Posted inଫୁରସତ

ଭାରତୀୟ ପରମ୍ପରାରେ ଦୀପାବଳି

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ। ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି। ତନ୍ମଧ୍ୟରୁ ଦୀପାବଳି ଉତ୍ସବର ମହତ୍ତ୍ୱ ସର୍ବୋଚ୍ଚ ଓ ପ୍ରଧାନ। କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ଉତ୍ସବକୁ ଆମ ହିନ୍ଦୁମାନେ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାଆନ୍ତି। ସ୍ଥାନ ଭେଦରେ ଏହାକୁ ଦିୱାଲି ବା ଦିଆଲି କୁହାଯାଏ। ଦୀପ+ଆବଳି ଅର୍ଥାତ୍‌ ଦୀପାବଳିକୁ ଆମ ଓଡ଼ିଶାର ଗଁା ଗଣ୍ଡାରେ କହନ୍ତି ପିମ୍ପେଇ ଅମାବାସ୍ୟା। ଏହା ଭଲ ଉପରେ ମନ୍ଦର ଓ ପଶୁବଳ ଉପରେ ଆତ୍ମବଳର ବିଜୟ ପର୍ବ, ଆଲୋକର ଉତ୍ସବ ଦୀପାବଳି ଅନ୍ଧାର ଉପରେ ଆଲୋକର ବିଜୟ ରୂପେ ପରିଚିତ। ସେଥିପାଇଁ ବୋଲାଯାଏ:
ଅସତୋ ମା ସଦ୍‌ଗମୟ ତମସୋ ମା ଜ୍ୟୋତିର୍ଗମୟ ମୃତ୍ୟୋର୍ମା ଅମୃତଂ ଗମୟ।
ଦୀପ ଓ ଆବଳି ମିଶି ଦୀପାବଳି ସୃଷ୍ଟି। ଆବଳିର ଅର୍ଥ ସମୂହ। ଦୀପ ସମୂହର ପ୍ରଜ୍ୱଳନ ବା କାଉଁରିଆ କାଠି ଜାଳିବା, ମହମବତି ଜାଳି ଲୋକମାନେ କହିଥା’ନ୍ତି
ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ,
ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ମଥୁରା ଯାଅ
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ।
ଏଣୁ ଏହି ପରିପ୍ରେକ୍ଷୀରେ ଉକ୍ତ ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ। ପିତୃଲୋକଙ୍କର ସନ୍ତୋଷ ତଥା ନିଜର ଶାରୀରିକ ଓ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଦୀପଦାନ କରି ମଧ୍ୟ ଗାଇଥା’ନ୍ତି: ପିତୃଲୋକଂ ପରିତ୍ୟଜ୍ୟ ଆଗତେ ଯେ ମହାଳୟେ ଉଜ୍ଜ୍ୱଳଂ ଜ୍ୟୋତିଷଂ ମାର୍ଗ ପ୍ରପସ୍ୟନ୍ତୁ ବ୍ରଜନ୍ତୁ ତେ। ବାସ୍ତବରେ ଏହା ଗୋଟିଏ ବିଜୟ ପର୍ବ ନୁହେଁ, ଏହା ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ପର୍ବ। ଅର୍ଥାତ୍‌ କାର୍ତ୍ତିକ ମାସ ଧର୍ମ ମାସ। ଏହା ତ୍ରୟୋଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ପ୍ରଥମ ଦିବସ ଧନ୍ବନ୍ତରୀ ଜୟନ୍ତୀ ଓ ଦ୍ୱିତୀୟ ଜରକ ଚତୁର୍ଦ୍ଦଶୀ, ତୃତୀୟ ଦୀପାବଳି ଓ ପବିତ୍ର ଲକ୍ଷ୍ମୀପୂଜା, ଚତୁର୍ଥ ଦିବସ ଗୋବର୍ନ୍ଧନ ପୂଜା ଓ ଚିତ୍ରଗୁପ୍ତ ପୂଜା, ପଞ୍ଚମ ଦିବସ ଯମ ଦ୍ୱିତୀୟା/ଭ୍ରାତୃ ଦ୍ୱିତୀୟା ଓ ଚିତ୍ରକୂଟ ପୂଜା କରାଯାଏ। ଏହି ପର୍ବ ପାଳନର ମୂଳରେ ଅନେକ ପୌରାଣିକ କାହାଣୀ ବିଦ୍ୟମାନ। ଦୀପାବଳି ଉତ୍ସବ ସହ ରାବଣ ମାରି ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ସୁଖଦ ସ୍ମୃତି ଜଡ଼ିତ। ଏହାକୁ ବିଜୟା ଦଶମୀ କହନ୍ତି। ଏହା ରଘୁକୁଳ ତିଳକ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ଓ ଭବ୍ୟ ସମ୍ବର୍ଦ୍ଧନା ଦିବସ। ପୁରାଣରେ ବର୍ଣ୍ଣିତ ଭୀତତ୍ରସ୍ତ ଶରଣାପନ୍ନ ଦେବଗଣଙ୍କ ଉଦ୍ଦେଶ୍ୟରେ ଭଗବାନ୍‌ ଶ୍ରୀକୃଷ୍ଣ ମହାପ୍ରତାପୀ ତାରକାସୁରକୁ ବିନାଶ କରି ପୃଥ୍ବୀ ଭାର ଉଶ୍ୱାସ କରିଥିଲେ। ନରକାସୁର ଦ୍ୱାରା ବନ୍ଦିନୀ ଷୋଳ ସହସ୍ର ସୁନ୍ଦରୀ କନ୍ୟାଙ୍କୁ ମୁକ୍ତିଦେଇ ସେମାନଙ୍କୁ ସସମ୍ମାନେ ଦ୍ୱାରକାକୁ ପଠାଇଥିଲେ। ଏହା ନରକୋତ୍ସବ ନାମରେ ପରିଚିତ। ଲୋକେ ଖତଗଦାରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଆଲୋକରେ ତାହାର ଓ ତାର ପୁତ୍ର ଭଗଦଙ୍କର ସିଂହାସନ ଆରୋହଣକୁ ଅତି ଆନନ୍ଦରେ ଅଭିନନ୍ଦନ ଜଣାଇଥିଲେ। ଲକ୍ଷ୍ମୀପୂଜା ଦୀପାବଳିର ଅନ୍ୟତମ ଆକର୍ଷଣ। ପୌରାଣିକ ଆଖ୍ୟାନ ଅନୁସାରେ ସୌଭାଗ୍ୟର ଦେବୀ ଲକ୍ଷ୍ମୀ ଅସୁର ରାଜା ବଳୀଙ୍କ ଦ୍ୱାରା ପାତାଳରେ ବନ୍ଦିନୀ ଥିଲେ। ଏହି ଦିନ ସେ ଭଗବାନ୍‌ ବାମନଙ୍କ ଦ୍ୱାରା ଅନ୍ୟ ବନ୍ଦୀ ଦେବତାଙ୍କ ସହ ମୁକ୍ତ ହୋଇଥିଲେ। ଏହା ଲକ୍ଷ୍ମୀଙ୍କ ମୁକ୍ତି ଦିବସ ରୂପେ ପରିଚିତ। କରାଳବନ୍ଦିନୀ କାଳୀପୂଜା ମଧ୍ୟ ଦୀପାବଳି ପୂଜା ସହ ସମ୍ପୃକ୍ତ। ଗୋବର୍ଦ୍ଧନଧାରୀ ଶ୍ରୀକୃଷ୍ଣ କଦବ ଦେବ ଇନ୍ଦ୍ରଙ୍କ କୋପରୁ ଗୋପବାସୀଙ୍କୁ ରକ୍ଷା କରିଥିଲେ। ଉତ୍ତର ଭାରତରେ ମହାସମାରୋହରେ ଦୀପାବଳି ପାଳିତ ହୁଏ। ମହାରାଷ୍ଟ୍ରରେ ଏହି ପର୍ବ ପାଞ୍ଚଦିନ ଧରି ପାଳନ ହେଉଥିଲାବେଳେ ଓଡ଼ିଶାରେ ମାତ୍ର ଗୋଟିଏ ଦିନ ପାଳିତ ହୁଏ। ଆଲୋକର ପର୍ବରେ ପ୍ରଚୁର ବିସ୍ଫୋରକ ଫୁଟିବାଦ୍ୱାରା ଅନେକ ଜୀବାଣୁ କୀଟପତଙ୍ଗ ନିଆଁରେ ପୋଡ଼ି ହୋଇ ମରିଥା’ନ୍ତି। ଏଥିପାଇଁ ଅତିବଡ଼ୀ ଜଗନ୍ନାଥ ଦାସ କହିଛନ୍ତି-
ଅନଳ ଦେଖିଣ ପତଙ୍ଗ। ଯେହ୍ନେ ଧାବନ୍ତି ଉଦବେଗ।ା
ଐତିହାସିକ ମତ ଅନୁସାରେ, ଉଜ୍ଜୟିନୀ ରାଜା ବିକ୍ରମାଦିତ୍ୟ ଏହି ଦିନ ସିଂହାସନ ଆରୋହଣ କରିଥିଲେ। ଆବୁଲ ଫାଜଲ ଆରମ ଆଇନ-ଇ-ଆକବରୀର ମହତ୍ତ୍ୱ ଓ ଗୌରବ ବର୍ଣ୍ଣନା କରିଛନ୍ତି। ପରିବ୍ରାଜକ ଆଲବେରୁଣି ମଧ୍ୟ ଦୀପାବଳି ସମ୍ବନ୍ଧରେ ସୁନ୍ଦର ଚିତ୍ର ପ୍ରଦର୍ଶନ କରିଛନ୍ତି। ସମ୍ରାଟ୍‌ ଆକବର ମଧ୍ୟ ଏହି ପର୍ବ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିଲେ। ଚାଲୁକ୍ୟ ବଂଶର ରାଜାଙ୍କ ଶାସନ ସମୟରେ ଭାରତରେ ଏହା ପାଳିତ ହେଉଥିଲା। ହର୍ଷବର୍ଦ୍ଧନଙ୍କ ପ୍ରସିଦ୍ଧ ନାଗାନନ୍ଦ ନାଟକରେ ଏହି ପର୍ବକୁ ଦୀପପ୍ରତିଦୁତ୍ସବ ବୋଲି ବର୍ଣ୍ଣନା ରହିଛି। ଏହି ଦିନରେ ମଧ୍ୟ ମହାବୀରଙ୍କ ମୋକ୍ଷ ହୋଇଥିବା କୁହାଯାଏ। ସ୍ବାମୀ ଦୟାନନ୍ଦ ସରସ୍ବତୀ ମଧ୍ୟ ଏହି ଦିନ ନିର୍ବାଣପ୍ରାପ୍ତି ହୋଇଥିଲେ। ସ୍ବାମୀ ରାମତୀର୍ଥ ଏହି ଦିନ ଜନ୍ମ ଓ ମୃତ୍ୟୁବରଣ କରିଥିଲେ। ଉକ୍ତ ଦିବସରେ ଧନ ଦେବତା କୁବେର ଓ ମୃତ୍ୟୁ ଦେବତା ଯମରାଜାଙ୍କ ପୂଜନ କରାଯାଏ। ଧର୍ମରାଜ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ଏହି ଦିନରେ ହିଁ ଆରମ୍ଭ ହୋଇଥିଲା। ଏଣୁ ଶୁଭ ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଏ।
ସର୍ବେଷାଂ ସ୍ବସ୍ତିର୍ଭବନ୍ତୁ, ସର୍ବେଷାଂ ଶାନ୍ତିର୍ଭବନ୍ତୁ
ସର୍ବେଷାଂ ପୂର୍ଣ୍ଣ ଭବନ୍ତୁ, ସର୍ବେଷାଂ
ମଙ୍ଗଳଂ ଭବନ୍ତୁ।
-ପଣ୍ଡିତ ବିମ୍ବାଧର ଦାସ
ସଂସ୍କୃତ ଶିକ୍ଷକ, ଖନ୍ଦୋଳ, କଟକ
ମୋ: ୯୧୭୮୦୬୦୧୬୮


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri