଦାରି ନ ହେବା ଲାଗି ଜିଲାପାଳ ସିଂ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ୨୦୨୧ରେ ଦିଲ୍ଲୀ ସମେତ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଆଦି ୧୦ଟି ସହରକୁ ଭିକାରି ମୁକ୍ତ କରିବାକୁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। କିନ୍ତୁ ଗତବର୍ଷ ଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀ ପୂର୍ବରୁ ପୁନର୍ବାର ଭିକାରୀଙ୍କୁ ଠାବ କରାଯାଇଥିଲା।
ବାସ୍ତବ କଥା ହେଲା ଭିକାରି ମୁକ୍ତ ଯୋଜନା ଆରମ୍ଭ କରିଦେଲେ ରାତାରାତି ସଫଳତା ମିଳିଯିିବ ବୋଲି ଦାବି କରାଯାଇପାରିବ ନାହିଁ। ମନେରଖିବାକୁ ହେବ ଯେ, ଭିକାରି ସୃଷ୍ଟି ହେବା ପଛରେ ଅର୍ଥନୈତିକ ଓ ସାମାଜିକ କାରଣ ରହିଛିି। ଦେଖାଯାଏ କୌଣସି ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକ୍ରମ ପୂର୍ବରୁ ସହରରୁ ଭିକାରିଙ୍କୁ ବାହାର କରିଦେବା ପାଇଁ ତତ୍ପରତା ପ୍ରକାଶ ପାଇଥାଏ। ପରେ ପୁନର୍ବାର ସେମାନେ ସହରକୁ ଫେରି ଆସୁଛନ୍ତି, କାରଣ ଭିକାରିଟିଏ ମାଗିଲେ ଯାଇ ବଞ୍ଚେ। ବହୁ ସମୟରେ ଦେଖାଯାଉଛି ଅନେକ ସକ୍ଷମ ବ୍ୟକ୍ତି ଭିକ ମାଗି ସମ୍ପତ୍ତି ଠୁଳ କରୁଛନ୍ତି। ଏଭଳି ସ୍ଥିତି ମଧ୍ୟ ଇନ୍ଦୋରରେ ଭିକ୍ଷା ବୃତ୍ତି ବିରୋଧୀ ଅଭିଯାନ ସମୟରେ ଦେଖିବାକୁ ମିଳିଛି। ତେଣୁ ଭିକ୍ଷା ବୃତ୍ତି ଆପଣାଇଥିବା ଅକ୍ଷମ ଓ ଅସହାୟ ବ୍ୟକ୍ତିଙ୍କ ସାମାଜିକ ଓ ଆର୍ଥିକ ନିରାପତ୍ତା ଭାରତରେ ସବୁବେଳେ ଚିନ୍ତାଜନକ ହୋଇରହିଛି।
କୌଣସି ରାଜ୍ୟର ନିର୍ଦ୍ଦିଷ୍ଟ ସହରରେ ଯେତେବେଳେ ଭିକାରି ମୁକ୍ତ ଅଭିଯାନ ଆରମ୍ଭ କରାଯାଏ, ସେତେବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟ ସହର କିମ୍ବା ଗ୍ରାମାଞ୍ଚଳକୁ ଓ ସ୍ଥଳବିଶେଷରେ ରାଜ୍ୟ ବାହାରକୁ ଚାଲିଯାଇଥାନ୍ତି। ଫଳରେ ଯେଉଁ କେତେଜଣ ହାତଗଣତି ଭିକାରି ରହିଯାଆନ୍ତି ସେମାନଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖି ପ୍ରକୃତ ଘଟଣାକୁ ଲୁଚାଇ ରଖିବାର ପ୍ରୟାସ କରାଯାଉଥିବାରୁ ଅଭିଯାନର ସଫଳତା ହାର ବହୁତ କମ୍‌ ରହୁଛି। ଉଦାହରଣ ସ୍ବରୂପ ଭୁବନେଶ୍ୱରକୁ ଭିକାରି ମୁକ୍ତ କରିବା ପାଇଁ ୨୦୨୩ରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଭିଯାନ ଆରମ୍ଭ କରି ଏହାକୁ କେତେକାଂଶରେ ନିୟନ୍ତ୍ରଣ କରିଥିଲେ ସୁଦ୍ଧା ରେଳଷ୍ଟେଶନ ନିକଟବର୍ତ୍ତୀ ଅଞ୍ଚଳ କିମ୍ବା ଗଳିକନ୍ଦିରେ ଥିବା ମନ୍ଦିରରେ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି।
ଉଲ୍ଲେଖନୀୟ ଯେ, ୨୦୧୧ ପରେ ଜନଗଣନା ହୋଇପାରି ନ ଥିବାରୁ ଦେଶରେ ଭିକାରିଙ୍କ ସଂଖ୍ୟା ବର୍ତ୍ତମାନ କେତେ ରହିଛି ତାହା କହିବା କଷ୍ଟକର। ୨୦୧୧ ଜନଗଣନାରେ ଭାରତରେ ମୋଟ ୪,୧୩,୬୭୦ ଭିକାରି ଥିଲେ। ଏବେ ଦେଶରେ ଏହି ସଂଖ୍ୟା ହ୍ରାସ ବୃଦ୍ଧିର ତଥ୍ୟ ପ୍ରକାଶ ପାଉଥିଲେ ବି ତାହା ସନ୍ଦେହ ସୃଷ୍ଟି କରେ। କାରଣ ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ ୧୨୭ ଦେଶ ମଧ୍ୟରେ ୧୦୫ ସ୍ଥାନରେ ରହିଛି। ବିଶ୍ୱରେ ଜାପାନ, ଇଣ୍ଡୋନେସିଆ, ସିଙ୍ଗାପୁର, ନରଓ୍ବେ, ଫିନ୍‌ଲାଣ୍ଡ, ଦକ୍ଷିଣ କୋରିଆ, ୟୁଏଇ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଭିକାରି ସଂଖ୍ୟା ବହୁତ କମ୍‌। ସେହିସବୁ ଦେଶରେ ଲୋକସଂଖ୍ୟା ମଧ୍ୟ କମ୍‌। ଏହି ଦେଶଗୁଡ଼ିକ ଉଚିତ ମାର୍ଗରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା କିମ୍ବା କଠୋର ଆଇନ ପ୍ରଣୟନ କରି ବହୁ ଚେଷ୍ଟାରେ ଏହାକୁ ନିୟନ୍ତ୍ରଣକୁ ଆଣିପାରିଛନ୍ତି। ବାସ୍ତବରେ ବିଶ୍ୱର ସବୁଠୁ ଜନବହୁଳ ଦେଶ ଭାରତର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଦେଖିଲେ ଏଠାରେ ଭିକାରିମୁକ୍ତ ଯୋଜନା ସଫଳ ହେବା ନିଶ୍ଚିତ ଭାବେ ସମୟସାପେକ୍ଷ । ତେଣୁ ବାସ୍ତବଧର୍ମୀ ପଦକ୍ଷେପ ସ୍ବରୂପ, ପ୍ରକୃତ ଭିକାରିଙ୍କ ପାଇଁ ସ୍ଥାୟୀ ଥଇଥାନ ବ୍ୟବସ୍ଥା କରାଯିବା ଦରକାର, ଯାହା ଏଯାବତ୍‌ କେନ୍ଦ୍ର ପକ୍ଷରୁ ସମ୍ପୂର୍ଣ୍ଣ କରାଯାଇନାହିଁ। ଏମାନଙ୍କୁ ପ୍ରଶାସନ ଠିକ୍‌ ଭାବରେ ଚିହ୍ନଟ କରି ସ୍ଥାୟୀ ଭାବେ ଥଇଥାନ କରିବା ଦରକାର। ସେମାନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚୁଛି କି ନାହିଁ, ସେ ସମ୍ପର୍କରେ ପ୍ରଶାସନ ସଚେତନ ହେବା ଜରୁରୀ। ବଳ ଓ ବୟସ ଥିବା ବ୍ୟକ୍ତି କାମକୁ ଡରି ଭିକ୍ଷା ମାଗିବାକୁ ସହଜ ଉପାୟ ଧରି ନେଇଥିବାରୁ ସେମାନଙ୍କୁ ବାସ୍ତବ ଭିକାରିଙ୍କଠାରୁ ଅଲଗା କରାଯାଇପାରିଲେ ସଂଖ୍ୟା ହ୍ରାସ ହେବା ସହ ଭିକାରିମୁକ୍ତ ସହର ଯୋଜନା କେତେକାଂଶରେ ସଫଳ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?