Posted inଫୁରସତ

ଡିଏନ୍‌ଏ ବ୍ୟବହାରରେ ୧୦,୫୦୦ ବର୍ଷ ତଳର ମହିଳାଙ୍କ ଚେହେରା ସୃଷ୍ଟି

ବ୍ରସେଲ୍ସ : ବୈଜ୍ଞାନିକମାନେ ଡିଏନ୍‌ଏର ବ୍ୟବହାର କରି ୧୦,୫୦୦ ବର୍ଷ ତଳର ଜଣେ ମହିଳାଙ୍କ ଚେହେରା ସୃଷ୍ଟି କରିଛନ୍ତି। ମ୍ୟୁଜ୍‌ ଉପତ୍ୟକାରେ ବସବାସ କରୁଥିବା ଏହି ମହିଳାଙ୍କ ଆକୃତିକୁ ବେଲଜିୟମର ଗେଣ୍ଟ ବିଶ୍ୱବିଦ୍ୟାଳୟର ଗବେଷକମାନେ ପୁନଃନିର୍ମାଣ କରିବାରେ ସଫଳ ହୋଇଛନ୍ତି। ୧୯୮୮ ମସିହାରେ ବେଲଜିୟମର ଡିନାଣ୍ଟ ନିକଟସ୍ଥ ମାର୍ଗାକ୍ସ ଗୁମ୍ଫାରେ ମଧ୍ୟପ୍ରସ୍ତର ଯୁଗର ଜଣେ ମହିଳାଙ୍କ ଅବଶେଷ ମିଳିଥିଲା। ସେ ପଶ୍ଚିମ ୟୁରୋପର ଜଣେ ଶିକାରୀ ଭାବେ ନିଜ ଜୀବିକା ନିର୍ବାହ କରୁଥିଲେ ବୋଲି ଗବେଷକମାନେ କହିଛନ୍ତି।
ଡିଏନ୍‌ଏ ଅଧ୍ୟୟନରୁ ଏହି ମହିଳାଙ୍କ ଆଖି ନୀଳ ରହିଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ପଶ୍ଚିମ ୟୁରୋପରେ ପରୀକ୍ଷା କରାଯାଇଥିବା ମଧ୍ୟପ୍ରସ୍ତର ଯୁଗର ଅନ୍ୟ ବ୍ୟକ୍ତିଙ୍କ ଅପେକ୍ଷା ଏହି ମହିଳାଙ୍କ ରଙ୍ଗ କିଛିଟା ହାଲୁକା ରହିଛି। ଆନୁବଂଶିକ ଏବଂ ପ୍ରତ୍ନତାତ୍ତ୍ୱିକ ତଥ୍ୟର ମିଶ୍ରଣ ଦ୍ୱାରା ମହିଳାଙ୍କ ଚେହେରାର ପୁନଃଗଠନ ସମ୍ଭବ ହୋଇପାରିଥିଲା ବୋଲି ଗେଣ୍ଟ୍‌ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍‌ ଇସାବେଲ୍‌ ଡି ଗ୍ରୁଟ୍‌ କହିଛନ୍ତି। ଏହି ମହିଳାଙ୍କ ରଙ୍ଗ ହାଲୁକା ଥିବା ସହ ଖପୁରିରୁ କରାଯାଇଥିବା ଅନୁଧ୍ୟାନରୁ ସେ ୩୫ରୁ ୬୦ ବର୍ଷ ବଞ୍ଚିଥିବା ନେଇ ଜଣାପଡ଼ିଥିବା ଇସାବେଲ୍‌ କହିଛନ୍ତି। ଗେଣ୍ଟ୍‌ ବିଶ୍ୱବିଦ୍ୟାଳୟର ଅନ୍ୟତମ ବରିଷ୍ଠ ପ୍ରତ୍ନତତ୍ତ୍ୱବିତ୍‌ ଫିଲିପ୍‌ କ୍ରାମ୍ବେ କହିଛନ୍ତି, ଉକ୍ତ ମହିଳାଙ୍କ ଖପୁରିରୁ ଯଥେଷ୍ଟ ଭଲ ଗୁଣବତ୍ତାର ଡିଏନ୍‌ଏ ବାହାର କରାଯାଇଥିଲା, ଯାହା ତାଙ୍କ ଚେହେରାର ବିସ୍ତୃତ ପୁନଃନିର୍ମାଣରେ ସହାୟକ ହୋଇଥିଲା। ମ୍ୟୁଜ୍‌ ନଦୀ ଅବବାହିକାରେ ଖନନ ବେଳେ ସଂଗୃହୀତ ପ୍ରତ୍ନତାତ୍ତ୍ୱିକ ତଥ୍ୟକୁ ଭିତ୍ତିକରି ମହିଳାଙ୍କ ଚେହେରାରେ ଥିବା ଅଳଙ୍କାର ଏବଂ ଟାଟୁ ଭଳି ବିଭିନ୍ନ ବୈଶିଷ୍ଟ୍ୟକୁ ତିଆରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri