Posted inଫୁରସତ

ଏହି ଡିଏନ୍‌ଏ ଯୋଗୁ ବଦଳିଯିବ ମାନବ ଶରୀରର ଗଠନ, ଚିନ୍ତାରେ ବୈଜ୍ଞାନିକ

ସାଧାରଣତଃ ମାନବ ଶରୀର ଡିଏନ୍‌ରେ ତିଆରି। ତାହା ହେଉଛି ଡିଓକ୍ସାଇରିବୋନ୍ୟୁକ୍ଲିକ ଏସିଡ୍‌ (ଡିଏନ୍‌ଏ)। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ସମସ୍ତେ ଜାଣିଛେ, ଡିଏନ୍‌ଏର ସଂରଚନା ହେଉଛି ଡବଲ ହେଲିକ୍ସ। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏକ ସୁସ୍ଥ ମାନବ ଶରୀରର କୋଷରେ ୪ଟି ହେଲିକ୍ସ ଡିଏନ୍‌ଏ ଆବିଷ୍କାର କରିଛନ୍ତି। ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି କି ଏହି ଡିଏନ୍‌ଏ ବର୍ତ୍ତମାନ ଏହାର ସଂରଚନା ପରିବର୍ତ୍ତନ କରିବ କି? ମାନବ ଶରୀର ଉପରେ ଏହାର ପ୍ରଭାବ ପଡ଼ିବ କି? ବଦଳିଯିବ ଆଉ ମାନବ ଶରୀରର ଗଠନ? ତେବେ ଜାଣନ୍ତୁ ଏ ସମ୍ପର୍କରେ…


ଡବଲ ହେଲିକ୍ସ ଡିଏନ୍‌ଏ ହେଉଛି ମାନବ ଶରୀରର ଗଠନ। ସାଧାରଣତଃ ହେଲିକ୍ସ ଡିଏନ୍‌ଏ କେତେକ କର୍କଟ କୋଷରେ ଦେଖିବାକୁ ମିଳିଥାଏ। ସେଗୁଡ଼ିକ ଲାବୋରେଟୋରୀରେ ପରୀକ୍ଷଣ ପାଇଁ ପ୍ରସ୍ତୁତ।
ପ୍ରଥମ ଥର ପାଇଁ ଏକ ସୁସ୍ଥ ମାନବ ଶରୀରର କୋଷରେ ୪ଟି ହେଲିକ୍ସ ଡିଏନ୍‌ଏ ମିଳିଛି। ଏହା ପୁଣି ସ୍ଥାୟୀ ଅଟେ। ସୁରକ୍ଷିତ ଏବଂ ଶରୀର ଭିତରେ ସାଧାରଣ ଉପାୟରେ ସୃଷ୍ଟି ହୋଇଛି।
ଲଣ୍ଡନର ଇମ୍ପରିଆଲ କଲେଜର ବୈଜ୍ଞାନିକ ମାର୍କୋ ଡି’ଆଣ୍ଟୋନିଓ କହିଛନ୍ତି ଯେ, ଏହି ୪ଟି ହେଲିକ୍ସ ଡିଏନ୍‌ଏ ଦେଖି ଆମେ ବର୍ତ୍ତମାନ ଆଶ୍ଚର୍ଯ୍ୟ। ଆମକୁ ପୁଣିଥରେ ଡିଏନ୍‌ଏର ଗଠନ ବିଷୟରେ ଏକ ନୂତନ ଅଧ୍ୟୟନ ଆରମ୍ଭ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri