ଦୀପାବଳି

ଦୀପାବଳି ଦିନ ବିକ୍ରମାଦିତ୍ୟ ସିଂହାସନାରୂଢ ହୋଇଥିଲେ ଗୁପ୍ତବଂଶ ରାଜାଙ୍କର ‘ଗୁପ୍ତାବ୍ଦ’ଏହି ଦିନଠାରୁ ପ୍ରବର୍ତ୍ତନ ହୋଇଥିଲା । ମହର୍ଷି ବାତ୍ସାୟନଙ୍କ କାମସୂତ୍ରର ୪ର୍ଥ ଅଧ୍ୟାୟର ବର୍ଣ୍ଣନା କରିଥିବା ପାଞ୍ଚଟି ଜନପ୍ରିୟ ସାମାଜିକ ଉତ୍ସବ ମଧ୍ୟରୁ ଦିବାଲି ଅନ୍ୟତମ, ଯାହା କାର୍ତ୍ତିକ ଅମାବାସ୍ୟାରେ ପାଳିତ ହେଉଥିଲା। ଆବୁଲଫାଜଲ ମଧ୍ୟ ତାଙ୍କର ଆଇନ-ଇ-ଆକବରୀରେ ଦିବାଲିର ୪ଟି ବିଶେଷତ୍ୱ ବର୍ଣ୍ଣନା କରିଛନ୍ତି । ମୋଗଲ ସମ୍ରାଟ ଆକବର ଏହି ଦିବାଲି ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଥିବାରୁ ତାଙ୍କ ଦାୈଲତଖାନା ସମ୍ମୁଖରେ ୪୦ଫୁଟ୍‌ ଲମ୍ବ ଗୋଟିଏ ବାଉଁଶ ରଖାଯାଉଥିଲା।

 

କେବଳ ସାୈନ୍ଦର୍ଯ୍ୟ ବା ଔଦାର୍ଯ୍ୟର ଦେଶ ନୁହେଁ ଭାରତ ବରଂ ଏହା ଆଲୋକର ଦେଶ ମଧ୍ୟ ା ଏ ଆଲୋକ ବାହ୍ୟାଲୋକ ନୁହେଁ ଜୀବନ ପୁଷ୍ଟିର ସହାୟକ ା ଏଣୁ ଏହାର ପ୍ରତ୍ୟେକ ପର୍ବପର୍ବାଣି ମଧ୍ୟରେ ଥିବା ଜୀବନତତ୍ତ୍ୱରୂପୀ ଆଲୋକବର୍ତ୍ତିକା ପାଶ୍ଚାତ୍ୟବାସୀଙ୍କୁ କରିଛି ଚମତ୍କୃତ ା
ସେହିଭଳି ଭାରତୀୟ ସାଂସ୍କୃତିକ ଜୀବନର ବାର୍ତ୍ତାବହ, ବହୁ ଇତିହାସର ସ୍ମୃତିଧାରକ, ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ମଧ୍ୟ ସମସ୍ତଙ୍କୁ କରିଆସିଛି ମୁଗ୍ଧ ଓ ଚମତ୍କୃତ ା ଏହାର ମହତ୍ତ୍ୱ ଓ ଇତିହାସ ରୋମନ୍ଥନ କଲେ ବୈଚିତ୍ର୍ୟର ନାନା କଲ୍ଲୋଳରେ ଆମର କଳ୍ପନା ଓ ଭାବସମୁଦ୍ର ଉଛୁଳିଉଠେ ା
ଐତିହାସିକ ପୃଷ୍ଠଭୂମିର କିମ୍ବଦନ୍ତୀରୁ ଜଣାପଡ଼େ ଯେ, ଏହିଦିନ ବିକ୍ରମାଦିତ୍ୟ ସିଂହାସନାରୂଢ ହୋଇଥିଲେ ା ଗୁପ୍ତବଂଶ ରାଜାଙ୍କର ‘ଗୁପ୍ତାବ୍ଦ’ଏହି ଦିନଠାରୁ ପ୍ରବର୍ତ୍ତନ ହୋଇଥିଲା ା ମହର୍ଷି ବାତ୍ସାୟନଙ୍କ କାମସୂତ୍ରର ୪ର୍ଥ ଅଧ୍ୟାୟର ବର୍ଣ୍ଣନା କରିଥିବା ପାଞ୍ଚଟି ଜନପ୍ରିୟ ସାମାଜିକ ଉତ୍ସବ ମଧ୍ୟରୁ ଦିବାଲି ଅନ୍ୟତମ, ଯାହା କାର୍ତ୍ତିକ ଅମାବାସ୍ୟାରେ ପାଳିତ ହେଉଥିଲା ା ଆବୁଲଫାଜଲ ମଧ୍ୟ ତାଙ୍କର ଆଇନ-ଇ-ଆକବରୀରେ ଦିବାଲିର ୪ଟି ବିଶେଷତ୍ୱ ବର୍ଣ୍ଣନା କରିଛନ୍ତି ା ବଣିକଗୋଷ୍ଠୀ ମଧ୍ୟରେ ଏହାର ଲୋକପ୍ରିୟତା, ଆଲୋକସଜ୍ଜା, ଦୀପାବଳିର ଜ୍ୱଳନ ଓ ଅକ୍ଷକ୍ରୀଡ଼ା ସହ ଅନ୍ୟାନ୍ୟ ଦେଶୀୟ କ୍ରୀଡ଼ାର ଆୟୋଜନ ହୁଏ ା ମୋଗଲ ସମ୍ରାଟ ଆକବର ଏହି ଦିବାଲି ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଥିବାରୁ ତାଙ୍କ ଦାୈଲତଖାନା ସମ୍ମୁଖରେ ୪୦ଫୁଟ୍‌ ଲମ୍ବ ଗୋଟିଏ ବାଉଁଶ ରଖାଯାଏ ା ଏଥିରେ ୧୬ଟି ଦଉଡି ରଖାଯାଏ ଏବଂ ବାଉଁଶର ଅଗ୍ରଭାଗରେ ଦୀପ ଜଳେ, ଯାହାକୁ ଆକାଶଦୀପ କୁହାଯାଏ ବୋଲି ଆଇନ-ଇ-ଆକବରୀରେ ବର୍ଣ୍ଣନା ହୋଇଥିବା ଦେଖାଯାଏ ା ଏହି ଆକାଶଦୀପ ବରୋଦା ମ୍ୟୁଜିୟମରେ ସୁରକ୍ଷିତ ରହି ଏହି ଉକ୍ତିର ପୁଷ୍ଟିସାଧନ କରୁଛି ା ବାଣମରା କାମ ଇତିହାସରୁ ଜଣାଯାଏ ଦିବାଲି ୧୪୦୦ ମସିହା ପରେ ପ୍ରଚଳନ ହୋଇଛି ା ବିଖ୍ୟାତ ମୁସ୍‌ଲିମ ପରିବ୍ରାଜକ ଆଲବରୁଣୀ ଏହି ପର୍ବ ସମ୍ପର୍କରେ ଲେଖିଛନ୍ତି, ଉକ୍ତ ଦିବସରେ ଲୋକେ ସ୍ନାନକରି, ନୂଆବସ୍ତ୍ର ପରିଧାନ କରି ପରସ୍ପରକୁ ପାନଗୁଆ, ଲଙ୍କା ପ୍ରଭୃତି ଉପହାର ଦିଅନ୍ତି ା ଭିକ୍ଷାଦାନ ଦେବା ପାଇଁ ମନ୍ଦିରକୁ ଯାଆନ୍ତି ଓ ମଧ୍ୟାହ୍ନ ଯାଏ ଖେଳନ୍ତି ା ରାତିରେ ଦୀପ ଜାଳୁଥିବାରୁ ବାୟୁ ନିର୍ମଳ ହୁଏ ା ଏହାର ଆରାଧ୍ୟା ଲକ୍ଷ୍ମୀ ଏବଂ ଏହିଦିନ ସପ୍ତମ ପାତାଳରୁ ବଳିଙ୍କୁ ମୁକ୍ତି ଦେଉଥିବାରୁ ଏହାକୁ ବଳି ରାଜ୍ୟ ଦିବସ ବୋଲି ମଧ୍ୟ କହନ୍ତି ା
ଭାରତରେ ଏହି ପର୍ବ ସର୍ବତ୍ର ଚାଲୁକ୍ୟବଂଶ ରାଜତ୍ୱ କାଳରେ ପାଳିତ ହେଉଥିଲା ା ୧୧୯୯ ମସିହାରେ ଲିଖିତ ଏକ ଶିଳାଲିପିରେ ରାଜା ତ୍ରିଭୁବନମାଳଙ୍କ ରାଜତ୍ୱ ସମୟର ଦିବାଲି ବିଷୟରେ ଖୋଦିତ ହୋଇଛି ା ଦିବାଲିର ପ୍ରାଚୀନତା ସମ୍ପର୍କରେ ବହୁ ସଂସ୍କୃତ ସାହିତ୍ୟରେ ବର୍ଣ୍ଣନା ଦେଖାଯାଏ ା ସୋମଦେବ ସୁରୀ ଏହାକୁ ତାଙ୍କ କବିତାରେ ଦୀପୋତ୍ସବ ନାମରେ ନାମିତ କରିଥିବାବେଳେ ଏହା ଶରତ ଋତୁରେ ପାଳିତ ହେଉଥିଲା ଏବଂ ଘରଦ୍ୱାର ଲିପାପୋଛା କରି ସଜା ଯାଉଥିଲା ା ଲୋକେ ତାସ ଓ ପଶା ଖେଳିବା ସହ ରାତିରେ ଘରସବୁ ଆଲୋକମାଳାରେ ସଜ୍ଜିତ ହେଉଥିଲା ା
ରାଜା ହର୍ଷବର୍ଦ୍ଧନ ତାଙ୍କର ଏକ ନାଟକ ‘ନାଗାନନ୍ଦ’ରେ ଏହାକୁ‘ଦୀପ ପ୍ରତି ପଦୁତ୍ସବ’ର ନାମ ଦେଇଛନ୍ତି ା ସେହିପରି କଶ୍ମୀରୀ ଲୋକକଥାମୂଳକ ଏକ ଲେଖା ‘ନୀଳମତପୁରାଣ’ ରେ ଏହି ଉତ୍ସବର ଟିକିନିଖି ବିବରଣୀ ଅଛି ା ଅନ୍ୟାନ୍ୟ ପୁରାଣରେ ଏହି ପର୍ବ ‘ଯକ୍ଷରାତ୍ର’ ନାମରେ ବର୍ଣ୍ଣିତ ା କାରଣ ଏହିଦିନ ଯକ୍ଷ, କୁବେରଙ୍କୁ ପୂଜା କରାଯାଇଥାଏ ା
ଧନର ଦେବତା କୁବେରଙ୍କୁ ଜୁଆଖେଳ ମାଧ୍ୟମରେ ସ୍ମରଣ କରାଯାଏ ା ବାତ୍ସାୟନଙ୍କ କାମସୂତ୍ରରେ ଏହାକୁ ଯକ୍ଷରାତ୍ର ନାମରେ ବର୍ଣ୍ଣନା କରାଯାଇଛି ା ପୁତ୍ରକାମନା ପୂରଣ ସହ ନାନା ପୈଶାଚିକ ଉପଦ୍ରବରୁ ରକ୍ଷା ନିମନ୍ତେ ଯକ୍ଷମାନଙ୍କର ଆରାଧନା କରାଯାଉଥିଲା ା ଦିବାଲିର ପ୍ରଭାବ ବଣିକଗୋଷ୍ଠୀ ବିଶେଷତଃ ଜୈନ ସମ୍ପ୍ରଦାୟରେ ଅଧିକ ଅନୁଭୂତ ହୁଏ ା କଥିତ ଅଛି, ମହାବୀର ଯେତେବେଳେ ନିର୍ବାଣ ପ୍ରାପ୍ତ ହେଲେ ସେତେବେଳେ ୧୮ ଜଣ କରଦ ରାଜା ଓ ଅନ୍ୟମାନେ ସେଠାରେ ଉପସ୍ଥିତ ଥିଲେ ା ସେମାନେ କହିଥିଲେ, ବର୍ତ୍ତମାନ ପ୍ରଜ୍ଞାର ଆଲୋକ ନିର୍ବାପିତ, ଏଣୁ ଚାଲ ବସ୍ତୁର ଆଲୋକ ସଜ୍ଜା କରିବା ା ଏଣୁ ଜୈନ ସମାଜରେ ଶ୍ୱେତାମ୍ବରମାନେ ପ୍ରଥମ ଦିନରେ ଲକ୍ଷ୍ମୀଙ୍କ ସମ୍ମାନାର୍ଥେ ଅଳଙ୍କାର ପରିଷ୍କୃତ କରିରଖନ୍ତି ା ଦ୍ୱିତୀୟ ଦିନରେ ସ୍ତ୍ରୀ ଲୋକମାନେ ଛକସ୍ଥାନରେ ଗୋଲେଇ ହୋଇ ବସି ସ୍ବହସ୍ତ ପ୍ରସ୍ତୁତ ପିଷ୍ଟକ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରନ୍ତି ା ତୃତୀୟ ଦିନରେ ଭୋଜିଭାତର ଆୟୋଜନ, କାରଣ ଏହି ଦିନ ହିଁ ମହାବୀର ମୋକ୍ଷଲାଭ କରିଥିଲେ ଓ ଗାୈତମ ‘ଇନ୍ଦ୍ରଭୂତି’ଙ୍କର କୈବଲ୍ୟ ପ୍ରାପ୍ତି ହୋଇଥିଲା ା ଏଣୁ ଜୈନମାନେ ଏହି ଦିନଟିକୁ ଆଲୋକମାଳାରେ ଗୃହସଜ୍ଜାପୂର୍ବକ ହିସାବଖାତାର ପୂଜା କରନ୍ତି ା ଏହି ନୂଆ ଖାତାର ଗୋଟିଏ ପୃଷ୍ଠାରେ ‘ଶ୍ରୀ’ ଶବ୍ଦକୁ ୫/୭ ବା ୯ ଥର ପିରାମିଡ ଆକାରରେ ଲେଖନ୍ତି ା ସେ ଖାତା ଉପରେ ଲକ୍ଷ୍ମୀଙ୍କର ପ୍ରତିନିଧି ଭାବରେ ଗୋଟିଏ ଟଙ୍କା ରଖାଯାଏ ା ବର୍ଷତମାମ ସେହି ଭାଗ୍ୟୋଦୟର ସୂଚକ ଟଙ୍କାଟିକୁ ବ୍ୟାପାରୀ ଦୃଷ୍ଟିରେ ରଖେ ା ପୁଣି ବର୍ଷକ ପରେ ନୂତନ ଟଙ୍କାର ପୂଜାହୁଏ ା ଏହି ମୁଦ୍ରାକୁ ବହୁ ଯନତ୍ରେ ସାଇତିରଖନ୍ତି ା ତା’ଛଡ଼ା ଖାତା ଉପରେ କାୈଣସି ଲତାର ପତ୍ର ସତର୍କତାର ସହ ସଂରକ୍ଷିତ କରି କର୍ପୂର ଧୂଆଁ ଓ ଦୀପ ଜାଳି ପୂଜା କରନ୍ତି ା ଖାତା ଆଗରେ କିଛି ଫଳ, ପାନ ଓ ହଳଦୀ ରଖି ସମ୍ମାନ ପ୍ରଦର୍ଶନ କରନ୍ତି ା ଶେଷରେ ମିଷ୍ଟାନ୍ନ ବଣ୍ଟନରେ ଏହି ଉତ୍ସବର ସମାପ୍ତି ଘଟେ ା ନୂଆ ଖାତା କିଛି ସମୟ ଖୋଲା ରହେ ଓ ଶେଷରେ ‘ଲକ୍ଷ- ଲାଭ’ଇତ୍ୟାଦି ଲେଖାଯାଏ ା ୪ର୍ଥ ଦିବସଟି କାର୍ତ୍ତିକମାସର ପ୍ରଥମ ଦିନ ଓ ବ୍ୟବସାୟ ବର୍ଷର ଶେଷ ଦିନ ା ଜୈନମାନେ ନୂଆବର୍ଷ ପରି ଏହି ଦିନଟିକୁ ମହା ଆନନ୍ଦରେ ପାଳନ କରନ୍ତି ା
କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ଏହାକୁ ଜାକଜମକରେ ପାଳନ କରି ମିଷ୍ଟାନ୍ନ ବଣ୍ଟନ କରିଥାନ୍ତି ା

-ଗାୈଡ଼ଗାଁ, କପ୍ତିପଦା, ମୟୂରଭଞ୍ଜ
ମୋ-୮୬୫୮୫୦୫୯୭୮


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?