ବାନ୍ଧକଳାରେ ଦୀପାବଳି ଶାଢ଼ି

ଅମରପାଲି,୧୨ା୧୧(ପୀତାମ୍ବର ସାହୁ)ସୂକ୍ଷ୍ମ ସୂତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର। କେତେବେଳେ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କ ପାଇଁ ତ ଆଉ କେତେବେଳେ ବିଦ୍ୟା ବଲାନଙ୍କ ପାଇଁ ଶାଢ଼ି ବୁଣି ବେଶ୍‌ ନାଁ କରିଛନ୍ତି ସୁବର୍ଣ୍ଣପୁର ଜିଲାର ବାନ୍ଧଶିଳ୍ପୀ। କିଛିଦିନ ଆଗରୁ ଜିଲାର ବାନ୍ଧଶିଳ୍ପୀମାନେ ମା’ ଶାଢ଼ି, ଫ୍ରେଣ୍ଡ୍ସ ଶାଢ଼ି, ଗଂଜପା ଶାଢ଼ି ଓ ଯୋଗ ଶାଢ଼ି ତିଆରିକରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ତିଆରି କରିଛନ୍ତି ଦୀପାବଳି ଶାଢ଼ି।
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ କେନ୍ଦୁପାଲି ଗ୍ରାମର ମନୋଜ ମେହେର ଦୀପାବଳି ଶାଢ଼ି କରି ଏବେ ଚର୍ଚ୍ଚାରେ। ଗ୍ରାମର ବାନ୍ଧଶିଳ୍ପୀ ମଙ୍ଗୁଳୁ ମେହେର ଓ ନଳିନୀ ମେହେରଙ୍କ ପୁଅ ମନୋଜ କରିଛନ୍ତି ଏହି ଦୀପାବଳି ଶାଢ଼ି। ହସ୍ତତନ୍ତ ଓ ବାନ୍ଧକଳାକୁ ନେଇ ମେହେର ବା ଭୁଲିଆ ସମ୍ପ୍ରଦାୟର ଜୀବନଜୀବିକା। ଏମାନଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୁଏ ବାନ୍ଧକଳା। ହସ୍ତତନ୍ତ ଭିତରେ ସମାଜର ବିଭିନ୍ନ ସଂସ୍କୃତି ଓ ପରମ୍ପରାକୁ ସ୍ଥାନିତ କରିବାରେ ସିଦ୍ଧହସ୍ତ ଏଠିକାର ବାନ୍ଧଶିଳ୍ପୀ। ତିଆରି ହୋଇଥିବା ଦୀପାବଳି ଶାଢ଼ି ସୂକ୍ଷ୍ମ ମାଲବରି ସିଲ୍କ ସୂତାରେ ପ୍ରସ୍ତୁତ ହୋଇଛି। ଶାଢ଼ିର ଦେହସାରା ମେହେର ସମ୍ପ୍ରଦାୟର ତନ୍ତ ସାମଗ୍ରୀ ଯଥା ଚହଁଟା, କୁଂଚି, ଖୁଂଟାପଟା, ଅସାରୀ, କମଡ଼ା, ନରି, ମଙ୍ଗ ସହ ଦୀପାବଳିରେ ପ୍ରସ୍ତୁତ ହେଉଥିବା ପିଠା ମଣ୍ଡା, ଠେରରା ଭଳି ଜିନିଷକୁ ସ୍ଥାନିତ କରାଯାଇଛି। ଏହାସହ ସେହିଦିନ ଭୁଲିଆ ସମ୍ପ୍ରଦାୟ ଦ୍ୱାରା ଗାଁ ଦାଣ୍ଡରେ ଆଖୁଦଣ୍ଡ ଧରି ବାହାରୁଥିବା ଶୋଭାଯାତ୍ରାର ଝଲକ ସହ ସେତେବେଳେ ଗାନ କରାଯାଉଥିବା ଗୀତ ଅଜା ବାହାବେ, ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ, ଉଜଲେ ଯାବେ ପଦକୁ ମଧ୍ୟ ସ୍ଥାନିତ କରାଯାଇଛି।
ତେବେ ଉକ୍ତ ଶାଢ଼ି ତିଆରି କରିବାକୁ ପ୍ରାୟ ଏକ ମାସ ସମୟ ଲାଗିଥିବା ବେଳେ ପରିବାରର ସମସ୍ତେ ମିଶି ଏହାକୁ ତିଆରି କରିଛନ୍ତି। ଏହାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ରହିଥିବା ପ୍ରକାଶ କରିଛନ୍ତି ମନୋଜ। ଏହାକୁ ତିଆରି କରିବାରେ ସାହାଯ୍ୟ କରିଛନ୍ତି ତାଙ୍କ ଗୁରୁ ପ୍ରଫୁଲ୍ଲ ମେହେର। ପାରମ୍ପରିକ ମଙ୍ଗାରେ ପ୍ରସ୍ତୁତ ହୋଇଥିବା ଏସବୁ ବସ୍ତ୍ରର ଚାହିଦା ରହିଥିବା ବେଳେ ବିଶ୍ୱଦରବାରରେ ନିଜ ଅଞ୍ଚଳ ତଥା ନିଜର ପରିଚୟ କରିବା ପାଇଁ ଏହି ଶାଢ଼ି କରିଥିବା କହିଛନ୍ତି ମନୋଜ। ବର୍ଷକୁ ଥରେ ମେହେର ବା ଭୁଲିଆ ସମ୍ପ୍ରଦାୟର ଦୀପାବଳି ମୁଖ୍ୟ ପର୍ବ ହୋଇଥିବାରୁ ଏହି ଦିନରେ ସେମାନଙ୍କ ଜୀବନଜୀବିକା ତନ୍ତକୁ ଧୋଇ ତନ୍ତଶାଳାରେ ପୂଜା କରିବା ସହ ପୂର୍ବପୁରୁଷଙ୍କୁ ଡାକନ୍ତି। ତେବେ ଧୀରେ ଧୀରେ ଆଧୁନିକତାର ଛାପରେ କାଠ ବଦଳରେ ତନ୍ତ ସାମଗ୍ରୀ ମଧ୍ୟ ଲୁହାରେ ପରିବର୍ତ୍ତନ ହେଲାଣି। ଦୀପାବଳିରେ ଆଗଭଳି ତନ୍ତ ସାମଗ୍ରୀକୁ ଖୋଲି ଧୋଇବା କିମ୍ବା ସେହିଭଳି ପିଠା କରିବାର ମଧ୍ୟ କମିଗଲାଣି। ଭୁଲିଆ ସମ୍ପ୍ରଦାୟର ଏହି ନିଆରା ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ଏଭଳି ଏକ ଦିଆଲି ଶାଢ଼ି ପ୍ରସ୍ତୁତିର ପରିକଳ୍ପନା କରାଯାଇଥିବା ତାଙ୍କ ଗୁରୁ ପ୍ରଫୁଲ୍ଲ କହିଛନ୍ତି। ବୁଣାକାର ମନୋଜଙ୍କୁ ରାଜ୍ୟ ହସ୍ତତନ୍ତ ବିଭାଗ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri