ଦୀପାବଳି ହେଉଛି ଧନ ଏବଂ ସମୃଦ୍ଧିର ମହାପର୍ବ। ଏହି ବର୍ଷ ୮ ନଭେମ୍ବର ୨୦୨୬, ରବିବାର ଦିନ ଦୀପାବଳି ପାଳନ କରାଯାଉଛି। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ପବିତ୍ର ପର୍ବରେ ମାଆ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। ବିଶ୍ୱାସ ରହିଛି ଯେ ଦୀପାବଳି ରାତିରେ ମାଆ ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରି ନିଜ ଭକ୍ତମାନଙ୍କୁ ସୁଖ-ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତି। ଏହି କାରଣରୁ ଲୋକମାନେ ନିଜ ଘରକୁ ଆଲୋକରେ ସଜାଇବା ସହିତ ବିଧିବଦ୍ଧ ଭାବେ ଲକ୍ଷ୍ମୀ ପୂଜା କରିଥାନ୍ତି।
ପୂଜା-ପାଠ ଏବଂ ଦୀପଦାନ ବ୍ୟତୀତ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ଏବଂ ଘରର ନକାରାତ୍ମକତା ଦୂର କରିବା ପାଇଁ ଏହି ରାତିରେ କିଛି ବିଶେଷ ପ୍ରତିକାର କରାଯାଇଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦୀପାବଳି ରାତିରେ ସିକ୍କା (ମୁଦ୍ରା), କଉଡ଼ି, ହଳଦୀ ଏବଂ ଦୀପ ସହିତ ଜଡ଼ିତ କେତେକ ଉପାୟ ଅତ୍ୟନ୍ତ ଶୁଭ ଫଳ ଦେଇଥାଏ।
ଧନପ୍ରାପ୍ତି ଏବଂ ଆର୍ଥିକ ଉନ୍ନତି ପାଇଁ ବିଶେଷ ଉପାୟ:
୧. ମୁଦ୍ରାର ଉପାୟ: ଦୀପାବଳି ରାତିରେ ଠିକ୍ ୧୨:୦୦ ରୁ ୧୨:୩୦ ମଧ୍ୟରେ ଯଦି ଆପଣଙ୍କ ଆଖପାଖରେ ଅଶ୍ୱତ୍ଥ , ବେଲଗଛ ଥାଏ, ତେବେ ସେଠାକୁ ଯାଆନ୍ତୁ। ଏହାପରେ ଘରକୁ ଫେରି ଲକ୍ଷ୍ମୀ ପୂଜା ସ୍ଥାନରେ ପ୍ରଣାମ କରନ୍ତୁ। ପୂଜାରେ ଥିବା ଏକ ଟଙ୍କିଆ କିମ୍ବା ରୂପା ମୁଦ୍ରାକୁ ସେହି ସମୟରେ ଆପଣଙ୍କ ଆଲମାରୀରେ ରଖିଦିଅନ୍ତୁ। ଏହା ଦ୍ୱାରା ଋଣମୁକ୍ତି ଏବଂ ଧନ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
୨. ଝାଡ଼ୁ ତଳେ ସିକ୍କା ରଖନ୍ତୁ: ଦୀପାବଳି ରାତିରେ ଶୋଇବା ପୂର୍ବରୁ ଘରର ଝାଡ଼ୁ ତଳେ ଗୋଟିଏ ରୂପା ବା ଏକ ଟଙ୍କିଆ ସିକ୍କା ରଖିଦିଅନ୍ତୁ। ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଏବଂ ମାଆ ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି।
୩. କଉଡ଼ି ଏବଂ ହଳଦୀର ଉପାୟ: ୫ଟି ଅଖଣ୍ଡ ସୁପାରୀ, କଳ। ହଳଦୀ ଏବଂ ୫ଟି କଉଡ଼ିକୁ ଗଙ୍ଗାଜଳରେ ଧୋଇ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ଦୀପାବଳି ପୂଜା ସମୟରେ ଏହାକୁ ରୂପା କିମ୍ବା ଥାଳିରେ ରଖି ମାଆ ଲକ୍ଷ୍ମୀଙ୍କ ସହ ପୂଜା କରନ୍ତୁ। ପରଦିନ ଏହାକୁ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ।
୪. ଗୋମତୀ ଚକ୍ର ଓ ସୁପାରୀ: ପାଞ୍ଚଟି ସୁପାରୀ, ପାଞ୍ଚଟି ହଳଦୀ ଗଣ୍ଠି, ପାଞ୍ଚଟି କଉଡ଼ି ଏବଂ ପାଞ୍ଚଟି ଗୋମତୀ ଚକ୍ରକୁ ନାଲି କପଡ଼ାରେ ବାନ୍ଧି ଲକ୍ଷ୍ମୀ ପୂଜା ସ୍ଥାନରେ ରଖନ୍ତୁ। ପୂଜା ପରେ ଏହାକୁ ବ୍ୟବସାୟ ସ୍ଥଳରେ କିମ୍ବା ଘରର ମୂଳଦୁଆ ବା ଚଉକଠରେ ବାନ୍ଧି ଦିଅନ୍ତୁ।
୫. ଅଶ୍ୱତ୍ଥ ଗଛମୂଳେ ଦୀପ ଜଳାନ୍ତୁ: ଦୀପାବଳି ସନ୍ଧ୍ୟା ବା ରାତିରେ ସିନ୍ଦୂର, ଦହି ଏବଂ ଅଖଣ୍ଡ ବିରି ନେଇ ଅଶ୍ୱତ୍ଥ ଗଛର ମୂଳରେ ରଖନ୍ତୁ ଏବଂ ସେଠାରେ ଏକ ଘିଅ ଦୀପ ଜଳାନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ନକାରାତ୍ମକତା ଦୂର କରିବା ପାଇଁ ଉପାୟ:
ଶଙ୍ଖ ଏବଂ ଘଣ୍ଟ ବଜାନ୍ତୁ: ଲକ୍ଷ୍ମୀ ପୂଜା ପରେ ରାତିରେ ଘରର ସମସ୍ତ କୋଠରୀରେ ଶଙ୍ଖ ଏବଂ ଘଣ୍ଟ ବଜାନ୍ତୁ। ଏହାଦ୍ୱାରା ଘରର ନକାରାତ୍ମକତା ଏବଂ ଦାରିଦ୍ର୍ୟ ଦୂର ହୋଇଥାଏ।
ସାତ ମୁଖୀ ଦୀପ ଜଳାନ୍ତୁ: ଦୀପାବଳି ରାତିରେ ମାଆ ଲକ୍ଷ୍ମୀଙ୍କ ସମ୍ମୁଖରେ ଦେଶୀ ଘିଅର ସାତ କିମ୍ବା ନଅ ମୁଖୀ ଦୀପ ଜଳାନ୍ତୁ। ଏହାଦ୍ୱାରା ଆରୋଗ୍ୟ ଏବଂ ଦୀର୍ଘାୟୁର ବରଦାନ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।
ମହାମନ୍ତ୍ର ଜପ କରନ୍ତୁ: ଦୀପାବଳି ରାତିରେ ଭକ୍ତିଭାବ ସହ ଏହି ସ୍ୱତନ୍ତ୍ର ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ: “ॐ नमः भाग्यलक्ष्मी च विद्महे। अष्ट लक्ष्मी च धीमहि। तन्नो लक्ष्मी प्रचोदयात्॥”