ଏସବୁ କରନ୍ତୁ, ଆଉ ହେବନି କରୋନା…

ନୂଆଦିଲ୍ଲୀ,୨୪।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ତେବେ କେତେକ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ବ୍ୟବହାର କଲେ କରୋନାରୁ ଦୂରେଇ ହୋଇ ରହିବା ସମ୍ଭବ ହୋଇପାରିଥାଏ। ବୋଲି ଅଖିଳ ଭାରତୀୟ ବନୌଷଧି ପ୍ରଚାର ପ୍ରସାର ସଂସ୍ଥାର ମୁଖ୍ୟ ତଥା ପଶ୍ଚିମ ବିହାରସ୍ଥିତ ଡାଲକୋ ହେଲଥ କେୟାରର ନିର୍ଦ୍ଦେଶକ ଦୀପକ କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, କରୋନାରୁ ଦୂରେଇ ରହିବା ଲାଗି ବ୍ୟାୟାମ, ଯୋଗ, ଏବଂ ପ୍ରାଣାୟାମ କରିବା ଜରୁରୀ। ଏହାଦ୍ୱାରା ମାନସିକ ଶକ୍ତି ବୃଦ୍ଧି ସହିତ ଏବଂ ଫୁସଫୁସର ଦକ୍ଷତା ବଢ଼ିଥାଏ। ଏହା ସହିତ କରୋନା ଭୂତାଣୁକୁ ନିଷ୍କ୍ରିୟ କରୁଥିବା ଓ ଫୁସଫୁସକୁ ଶକ୍ତିଶାଳୀ କରୁଥିବା ବନୌଷଧି ସେବନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅମ୍ଳଜାନ ସ୍ତର ହ୍ରାସ ପାଇଲେ ତଳେ ପେଟେଇ ହୋଇ ଶୋଇ ବ୍ୟାୟାମ କଲେ ଅମ୍ଳଜାନର ସ୍ତର ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।
ତୁଳସୀ, ଚିରେୟିତା, ନିମ ପତ୍ର, ଭୁର୍ସଙ୍ଗ ପତ୍ର ଆଦିର ପାଣି ପିଇଲେ ସୁଫଳ ମିଳିଥାଏ। ଛାତିରେ ଉଷୁମ ସୋରିଷ ତେଲ ମାଲିସ୍‌ କରେ କରୋନା ସଂକ୍ରମଣ ହେବାର ଆାଙ୍କା ଦୂର ହୋଇଥାଏ। ନାକରେ ଚାରି ବୁନ୍ଦା ଉଷୁମ ସୋରିଷ ତେଲ ପକାଇଲେ ନିଶ୍ୱାସ ନେବା ସମୟରେ କରୋନା ଭୂତାଣୁ ପ୍ରବେଶ ନ କରିପାରି ନଷ୍ଟ ହୋଇଯାଇଥାନ୍ତି। ଉଷୁମ ପାଣିରେ ସୈନ୍ଧବ ଲବଣ ଏବଂ ହଳଦୀ ପାଣିରେ ଗାର୍ଗଲିଂ କଲେ ସୁଫଳ ମିଳିଥାଏ। ଘରେ ଦଶାଙ୍ଗ, ଝୁଣା କର୍ପୁର ଏବଂ ଗୁଗୁଳ ଧୂପ ଦେଲେ ପରିବେଶ ପରିଷ୍କାର ହୋଇଯାଇଥାଏ। ଏହି ସହିତ ପ୍ରତିଦିନ ଫଳ ଏବଂ ସତେଜ ପନିପରିବା ଖାଆନ୍ତୁ । ଅଂଳା, ଗୋଲମରିଚ, କଞ୍ଚା କଦଳୀ, ରସୁଣ, ଟମାଟୋ, ଧନିଆ ପତ୍ର, ଲେମ୍ବୁ, ଅଦା, ପିଆଜ, କଞ୍ଚା ଆମ୍ବ, କମଳା ଆଦି ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବହୁଗୁଣା ବୃଦ୍ଧି ପାଇଥାଏ ବୋଲି ସେ କହିଛନ୍ତି।