ଘରେ କରନ୍ତୁ ହେୟାର ସ୍ପା

ଶୀତଦିନେ ଥଣ୍ଡା ପବନରେ କେଶ ଶୁଷ୍କ ହୋଇଯାଏ ଏବଂ ରୁପି ସମସ୍ୟା ମଧ୍ୟ ଦେଖାଦିଏ। ଏହାକୁ ଦୂରକରିବା ଲାଗି ଆପଣ ହେୟାର ସ୍ପା କରିପାରିବେ। ତେବେ ବ୍ୟୁଟିପାର୍ଲର ଯାଇ ଏଥିପାଇଁ ଅଧିକ ଖର୍ଚ୍ଚ କରିବା ଅପେକ୍ଷା ଆପଣ ଘରେ ମଧ୍ୟ ହେୟାର ସ୍ପା କରି ମଜଭୁତ ଓ ସୁନ୍ଦର କେଶ ପାଇପାରିବେ…

କୋକୋନଟ୍‌ କ୍ରିମ୍‌ ସ୍ପା: କେଶ ପାଇଁ ନଡ଼ିଆତେଲ କେତେ ଭଲ ସମସ୍ତେ ଜାଣନ୍ତି। କେବଳ ତେଲ ନୁହେଁ, ନଡ଼ିଆକୁ ବ୍ୟବହାର କରି ଆପଣ ହେୟାର ସ୍ପା କରିପାରିବେ। ନଡ଼ିଆକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ପ୍ରଥମେ ଏକ ଟାଓ୍ବେଲକୁ ଗରମପାଣିରେ ବୁଡ଼ାଇ କେଶକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଷ୍ଟିମ୍‌ ଦିଅନ୍ତୁ। ଏହାପରେ ପେଷ୍ଟକୁ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ୧ରୁ ଦେଢଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏହାକୁ ମାଇଲ୍ଡ ଶାମ୍ପୁ ବ୍ୟବହାର କରି ଭଲ ଭାବେ ଧୋଇଦିଅନ୍ତୁ। ସପ୍ତାହରେ ଥରେ ଏହି ସ୍ପା କଲେ ନଡ଼ିଆରେ ଥିବା ଭିଟାମିନ୍‌ ବି୧, ବି୩, ବି୬, ସି, ଇ ସହିତ ଥିବା ଅନେକ ମିନେରାଲ୍ସ ତତ୍ତ୍ୱ କେଶକୁ ମଜଭୁତ କଳା ଏବଂ ଚମକପ୍ରଦ କରିଥାଏ।
କକୁମ୍ବର ହେୟାର ସ୍ପା: ପ୍ରଥମେ ଗୋଟିଏ କାକୁଡ଼ିକୁ ଛୋଟ ଛୋଟ କାଟି ସେଥିରେ ଏକ ଚାମଚ ଅଲିଭ ଅଏଲ ପକାଇ ଗ୍ରାଇଣ୍ଡିଂ କରିନିଅନ୍ତୁ। କେଶକୁ ୧୦ମିନିଟ୍‌ ଷ୍ଟିମ୍‌ ଦେବା ପରେ ଏହି ପେଷ୍ଟକୁ ଭଲ ଭାବେ ଲଗାଇଦିଅନ୍ତୁ। ଅଧଘଣ୍ଟା ରଖିବା ପରେ ମାଇଲ୍ଡ ଶାମ୍ପୁ ଲଗାଇ ଧୋଇଦିଅନ୍ତୁ। ଏହାକୁ ଲଗାଇଲେ କେଶ ଝଡ଼ିବା କିମ୍ବା ଶୁଷ୍କ ହେବା ଭଳି ସମସ୍ୟା ଦୂର ହୋଇଥାଏ।
ବିଅର ସ୍ପା: ଏକ କାଚ ଗିନାରେ ଅଧା ପର୍ଯ୍ୟନ୍ତ ବିଅର ନେଇ ରାତି ସାରା ରଖି ଦିଅନ୍ତୁ। ଏପରି କଲେ ତାହା ଅଳ୍ପ ଗାଢ଼ ହୋଇଯିବ। କେଶକୁ ୧୦ ମିନିଟ୍‌ ଷ୍ଟିମ୍‌ ଦେବା ପରେ ମାଇଲ୍ଡ ଶାମ୍ପୁରେ ଧୋଇ ଦିଅନ୍ତୁ। ବର୍ତ୍ତମାନ ପୂର୍ବରୁ ରଖାଯାଇଥିବା ବିଅରକୁ କେଶରେ ଭଲ ଭାବେ ମସାଜ କରନ୍ତୁ। ୧୦- ୧୫ ମିନିଟ୍‌ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହା କେଶକୁ ମଜଭୁତ ଓ ସାଇନିଂ କରିବାରେ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri