Categories: ଜାତୀୟ

ରାଗି କି ବିନା ବିଜୁଳିରେ ୧ ଘଣ୍ଟା କାମ କଲେ ଏହି ଆଇଏଏସ୍‌ ଅଫିସର, ଜାଣନ୍ତୁ କାହିଁକି?

ଲକ୍ଷ୍ନୌ,୧୧ା୯: ଆଇଏଏସ୍‌ ଅଫିସର ତଥା ଜିଲାପାଳ (ଡିଏମ୍‌) ଅଜୟ ଶଙ୍କର ପାଣ୍ଡେ ଗାଜିଆବାଦ ଅଫିସରେ ବିନା ବିଜୁଳିରେ ୧ ଘଣ୍ଟା କାମ କରିଛନ୍ତି। କାରଣ ସରକାରୀ କାର୍ଯ୍ୟାଳୟରେ ଅଯଥାରେ ଫ୍ୟାନ୍‌ ଚାଲୁଥିବା ଦେଖି ସେ ପ୍ରଚଣ୍ଡ ରାଗି ଯାଇଥିଲେ। ରାଗରେ ଫଁ ଫଁ ହୋଇ ନିଜେ ବିନା ବିଜୁଳିରେ କାମ କରିବାରେ ଲାଗିଲେ। ଏହା ଦେଖି ଅନ୍ୟ କର୍ମଚାରୀମାନେ ଆଶ୍ଚର୍ଯ୍ୟ। ଜିଲାପାଳ ଜାଣିବାକୁ ପାଇଲେ ଯେ, ଦୁଇ ଘଣ୍ଟା ପୂର୍ବରୁ ଡଜନରୁ ଅଧିକ ରୁମ୍‌ରେ ଲାଇଟ୍‌, ପଙ୍ଖା ଏବଂ ଏସି ଖୋଲାଥିଲା।
ସରକାରୀ କାର୍ଯ୍ୟାଳୟରେ ବିନା କାରଣରେ ଏତେ ସବୁ ବୈଦ୍ୟୁତିକ ଜିନିଷ ଚାଲୁଥିବାରୁ ଜିଲାପାଳ କ୍ରୋଧିତ ହୋଇଉଠିଥିଲେ। ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିନା ବିଦ୍ୟୁତ୍‌ରେ ୧ ଘଣ୍ଟା କାମ କରିବାକୁ। ଜିଲାପାଳ ନିଜ ଚାମ୍ବରର ସବୁ ଲାଇଟ୍‌, ପଙ୍ଖା ଏବଂ ଏସି ବନ୍ଦ କରିଦେଇଥିଲେ। ଫଳରେ ସେ ମଧ୍ୟ ୧ ଘଣ୍ଟା ବିନା ବିଦ୍ୟୁତ୍‌ରେ କାମ କରିଥିଲେ।
ଦ୍ୟୁତ୍‌ରେ କାମ କରିଥିଲେ।

Share