Posted inଫୁରସତ

ଭାରତୀୟ ପରମ୍ପରାରେ ଦୀପାବଳି

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ। ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି। ତନ୍ମଧ୍ୟରୁ ଦୀପାବଳି ଉତ୍ସବର ମହତ୍ତ୍ୱ ସର୍ବୋଚ୍ଚ ଓ ପ୍ରଧାନ। କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ଉତ୍ସବକୁ ଆମ ହିନ୍ଦୁମାନେ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାଆନ୍ତି। ସ୍ଥାନ ଭେଦରେ ଏହାକୁ ଦିୱାଲି ବା ଦିଆଲି କୁହାଯାଏ। ଦୀପ+ଆବଳି ଅର୍ଥାତ୍‌ ଦୀପାବଳିକୁ ଆମ ଓଡ଼ିଶାର ଗଁା ଗଣ୍ଡାରେ କହନ୍ତି ପିମ୍ପେଇ ଅମାବାସ୍ୟା। ଏହା ଭଲ ଉପରେ ମନ୍ଦର ଓ ପଶୁବଳ ଉପରେ ଆତ୍ମବଳର ବିଜୟ ପର୍ବ, ଆଲୋକର ଉତ୍ସବ ଦୀପାବଳି ଅନ୍ଧାର ଉପରେ ଆଲୋକର ବିଜୟ ରୂପେ ପରିଚିତ। ସେଥିପାଇଁ ବୋଲାଯାଏ:
ଅସତୋ ମା ସଦ୍‌ଗମୟ ତମସୋ ମା ଜ୍ୟୋତିର୍ଗମୟ ମୃତ୍ୟୋର୍ମା ଅମୃତଂ ଗମୟ।
ଦୀପ ଓ ଆବଳି ମିଶି ଦୀପାବଳି ସୃଷ୍ଟି। ଆବଳିର ଅର୍ଥ ସମୂହ। ଦୀପ ସମୂହର ପ୍ରଜ୍ୱଳନ ବା କାଉଁରିଆ କାଠି ଜାଳିବା, ମହମବତି ଜାଳି ଲୋକମାନେ କହିଥା’ନ୍ତି
ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ,
ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ମଥୁରା ଯାଅ
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ।
ଏଣୁ ଏହି ପରିପ୍ରେକ୍ଷୀରେ ଉକ୍ତ ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ। ପିତୃଲୋକଙ୍କର ସନ୍ତୋଷ ତଥା ନିଜର ଶାରୀରିକ ଓ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଦୀପଦାନ କରି ମଧ୍ୟ ଗାଇଥା’ନ୍ତି: ପିତୃଲୋକଂ ପରିତ୍ୟଜ୍ୟ ଆଗତେ ଯେ ମହାଳୟେ ଉଜ୍ଜ୍ୱଳଂ ଜ୍ୟୋତିଷଂ ମାର୍ଗ ପ୍ରପସ୍ୟନ୍ତୁ ବ୍ରଜନ୍ତୁ ତେ। ବାସ୍ତବରେ ଏହା ଗୋଟିଏ ବିଜୟ ପର୍ବ ନୁହେଁ, ଏହା ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ପର୍ବ। ଅର୍ଥାତ୍‌ କାର୍ତ୍ତିକ ମାସ ଧର୍ମ ମାସ। ଏହା ତ୍ରୟୋଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ପ୍ରଥମ ଦିବସ ଧନ୍ବନ୍ତରୀ ଜୟନ୍ତୀ ଓ ଦ୍ୱିତୀୟ ଜରକ ଚତୁର୍ଦ୍ଦଶୀ, ତୃତୀୟ ଦୀପାବଳି ଓ ପବିତ୍ର ଲକ୍ଷ୍ମୀପୂଜା, ଚତୁର୍ଥ ଦିବସ ଗୋବର୍ନ୍ଧନ ପୂଜା ଓ ଚିତ୍ରଗୁପ୍ତ ପୂଜା, ପଞ୍ଚମ ଦିବସ ଯମ ଦ୍ୱିତୀୟା/ଭ୍ରାତୃ ଦ୍ୱିତୀୟା ଓ ଚିତ୍ରକୂଟ ପୂଜା କରାଯାଏ। ଏହି ପର୍ବ ପାଳନର ମୂଳରେ ଅନେକ ପୌରାଣିକ କାହାଣୀ ବିଦ୍ୟମାନ। ଦୀପାବଳି ଉତ୍ସବ ସହ ରାବଣ ମାରି ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ସୁଖଦ ସ୍ମୃତି ଜଡ଼ିତ। ଏହାକୁ ବିଜୟା ଦଶମୀ କହନ୍ତି। ଏହା ରଘୁକୁଳ ତିଳକ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ଓ ଭବ୍ୟ ସମ୍ବର୍ଦ୍ଧନା ଦିବସ। ପୁରାଣରେ ବର୍ଣ୍ଣିତ ଭୀତତ୍ରସ୍ତ ଶରଣାପନ୍ନ ଦେବଗଣଙ୍କ ଉଦ୍ଦେଶ୍ୟରେ ଭଗବାନ୍‌ ଶ୍ରୀକୃଷ୍ଣ ମହାପ୍ରତାପୀ ତାରକାସୁରକୁ ବିନାଶ କରି ପୃଥ୍ବୀ ଭାର ଉଶ୍ୱାସ କରିଥିଲେ। ନରକାସୁର ଦ୍ୱାରା ବନ୍ଦିନୀ ଷୋଳ ସହସ୍ର ସୁନ୍ଦରୀ କନ୍ୟାଙ୍କୁ ମୁକ୍ତିଦେଇ ସେମାନଙ୍କୁ ସସମ୍ମାନେ ଦ୍ୱାରକାକୁ ପଠାଇଥିଲେ। ଏହା ନରକୋତ୍ସବ ନାମରେ ପରିଚିତ। ଲୋକେ ଖତଗଦାରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଆଲୋକରେ ତାହାର ଓ ତାର ପୁତ୍ର ଭଗଦଙ୍କର ସିଂହାସନ ଆରୋହଣକୁ ଅତି ଆନନ୍ଦରେ ଅଭିନନ୍ଦନ ଜଣାଇଥିଲେ। ଲକ୍ଷ୍ମୀପୂଜା ଦୀପାବଳିର ଅନ୍ୟତମ ଆକର୍ଷଣ। ପୌରାଣିକ ଆଖ୍ୟାନ ଅନୁସାରେ ସୌଭାଗ୍ୟର ଦେବୀ ଲକ୍ଷ୍ମୀ ଅସୁର ରାଜା ବଳୀଙ୍କ ଦ୍ୱାରା ପାତାଳରେ ବନ୍ଦିନୀ ଥିଲେ। ଏହି ଦିନ ସେ ଭଗବାନ୍‌ ବାମନଙ୍କ ଦ୍ୱାରା ଅନ୍ୟ ବନ୍ଦୀ ଦେବତାଙ୍କ ସହ ମୁକ୍ତ ହୋଇଥିଲେ। ଏହା ଲକ୍ଷ୍ମୀଙ୍କ ମୁକ୍ତି ଦିବସ ରୂପେ ପରିଚିତ। କରାଳବନ୍ଦିନୀ କାଳୀପୂଜା ମଧ୍ୟ ଦୀପାବଳି ପୂଜା ସହ ସମ୍ପୃକ୍ତ। ଗୋବର୍ଦ୍ଧନଧାରୀ ଶ୍ରୀକୃଷ୍ଣ କଦବ ଦେବ ଇନ୍ଦ୍ରଙ୍କ କୋପରୁ ଗୋପବାସୀଙ୍କୁ ରକ୍ଷା କରିଥିଲେ। ଉତ୍ତର ଭାରତରେ ମହାସମାରୋହରେ ଦୀପାବଳି ପାଳିତ ହୁଏ। ମହାରାଷ୍ଟ୍ରରେ ଏହି ପର୍ବ ପାଞ୍ଚଦିନ ଧରି ପାଳନ ହେଉଥିଲାବେଳେ ଓଡ଼ିଶାରେ ମାତ୍ର ଗୋଟିଏ ଦିନ ପାଳିତ ହୁଏ। ଆଲୋକର ପର୍ବରେ ପ୍ରଚୁର ବିସ୍ଫୋରକ ଫୁଟିବାଦ୍ୱାରା ଅନେକ ଜୀବାଣୁ କୀଟପତଙ୍ଗ ନିଆଁରେ ପୋଡ଼ି ହୋଇ ମରିଥା’ନ୍ତି। ଏଥିପାଇଁ ଅତିବଡ଼ୀ ଜଗନ୍ନାଥ ଦାସ କହିଛନ୍ତି-
ଅନଳ ଦେଖିଣ ପତଙ୍ଗ। ଯେହ୍ନେ ଧାବନ୍ତି ଉଦବେଗ।ା
ଐତିହାସିକ ମତ ଅନୁସାରେ, ଉଜ୍ଜୟିନୀ ରାଜା ବିକ୍ରମାଦିତ୍ୟ ଏହି ଦିନ ସିଂହାସନ ଆରୋହଣ କରିଥିଲେ। ଆବୁଲ ଫାଜଲ ଆରମ ଆଇନ-ଇ-ଆକବରୀର ମହତ୍ତ୍ୱ ଓ ଗୌରବ ବର୍ଣ୍ଣନା କରିଛନ୍ତି। ପରିବ୍ରାଜକ ଆଲବେରୁଣି ମଧ୍ୟ ଦୀପାବଳି ସମ୍ବନ୍ଧରେ ସୁନ୍ଦର ଚିତ୍ର ପ୍ରଦର୍ଶନ କରିଛନ୍ତି। ସମ୍ରାଟ୍‌ ଆକବର ମଧ୍ୟ ଏହି ପର୍ବ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିଲେ। ଚାଲୁକ୍ୟ ବଂଶର ରାଜାଙ୍କ ଶାସନ ସମୟରେ ଭାରତରେ ଏହା ପାଳିତ ହେଉଥିଲା। ହର୍ଷବର୍ଦ୍ଧନଙ୍କ ପ୍ରସିଦ୍ଧ ନାଗାନନ୍ଦ ନାଟକରେ ଏହି ପର୍ବକୁ ଦୀପପ୍ରତିଦୁତ୍ସବ ବୋଲି ବର୍ଣ୍ଣନା ରହିଛି। ଏହି ଦିନରେ ମଧ୍ୟ ମହାବୀରଙ୍କ ମୋକ୍ଷ ହୋଇଥିବା କୁହାଯାଏ। ସ୍ବାମୀ ଦୟାନନ୍ଦ ସରସ୍ବତୀ ମଧ୍ୟ ଏହି ଦିନ ନିର୍ବାଣପ୍ରାପ୍ତି ହୋଇଥିଲେ। ସ୍ବାମୀ ରାମତୀର୍ଥ ଏହି ଦିନ ଜନ୍ମ ଓ ମୃତ୍ୟୁବରଣ କରିଥିଲେ। ଉକ୍ତ ଦିବସରେ ଧନ ଦେବତା କୁବେର ଓ ମୃତ୍ୟୁ ଦେବତା ଯମରାଜାଙ୍କ ପୂଜନ କରାଯାଏ। ଧର୍ମରାଜ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ଏହି ଦିନରେ ହିଁ ଆରମ୍ଭ ହୋଇଥିଲା। ଏଣୁ ଶୁଭ ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଏ।
ସର୍ବେଷାଂ ସ୍ବସ୍ତିର୍ଭବନ୍ତୁ, ସର୍ବେଷାଂ ଶାନ୍ତିର୍ଭବନ୍ତୁ
ସର୍ବେଷାଂ ପୂର୍ଣ୍ଣ ଭବନ୍ତୁ, ସର୍ବେଷାଂ
ମଙ୍ଗଳଂ ଭବନ୍ତୁ।
-ପଣ୍ଡିତ ବିମ୍ବାଧର ଦାସ
ସଂସ୍କୃତ ଶିକ୍ଷକ, ଖନ୍ଦୋଳ, କଟକ
ମୋ: ୯୧୭୮୦୬୦୧୬୮


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri