Posted inଫୁରସତ

ଡିଏନ୍‌ଏ ବ୍ୟବହାରରେ ୧୦,୫୦୦ ବର୍ଷ ତଳର ମହିଳାଙ୍କ ଚେହେରା ସୃଷ୍ଟି

ବ୍ରସେଲ୍ସ : ବୈଜ୍ଞାନିକମାନେ ଡିଏନ୍‌ଏର ବ୍ୟବହାର କରି ୧୦,୫୦୦ ବର୍ଷ ତଳର ଜଣେ ମହିଳାଙ୍କ ଚେହେରା ସୃଷ୍ଟି କରିଛନ୍ତି। ମ୍ୟୁଜ୍‌ ଉପତ୍ୟକାରେ ବସବାସ କରୁଥିବା ଏହି ମହିଳାଙ୍କ ଆକୃତିକୁ ବେଲଜିୟମର ଗେଣ୍ଟ ବିଶ୍ୱବିଦ୍ୟାଳୟର ଗବେଷକମାନେ ପୁନଃନିର୍ମାଣ କରିବାରେ ସଫଳ ହୋଇଛନ୍ତି। ୧୯୮୮ ମସିହାରେ ବେଲଜିୟମର ଡିନାଣ୍ଟ ନିକଟସ୍ଥ ମାର୍ଗାକ୍ସ ଗୁମ୍ଫାରେ ମଧ୍ୟପ୍ରସ୍ତର ଯୁଗର ଜଣେ ମହିଳାଙ୍କ ଅବଶେଷ ମିଳିଥିଲା। ସେ ପଶ୍ଚିମ ୟୁରୋପର ଜଣେ ଶିକାରୀ ଭାବେ ନିଜ ଜୀବିକା ନିର୍ବାହ କରୁଥିଲେ ବୋଲି ଗବେଷକମାନେ କହିଛନ୍ତି।
ଡିଏନ୍‌ଏ ଅଧ୍ୟୟନରୁ ଏହି ମହିଳାଙ୍କ ଆଖି ନୀଳ ରହିଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ପଶ୍ଚିମ ୟୁରୋପରେ ପରୀକ୍ଷା କରାଯାଇଥିବା ମଧ୍ୟପ୍ରସ୍ତର ଯୁଗର ଅନ୍ୟ ବ୍ୟକ୍ତିଙ୍କ ଅପେକ୍ଷା ଏହି ମହିଳାଙ୍କ ରଙ୍ଗ କିଛିଟା ହାଲୁକା ରହିଛି। ଆନୁବଂଶିକ ଏବଂ ପ୍ରତ୍ନତାତ୍ତ୍ୱିକ ତଥ୍ୟର ମିଶ୍ରଣ ଦ୍ୱାରା ମହିଳାଙ୍କ ଚେହେରାର ପୁନଃଗଠନ ସମ୍ଭବ ହୋଇପାରିଥିଲା ବୋଲି ଗେଣ୍ଟ୍‌ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍‌ ଇସାବେଲ୍‌ ଡି ଗ୍ରୁଟ୍‌ କହିଛନ୍ତି। ଏହି ମହିଳାଙ୍କ ରଙ୍ଗ ହାଲୁକା ଥିବା ସହ ଖପୁରିରୁ କରାଯାଇଥିବା ଅନୁଧ୍ୟାନରୁ ସେ ୩୫ରୁ ୬୦ ବର୍ଷ ବଞ୍ଚିଥିବା ନେଇ ଜଣାପଡ଼ିଥିବା ଇସାବେଲ୍‌ କହିଛନ୍ତି। ଗେଣ୍ଟ୍‌ ବିଶ୍ୱବିଦ୍ୟାଳୟର ଅନ୍ୟତମ ବରିଷ୍ଠ ପ୍ରତ୍ନତତ୍ତ୍ୱବିତ୍‌ ଫିଲିପ୍‌ କ୍ରାମ୍ବେ କହିଛନ୍ତି, ଉକ୍ତ ମହିଳାଙ୍କ ଖପୁରିରୁ ଯଥେଷ୍ଟ ଭଲ ଗୁଣବତ୍ତାର ଡିଏନ୍‌ଏ ବାହାର କରାଯାଇଥିଲା, ଯାହା ତାଙ୍କ ଚେହେରାର ବିସ୍ତୃତ ପୁନଃନିର୍ମାଣରେ ସହାୟକ ହୋଇଥିଲା। ମ୍ୟୁଜ୍‌ ନଦୀ ଅବବାହିକାରେ ଖନନ ବେଳେ ସଂଗୃହୀତ ପ୍ରତ୍ନତାତ୍ତ୍ୱିକ ତଥ୍ୟକୁ ଭିତ୍ତିକରି ମହିଳାଙ୍କ ଚେହେରାରେ ଥିବା ଅଳଙ୍କାର ଏବଂ ଟାଟୁ ଭଳି ବିଭିନ୍ନ ବୈଶିଷ୍ଟ୍ୟକୁ ତିଆରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri