Posted inଜାତୀୟ

ଡିଏନ୍‌ଏ ଟେଷ୍ଟ ବୈଧ ପ୍ରମାଣ

ପ୍ରୟାଗରାଜ,୧୯ା୧୧: ଶିଶୁର ପିତୃତ୍ୱ ପ୍ରମାଣିତ କରିବା ଲାଗି ଡିଓକ୍ସିରିବୋନ୍ୟୁକ୍ଲେଇକ୍‌ ଏସିଡ୍‌ (ଡିଏନ୍‌ଏ) ବା ଗୁଣସୂତ୍ର ପରୀକ୍ଷା ହେଉଛି ସବୁଠୁ ବୈଧ ଓ ବୈଜ୍ଞାନିକ ଉପାୟ। ସ୍ତ୍ରୀଙ୍କ ଯୌନଗତ ବିଶ୍ୱସନୀୟତା ବା ସତୀତ୍ୱର ପ୍ରମାଣ ପାଇଁ ମା’ ଓ ଜନ୍ମିତ ସନ୍ତାନଙ୍କ ଡିଏନ୍‌ଏ ଟେଷ୍ଟ ଉତ୍କୃଷ୍ଟ ମାଧ୍ୟମ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।
୨୦୧୮ର ଏକ ମାମଲାରେ ରାୟ ଶୁଣାଇ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି, ଯେଉଁଠି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଛାଡ଼ପତ୍ର ଦେଇଥିଲେ। ସ୍ତ୍ରୀଙ୍କ ସହ ସ୍ବାମୀ ଶାରୀରିକ ସମ୍ପର୍କ ରଖି ନ ଥିବାବେଳେ ଦମ୍ପତିଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଫଳରେ ସ୍ତ୍ରୀଙ୍କ ବିରୋଧରେ ବ୍ୟଭିଚାର ଅଭିଯୋଗ ଆଣି ତାଙ୍କର ଡିଏନ୍‌ଏ ପରୀକ୍ଷା କରାଯାଉ ବୋଲି ସ୍ବାମୀ ଦାବି କରିଥିଲେ। ଏହାକୁ ସମ୍ପୃକ୍ତ ମହିଳା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟଙ୍କ ଆଗରେ ପ୍ରସଙ୍ଗ ଥିଲା ଯେ, ବ୍ୟଭିଚାର ଅଭିଯୋଗରେ ଛାଡ଼ପତ୍ର ପାଇଥିବା ଜଣେ ସ୍ତ୍ରୀଙ୍କୁ ହିନ୍ଦୁ ବିବାହ ଆଇନ, ୧୯୫୫ ଅନୁସାରେ ଡିଏନ୍‌ଏ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ କି। ଜଷ୍ଟିସ୍‌ ବିବେକ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ସ୍ବାମୀଙ୍କ ଅଭିଯୋଗ ଓ ସ୍ତ୍ରୀଙ୍କ ଚାରିତ୍ରିକ ବିଶ୍ୱସନୀୟତାକୁ ପ୍ରମାଣିତ କରିବା ଲାଗି ଡିଏନ୍‌ଏ ଯାଞ୍ଚ ରିପୋର୍ଟକୁ ଏକକାଳୀନ ସବୁଠୁ ପ୍ରାମାଣିକ, ଉପଯୁକ୍ତ ଓ ସତ୍ୟ ମାଧ୍ୟମ ଭାବେ ଧରାଯାଇ ପାରିବ। ଡିଏନ୍‌ଏ ପରୀକ୍ଷା ସବୁଠୁ ବୈଧ ଓ ବୈଜ୍ଞାନିକ ଉପାୟ, ଯାହାକୁ ସ୍ତ୍ରୀଙ୍କ ଚାରିତ୍ରିକ ତ୍ରୁଟି ସମ୍ପର୍କରେ ନିଜ ଅଭିଯୋଗର ସତ୍ୟାସତ୍ୟ ସ୍ଥାପନ ପାଇଁ ସ୍ବାମୀ ବ୍ୟବହାର କରିପାରିବେ ବୋଲି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ। ସେହିପରି ଯୌନଗତ ବିଶ୍ୱାସଘାତକତା ସନ୍ଦେହର ଆଉ ଏକ ମାମଲା ଗତ ଅକ୍ଟୋବରରେ

ସାମ୍ନାକୁ ଆସିଥିଲା। ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରିଥିଲେ। ସେ ତାଙ୍କ ମୁଣ୍ଡ କାଟିବା ପରେ ତାକୁ ଧରି ଥାନାରେ ଆମତ୍ସମର୍ପଣ ପାଇଁ ପହଞ୍ଚତ୍ଥିଲେ। ବ୍ୟକ୍ତି ଜଣକ ରକ୍ତ ଜୁଡ଼ୁବୁଡ଼ୁ କଟାମୁଣ୍ଡ ଧରି ଯାଉଥିବାବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଚକିତ କରିଦେବା ଭଳି ଆଉ ଏକ ଘଟଣା ୨୦୨୦ ଜୁଲାଇରେ ଆସିଥିଲା। ଛତିଶଗଡ଼ ସଶସ୍ତ୍ର ବଳ (ସିଏଏଫ୍‌)ର ଜଣେ ଯବାନ ନିଜ ସ୍ତ୍ରୀଙ୍କ ବିବାହ ବହିର୍ଭୂତ ସମ୍ପର୍କ ଥିବା ସନ୍ଦେହ କରିବା ପରେ ତାଙ୍କର ସମ୍ବେଦନଶୀଳ ଅଙ୍ଗରେ ବିଦ୍ୟୁତ୍‌ ଆଘାତ ଦେଇ ହତ୍ୟା କରିଥିଲେ।
ମାମଲା କ’ଣ
ଉତ୍ତର ପ୍ରଦେଶର ନୀଲମ ଓ ରାମ ଆଶ୍ରେ ୨୦୦୪ ଏପ୍ରିଲ ୨୮ରେ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ଔରସରୁ ୩ ଜଣ ଝିଅ ଜନ୍ମ ହୋଇଥିଲେ। ସ୍ବାମୀଙ୍କ ମୁତାବକ ସେ ନିଜ ସ୍ତ୍ରୀଙ୍କ ସହ ତା.୧୫.୧.୨୦୧୩ରୁ ରହୁନାହାନ୍ତି ଓ ସେବେଠାରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇନାହିଁ। ତା.୨୫.୬.୨୦୧୪ରେ ଆବେଦନକାରୀଙ୍କୁ ତାଙ୍କ ସ୍ବାମୀ ଛାଡ଼ପତ୍ର ଦେଇଥିଲେ। ଛାଡ଼ପତ୍ର ପରଠାରୁ ରାମ ଆଶ୍ରେ ପରିତ୍ୟକ୍ତା ସ୍ତ୍ରୀଙ୍କୁ ଭରଣପୋଷଣ ବାବଦ ଟଙ୍କା ଦେଇଆସୁଥିଲେ। ସମ୍ପୃକ୍ତ ମହିଳା ଜଣକ ନିଜ ବାପଘରେ ଥିବାବେଳେ ତା.୨୬.୧.୨୦୧୬ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମହିଳାଙ୍କ ଯୁକ୍ତି ଥିଲା ଯେ, ସେ ଗର୍ଭବତୀ ଥିବା ସମୟରେ ସ୍ବାମୀ ତାଙ୍କୁ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିଲେ। ଏହାସହ ସେ ଭାରତୀୟ ସାକ୍ଷ୍ୟପ୍ରମାଣ ଆଇନର ଧାରା ୧୧୨ ଅନୁସାରେ ଏକ ପିଟିଶନ କରିଥିଲେ। ଏଥିରେ ମହିଳା ଜଣକ ଦର୍ଶାଇଥିଲେ, ବିବାହ ବଳବତ୍ତର ଥିବାବେଳେ ଶିଶୁକୁ ଜନ୍ମ ଦେବା ବୈଧତାର ଦୃଢ଼ ପ୍ରମାଣ। ତେବେ ଆଲ୍ଲାହାବାଦ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କେତେକ ପୂର୍ବ ରାୟକୁ ଦୃଷ୍ଟାନ୍ତ ଭାବେ ଅବତାରଣା କରି ମହିଳାଙ୍କ ପିଟିଶନକୁ ଖାରଜ କରିଦେଇଥିଲେ। ଖଣ୍ଡପୀଠ କହିଥିଲେ, ସାଇଣ୍ଟିଫିକ୍‌ ରିପୋର୍ଟରେ ବିରୋଧାଭାସ ଆସିଲେ ସମ୍ପୃକ୍ତ ପୁରୁଷଙ୍କୁ ଏକ ପିଲାର ପିତୃତ୍ୱ ବୋଝ ବୋହିବାକୁ ଆମେ ବାଧ୍ୟ କରିପାରିବା ନାହିଁ। ତେଣୁ ଭାରତୀୟ ସାକ୍ଷ୍ୟପ୍ରମାଣ ଆଇନର ଧାରା ୧୧୨ ଅନୁଯାୟୀ ମହିଳାଙ୍କ ଯୁକ୍ତିକୁ ତାଙ୍କର ଡିଏନ୍‌ଏ ପରୀକ୍ଷା ରିପୋର୍ଟ ଆଧାରରେ ହିଁ ଧରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri