Categories: ଜାତୀୟ

ଡିଏମ୍‌କେ ଛାଡି ଭାଜପା ହାତ ଧରିଲେ ବିଧାୟକ ସରବାନନ

ଚେନ୍ନାଇ,୧୪ ।୩: ତାମିଲନାଡୁର ଡିଏମ୍‌କେ ବିଧାୟକ ଡ. ସରବାନନ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି । ସେ କହିଛନ୍ତି ୬ ବର୍ଷ ପୂର୍ବରୁ ସେ ଭାଜପାରେ ଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେ ପୁଣିଥରେ ଭାଜପାରେ ଯୋଗ ଦେଇଥିବାରୁ ବହୁତ ଖୁସି ଅଛନ୍ତି । କରୋନା ମହାମାରୀକୁ ନେଇ ମୋଦି ସରକାର ଯେଉଁଭଳି କାର୍ଯ୍ୟ କରିଛନ୍ତି ତାହାର ସେ ପ୍ରଶଂସା କରିଛନ୍ତି । କେବଳ ଦେଶ ନୁହେଁ ବିଦେଶକୁ ମଧ୍ୟ କରୋନା ଟିକା ପଠାଇ ମୋଦି ସରକାର ଉଦାହରଣ ସୃଷ୍ଟି କରିଥିବା ସେ ପ୍ରକାଶ କରିଛନ୍ତି । ଯାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ତେବେ ଆଗକୁ ତାମିଲନାଡୁ ବିଧାନସଭା ନିର୍ବାଚନ ଥିବା ବେଳେ ସରବାନନ ଭାଜପାରେ ଯୋଗ ଦେବା ଡିଏମ୍‌କେ ପାଇଁ ଏକ ପ୍ରକାର ଧକ୍କା ବୋଲି କୁହାଯାଉଛି ।

Share