ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ ଦେଶର ନାଗରିକ ତାହା ଏବେ ବି ରହସ୍ୟ ଘେରରେ। ଏହା ସ୍ପଷ୍ଟ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକମାନେ ଉଦ୍ୟମ ଆରମ୍ଭ କରିଛନ୍ତି। କଲମ୍ବସ୍‌ଙ୍କ ଅସ୍ଥି ନମୁନାରୁ ଡିଏନ୍‌ଏ ଟେଷ୍ଟ କରାଯିବା ପରେ ବାସ୍ତବ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି। ସମୁଦ୍ର ପଥ ଅନୁସନ୍ଧାନକାରୀ ଖ୍ରୀଷ୍ଟୋଫର କଲମ୍ବସ୍‌ ପ୍ରକୃତରେ ଇଟାଲୀର ଜେନୋଆରୁ ଆସିଥିଲେ ନା ସେ ସ୍ପେନ ବାସିନ୍ଦା ଥିଲେ, ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏପରିକି ସେ ପର୍ତ୍ତୁଗୀଜ, କ୍ରୋଏସିଆ କିମ୍ବା ପୋଲାଣ୍ଡର ନାଗରିକ ବୋଲି ମଧ୍ୟ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଏହାର ଠିକ୍‌ ଉତ୍ତର ପାଇବା ପାଇଁ ଅନୁସନ୍ଧାନ ଆରମ୍ଭ କରିଛନ୍ତି ଅନ୍ତର୍ଜାତୀୟ ବୈଜ୍ଞାନିକ। ତାଙ୍କ ଦେହାବଶେଷରୁ ଡିଏନ୍‌ଏ ଟେଷ୍ଟ କରାଯିବା ପ୍ରକ୍ରିୟା ସହ ତାଙ୍କ ପ୍ରକୃତ ଭୌଗୋଳିକ ଉତ୍ପତ୍ତି ଚିହ୍ନଟ ପାଇଁ ବୁଧବାରଠାରୁ ଗବେଷଣା ଆରମ୍ଭ କରାଯାଇଛି। ଆଉ ୫ ମାସ ପରେ ଅର୍ଥାତ ଅକ୍ଟୋବରରେ ଏହାର ଉତ୍ତର ସାମ୍‌ନାକୁ ଆସିବ।
ପଞ୍ଚଦଶ ଶତାବ୍ଦୀର ଏହି ସମୁଦ୍ର ଯାତ୍ରୀଙ୍କ ଜୀବନ କାହାଣୀ ବିଷୟରେ ଖୁବ୍‌ କମ ଜଣାଅଛି। ୫୧୫ ବର୍ଷ ପୂର୍ବେ କଲମ୍ବସ୍‌ଙ୍କ ମୃତ୍ୟୁ ହୋଇସାରିଛି। ସେଭିଲର କ୍ୟାଥେଡ୍ରଲରେ କବରରେ ଥିବା ଅସ୍ଥିଗୁଡ଼ିକ କଲମ୍ବସ୍‌ଙ୍କର ବୋଲି ୨୦୦୩ରେ ହୋଇଥିବା ଡିଏନ୍‌ଏ ଟେଷ୍ଟରୁ ଜଣାପଡ଼ିଥିଲା। ଏହି ଆବିଷ୍କାର ପରେ ଗବେଷଣାର ନେତୃତ୍ୱ ନେଇଥିବା ସ୍ପେନର ୟୁନିଭର୍ସିଟି ଅଫ୍‌ ଗ୍ରାନାଡା ତଦନ୍ତକୁ ଆଗକୁ ନ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିଲା। ସେତେବେଳେ ଡିଏନ୍‌ଏ ଟେକ୍ନୋଲୋଜି ଶତପ୍ରତିଶତ ଠିକ୍‌ କିମ୍ବା ସମ୍ପୂର୍ଣ୍ଣ ଭରସା ଯୋଗ୍ୟ ନ ଥିବାରୁ ଅନୁସନ୍ଧାନ ଅଟକା ଯାଇଥିବା ୟୁନିଭର୍ସିଟି ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ଅଧିକ ମାତ୍ରାରେ ଜେନେଟିକ୍‌ ପଦାର୍ଥର ଆବଶ୍ୟକ ଥିବା ରିସର୍ଚ୍ଚ ଟିମ୍‌ କହିଥିଲା। ତେବେ ସାମ୍ପ୍ରତିକ ଡିଏନ୍‌ଏ ପରୀକ୍ଷଣର ସଫଳତା ପରେ ଜିନ୍‌ ଜିଓଗ୍ରାଫି ଦ୍ୱାରା ଏହି ୟୁରୋପୀୟ ବ୍ୟକ୍ତିଙ୍କ ପ୍ରକୃତ ଠିକଣା ଜଣାପଡ଼ିବ ବୋଲି ଆଶା କରାଯାଉଛି। କଲମ୍ବସ୍‌ଙ୍କ ସମେତ ତାଙ୍କ ପୁଅ ହର୍ନାଣ୍ଡୋ ଏବଂ ଭାଇ ଡିଏଗୋଙ୍କ ଅସ୍ଥିରୁ ଡିଏନ୍‌ଏ ପରୀକ୍ଷା କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ୟୁନିଭର୍ସିଟିର ପ୍ରଫେସର ଜୋସ୍‌ ଆଣ୍ଟୋନିଓ ଲରେଣ୍ଟ କହିଛନ୍ତି। ସେମାନଙ୍କ ହାଡ଼ ନମୁନାକୁ ଇଟାଲୀର ରୋମ ଏବଂ ଫ୍ଲୋରେନ୍ସର ଜେନେଟିକ୍‌ ଆଇଡେଣ୍ଟିଫିକେଶନ୍‌ ଲାବରେଟୋରିକୁ ପଠାଯାଇଛି। ୧୪୯୨ରୁ ୧୫୦୪ ମଧ୍ୟରେ ଆଟ୍‌ଲାଣ୍ଟିକ୍‌ ମହାସାଗରରେ ସେ ୪ ଥର ଯାତ୍ରା କରି ଆମେରିକାରେ ୟୁରୋପର ଉପନିବେଶକରଣ ପାଇଁ ବାଟ ଫିଟାଇଥିଲେ। ୨୦ ମେ ୧୫୦୬ରେ କଲମ୍ବସ୍‌ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମରଶରୀରକୁ ସ୍ପେନର ସହର ଭାଲ୍ଲାଡଏଡ୍‌ଠାରେ କବର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri