ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌ ଏସିଆ ୨୦୦୦ ଟାଇଟଲ୍‌ ଜିତିଥିବା ଦିୟା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି। ସୋମବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଦିୟା ତାଙ୍କ ପୁଅ ଅଭ୍ୟାନଙ୍କ ସହ ୱାର୍କ୍‌ଆଉଟ୍‌ କରୁଛନ୍ତି।
ଦିୟା ମିର୍ଜା କେବଳ ପରଦାରେ ନୁହେଁ ରିଅଲ ଲାଇଫରେ ମଧ୍ୟ ବହୁ ଫିଟ୍‌ ରୁହନ୍ତି। ସେ ନିଜ ଫିଟ୍‌ନେସ ପାଇଁ ପ୍ରତ୍ୟେକ ଦିନ ଅନେକ ବ୍ୟାୟାମ କରିଥାନ୍ତି। ସୋମବାର ଦିୟା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ୱାର୍କଆଉଟ୍‌ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୁଅ ଅଭ୍ୟାନଙ୍କୁ କୋଳରେ ଧରି ବ୍ୟାୟାମ କରୁଛନ୍ତି। ସେ ନିଜ ଫିଟ୍‌ନେସ ସହ ପୁଅ ଅଭ୍ୟାନର ଫିଟ୍‌ନେସ ପ୍ରତି ମଧ୍ୟ ଭଲ ଭାବେ ଯତ୍ନ ନେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଦିଆ ଓ ଅଭ୍ୟାନଙ୍କ ଓ୍ବାର୍କଆଉଟ ଭିଡିଓକୁ ଅନେକ ଇନଷ୍ଟାଗ୍ରାମ ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି। ଫେବୃଆରୀ ୧୫, ୨୦୨୧ରେ ଅଭିନେତ୍ରୀ ଦିୟା ବିଶିଷ୍ଟ ବ୍ୟବସାୟୀ ବୈଭବ ରେଖୀଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ଦିୟାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଗତ ବର୍ଷ ରିଲିଜ୍‌ ହୋଇଥିବା ତରୁଣ ଦୁଦେଜାଙ୍କ ନିର୍ଦ୍ଦେଶିତ ‘ଧକ୍‌ ଧକ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ରତ୍ନା ପାଠକ ଶାହା, ଫତିମା ସାନା ଶେଖ୍‌ଙ୍କ ସହ ଦିୟା ମୁଖ୍ୟ ଭୂମିକାରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri