ବିମାନ ଶୋଭାଯାତ୍ରାରେ ଡିଜେ, ବାଣ ବନ୍ଦ

ଡେରାବିଶ, ୨୮ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ପ୍ରସିଦ୍ଧ ଓଳକଣା ମେଳଣ ମାର୍ଚ୍ଚ ୬ରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କୋଭିଡ କଟକଣା ନ ଥିବାରୁ ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସନ୍ଧ୍ୟାରେ ପ୍ରଶାସନିକ ବୈଠକ ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମେଳଣ ସମନ୍ବୟ କମିଟି ସଭାପତି ଡ. ନାମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କଟକ ଜିଲା ପ୍ରଶାସନ ପକ୍ଷରୁ ମାହାଙ୍ଗା ତହସିଲଦାର ଉମାକାନ୍ତ ବିଶ୍ୱାଳ ଓ ଭଦ୍ରେଶ୍ୱର ଥାନା ଏଏସ୍‌ଆଇ ପ୍ରୀତିକାନ୍ତ ରାୟ, କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଡେରାବିଶ ବିଡିଓ ଦାସରଥି ଜେନା, ଏବିଡିଓ ଭଞ୍ଜ କିଶୋର ନାୟକ, ଡେରାବିଶ ଥାନା ଏସ୍‌ଆଇ ନାରାୟଣ ମହାରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ତେବେ ୨୦୨୨ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲା ବାଲିଆଠାରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ପ୍ରଶାସନ ନିୟମକୁ ଉଲ୍ଲଂଘନ କରି ଡିଜେ ବଜାଇବା ସହ ବାଣ ଫୁଟାଯାଇଥିଲା। ଫଳରେ ଏଠାରେ ବାଣ ବିସ୍ଫୋରଣ ଘଟି ବହୁଲୋକ ଗୁରୁତର ହେବା ସହ ୨ଜଣଙ୍କ ମୃତ୍ୟୁ ହୋଇଥିବା ବିଷୟରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଠାକୁରବାଡ଼ି ସେବକ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଓଳକଣା ମେଳନରେ ଅଧିକ ଜନସମାଗମ ହେଉଥିବାରୁ ଏହି ମେଳନର ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୌଣସି ବିମାନ ସମ୍ମୁଖରେ ଡିଜେ ନବାଜାଇବା ଓ ବାଣ ନ ଫୁଟାଇବାକୁ ପ୍ରଶାସନିକ ଅଧିକାରୀମାନେ ତାଗିଦ୍‌ କରିଥିଲେ। ତେବେ ପ୍ରତ୍ୟେକ ବିମାନ ସମ୍ମୁଖରେ କେବଳ ପାରମ୍ପରିକ ବାଦ୍ୟ ଶୋଭାଯାତ୍ରାରେ ଆସିପାରିବ ବୋଲି ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ମେଳଣ ପଡ଼ିଆ ମଧ୍ୟକୁ ୪ ଦ୍ୱାର ଦେଇ ଆସୁଥିବା ବିମାନ ପାଇଁ ସେହି ରାସ୍ତାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଓ ମେଳଣ ପଡ଼ିଆରେ ପାନୀୟ ଜଳ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବ୍ୟବସ୍ଥା ନେଇ ହଳଦିଆ ସରପଞ୍ଚଙ୍କ ପ୍ରତିନିଧି ଜ୍ଞାନେନ୍ଦ୍ର କୁମାର ସାହୁ ଓ ଏଣ୍ଡର ସରପଞ୍ଚ ଦୁର୍ଯ୍ୟୋଧନ ମଳିକ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ନିର୍ଦ୍ଧିଷ୍ଟ ସମୟରେ ସମସ୍ତ ବିମାନ ମେଳଣ ପଡ଼ିଆକୁ ଆସିବା ପାଇଁ ସଭାପତି ଡ. ଦାସ ଉପସ୍ଥିତ ସମସ୍ତ ଠାକୁରବାଡ଼ି ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ଏଥିରେ ଜିଲା ପରିଷଦ ସଭ୍ୟ ଧନେଶ୍ୱର ସେଠୀ, କରୁଣାକର କର, ମକର ଚନ୍ଦ୍ର ପ୍ରଧାନ, ବିଜୟ କୁମାର ମଲିକ, ରତିକାନ୍ତ ସାମଲ, ସୁଧାକର ଦାସ, ଉପେନ୍ଦ୍ର ନାୟକ, ବେବର୍ତ୍ତା ଅଜୟ ବଲ୍ଲଭ ଦାସ, ପ୍ରଭଞ୍ଜନ ପ୍ରଧାନ, ବିନେଦ କୁମାର ପଣ୍ଡାଙ୍କ ସମେତ ବହୁ ଠାକୁରବାଡ଼ି ସେବକ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ଓଳକଣା ମେଳଣ ପଡ଼ିଆକୁ ଆସୁଥିବା ୧୨୦ରୁ ଊର୍ଦ୍ଧ୍ୱ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଉପବେଶନ କରିଥିବା ବେଳେ ସ୍ଥାନୀୟ ମାହାଙ୍ଗା ବ୍ଲକ ପ୍ରସିଦ୍ଧ ଶୈବପୀଠ ଭଦ୍ରେଶ୍ୱରଙ୍କ ମନ୍ଦିର ବେଢ଼ାରୁ ସୁସଜ୍ଜିତ ବିମାନରେ ଶିବଶକ୍ତି ୧୦୮ ଘଣ୍ଟ ପଟୁଆର ମଧ୍ୟରେ ପଡ଼ିଆ ଭିତରକୁ ପ୍ରବେଶ କରିଥାନ୍ତି। ସେହିପରି ଆଳି ରାଜାଙ୍କ ଇଲାକାରେ ଥିବା ଏହି ମେଳଣ ପଡ଼ିଆରେ ଆଳି ରାଜାଙ୍କ ୨ଟି ବିମାନ, ଗୋଟିଏ ରାଜନଗରରୁ ଆସିଥାଏ, ଯେଉଁଥିରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଥାଏ। ଅନ୍ୟ ଏକ ବିମାନ ଡେରାବିଶ ଆରାଧ୍ୟ ଶ୍ରୀଦଧିବାମନଜୀଉଙ୍କ ମନ୍ଦିରରୁ ଆସିଥାଏ। ଯେଉଁଥିରେ ମା’ ଲକ୍ଷ୍ମୀଙ୍କ ବିଜେ ପ୍ରତିମା ଥାଆନ୍ତି। ପୂର୍ବରୁ ପ୍ରସ୍ତୁତ ହୋଇଥିବା ମାଟି ନିର୍ମିତ କନକ ବେଦିରେ ଉଭୟ ବିମାନ ଉପବେଶନ କରିଥାନ୍ତି। ମେଳଣ ପଡ଼ିଆରେ ଥିବା ୪ଟି ଦ୍ୱାର ରହିଛି। ପ୍ରଥମେ ଆଳି ରାଜାଙ୍କ ବିମାନ ପଡ଼ିଆ ମଧ୍ୟକୁ ପ୍ରବେଶ କରିବା ପରେ ଅନ୍ୟ ୩ଦ୍ୱାର ଦେଇ କ୍ରମାନ୍ବୟରେ ବିମାନଗୁଡ଼ିକ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥାନ୍ତି। ଶେଷରେ ଭଦ୍ରେଶ୍ୱରଙ୍କ ବିମାନ ପଡ଼ିଆ ମଧ୍ୟରେ ପହଞ୍ଚତ୍ବା ପଡ଼ିଆ ନିକଟସ୍ଥ ଅରାଖଣ୍ଡଠାରେ ଥିବା ଭକ୍ତ ବିଦୂରଙ୍କ ମନ୍ଦିରକୁ ଆଳିତ ଯାଇଥାଏ। ଅନ୍ୟ ମେଳଣଗୁଡ଼ିକରେ ଭୋଗଡାଲା ପ୍ରତ୍ୟେକ ବିମାନ ସମ୍ମୁଖରେ ଲାଗି ହେଉଥିବା ବେଳେ ଏହି ମେଳଣରେ ଭୋଗ ପରମ୍ପରା ସମ୍ପୂର୍ଣ୍ଣ ନିଆରା। ମେଳଣ ପଡ଼ିଆକୁ ଆସୁଥିବା ସମସ୍ତ ବିମାନ ସମ୍ମୁଖରେ ପଡ଼ିଥିବା ଚାଦରରେ ମାନସିକଧାରୀ ଶ୍ରଦ୍ଧାଳୁମାନେ ଭୋଗ ଲଗାଇଥାଆନ୍ତି। କୌଣସି ବିମାନକୁ ବିଦାକି ଦେବାର ବ୍ୟବସ୍ଥା ନ ଥିଲା ବେଳେ ଆସନ୍ତାବର୍ଷ ମେଳଣ ପାଇଁ ଆଳି ରାଜାଙ୍କ ବିମାନ ପକ୍ଷରୁ ପ୍ରତ୍ୟେକ ବିମାନକୁ ଫୁଲ ଅବିର ଦିଆଯାଇ ବରଣୀ କରାଯାଇଥାଏ। ଏହା ଏକ ମେଳଣର ବୈଶିଷ୍ଟ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri