Categories: ଜାତୀୟ

ଆମ୍ବୁଲାନ୍ସ ଯୋଗେ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଏମ୍‌ପି

ଚେନ୍ନାଇ, ୬ା୪- ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ଆମ୍ବୁଲାନ୍ସ ଯୋଗେ ପହଞ୍ଚିଛନ୍ତି ଡିଏମ୍‌କେ ଏମ୍‌ପି କାନିମୋଝି। ଡିଏମ୍‌କେ ଦଳର ପ୍ରତିଷ୍ଠାତା ଏମ୍‌. କରୁଣାନିଧିଙ୍କ ଝିଅ ବର୍ତ୍ତମାନ କରୋନାରେ ଆକ୍ରାନ୍ତ। ସେ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) ସୁଟ୍‌ ପିନ୍ଧି ଦକ୍ଷିଣ ଚେନ୍ନାଇର ମାଇଲାପୋରର ପୋଲିଂ କେନ୍ଦ୍ରରେ ମତଦାନ କରିଛନ୍ତି।

ଡିଏମ୍‌କେର ବରିଷ୍ଠ ନେତ୍ରୀଙ୍କ ଏବେ ଚିକିତ୍ସା ଚାଲିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ ଆଇସୋଲେଶନରେ ଅଛନ୍ତି। ସେ ସନ୍ଧ୍ୟାରେ ୬ରୁ ୭ଟା ମଧ୍ୟରେ ମତଦାନ କରିଥିଲେ। କୋଭିଡ୍‌ ପଜିଟିଭ ଭୋଟରଙ୍କ ମତଦାନ ପାଇଁ ପୂରା ଏକ ଘଣ୍ଟା ବ୍ୟବସ୍ଥା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନରେ ମଙ୍ଗଳବାର ଶେଷ ହୋଇଯାଇଛି ମତଦାନ ପ୍ରକ୍ରିୟା। ଏହାର ଫଳାଫଳ ମେ’ ୨ ତାରିଖରେ ଘୋଷଣା ହେବ।

Share