ଏଭଳି କଲେ ଆଉ ହେବନି କରୋନା, କହିଲେ ଏହି ଡାକ୍ତର…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ସହଜ ଉପାୟ ଆପଣେଇବା ଲାଗି ମେଦାନ୍ତ ମେଡ଼ିସିଟି ହସ୍ପିଟାଲର ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ପରାମର୍ଶ ଦେଇଛନ୍ତି। ପ୍ରତିଦିନ ପ୍ରାଣାୟମ କରିବା ଦ୍ୱାରା ଶରୀରରେ ପ୍ରାଣବାୟୁର ସୁପରିଚାଳନା ହୋଇଥାଏ। ଏହା ଦ୍ୱାରା ଫୁସଫୁସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ସହିତ କରୋନା ସଂକ୍ରମଣ ହେବାର ଆଶଙ୍କା ଦୂର ହୋଇଥାଏ। ସେହିପରି ଆକ୍ରାନ୍ତଙ୍କ କ୍ଷେତ୍ରରେ ଅନୁଲୋମ-ବିଲୋମ ବେଶ୍‌ ଫଳପ୍ରଦ ହୋଇଥାଏ। ଏଭଳି କରିବା ଦ୍ୱାରା ଫୁସଫୁସ୍‌ ପୁଣି ନିଜର କ୍ରିୟାଶୀଳତା ଫେରି ପାଇଥାଏ ବୋଲି ସେ କହିଛନ୍ତି। ତେଣୁ ସକାଳେ ଏବଂ ସନ୍ଧ୍ୟାରେ ଏଭଳି କରିବା ଦ୍ୱାରା ଶରୀରକୁ ବହୁ ସୁଫଳ ମିଳୁଥିବା ସେ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି।

Share