Categories: ଜାତୀୟ

ପେଟ୍ରୋଲ ୫ଟଙ୍କା, ଡିଜେଲ ୪ ଟଙ୍କା କମାଇବ ବୋଲି ଘୋଷଣାପତ୍ରରେ ଦାବି କଲା ଡିଏମ୍‌କେ

ଚେନ୍ନାଇ,୧୩ ।୩: ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଦ୍ରାବିଡ ମୁନ୍ନତ୍ର କଡଗମ(ଡିଏମ୍‌କେ) ମୁଖ୍ୟ ଏମ୍ କେ ଷ୍ଟାଲିନ ଶନିବାର ଦଳର ନିର୍ବାଚନ ଘୋଷଣା ପତ୍ର ଜାରି କରିଛନ୍ତି । ଶାସନ କ୍ଷମତାକୁ ଆସିଲେ ଦଳ ପେଟ୍ରୋଲ ୫ ଟଙ୍କା, ଡିଜେଲ ୪ ଟଙ୍କା ଓ ରୋଷେଇ ଗ୍ୟାସରେ ୧୦୦ ଟଙ୍କା କମାଇବ ବୋଲି ଦାବି କରିଛି । ଚେନ୍ନାଇ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏହି ଘୋଷଣାପତ୍ର ଜାରି କରାଯାଇଛି । ଏଥିରେ ଏଆଇଏଡିଏମ୍‌କେ ସରକାରଙ୍କ ଦ୍ୱାରା କରାଯାଇଥିବା ଅପରାଧର ଯାଞ୍ଚ ପାଇଁ ଏକ ବିଶେଷ ଅଦାଲତ ଗଠନ କରାଯିବ ବୋଲି କୁହାଯାଇଛି । ଏହାସହ ବିଧାନସଭାରୁ କାର୍ଯ୍ୟକାଳ ଟେଲିଭିଜନରେ ସିଧାସଳଖ ପ୍ରସାରଣ କରାଯିବ ଓ ପୋଙ୍ଗଲକୁ ରାଜ୍ୟବ୍ୟାପି ଉତ୍ସବ ଭାବେ ପାଳନ କରାଯିବ ବୋଲି କୁହାଯାଇଛି । ଏହାସହ ମହିଳା ସାଇବର ମାମଲା ପାଇଁ ଏକ ସାଇବର ପୋଲିସ ଷ୍ଟେଶନ ଖୋଲାଯିବ । ଚେନ୍ନାଇ ସମେତ ସମସ୍ତ ନିଗମରେ ପାଇପ ଲାଇନ୍ ଦ୍ୱାରା ପାନୟ ଜଳ ଯୋଗଇ ଦିଆଯିବ ।

Share